ପାରିବାରିକ କଳହରୁ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା

ଜଳେଶ୍ୱର : ପାରିବାରିକ କଳହ ନେଲା ଉଗ୍ର ରୂପ I ସ୍ତ୍ରୀକୁ ବିଭତ୍ସ ଭାବରେ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ୱାମୀ I ଘଟଣା ଘଟିଛି ଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଚାଲନ୍ତି ଗାଁରେ I ମୃତକ ହେଉଛନ୍ତି ଲିଲି ଦଣ୍ଡପାଟ ଏବଂ ହତ୍ୟାକାରୀ ସ୍ୱାମୀ ହେଉଛି ଅର୍ଜ୍ଜୁନ ଦଣ୍ଡପାଟ I ଏହି ଘଟଣାରେ ସ୍ୱାମୀ ଅର୍ଜୁନ ଦଣ୍ଡପାଟକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ I ଘଟନାନୁସାରେ, ଜଳେଶ୍ୱର ଥାନା ଅନ୍ତର୍ଗତ ପଶ୍ଚିମବାଡ଼ ପଞ୍ଚାୟତର […]

Samaya Live Picture
Published On

ଜଳେଶ୍ୱର : ପାରିବାରିକ କଳହ ନେଲା ଉଗ୍ର ରୂପ I ସ୍ତ୍ରୀକୁ ବିଭତ୍ସ ଭାବରେ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ୱାମୀ I ଘଟଣା ଘଟିଛି ଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଚାଲନ୍ତି ଗାଁରେ I ମୃତକ ହେଉଛନ୍ତି ଲିଲି ଦଣ୍ଡପାଟ ଏବଂ ହତ୍ୟାକାରୀ ସ୍ୱାମୀ ହେଉଛି ଅର୍ଜ୍ଜୁନ ଦଣ୍ଡପାଟ I ଏହି ଘଟଣାରେ ସ୍ୱାମୀ ଅର୍ଜୁନ ଦଣ୍ଡପାଟକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ I

ଘଟନାନୁସାରେ, ଜଳେଶ୍ୱର ଥାନା ଅନ୍ତର୍ଗତ ପଶ୍ଚିମବାଡ଼ ପଞ୍ଚାୟତର ଦେବକୁମାର ଗ୍ରାମର ସୁଜୟ ଦଣ୍ଡପାଟଙ୍କ ଝିଅକୁ ଲିଲିଙ୍କୁ ଗତ ୧୦ବର୍ଷ ତଳେ ଚାଲନ୍ତି ଗ୍ରାମର ଅର୍ଜୁନ ଦଣ୍ଡପାଟ ବିବାହ କରିଥିଲେ। ତେବେ ବିବାହ ପରଠାରୁ ଯୌତୁକକୁ ନେଇ ପରିବାରରେ ଲିଲିଙ୍କ ସହିତ ଯୁକ୍ତି ତର୍କ ହେଉଥିଲା I ସେହିପରି ଗତକାଲି ବିଳମ୍ବିତ ରାତିରେ କୌଣସି କଥାକୁ ନେଇ ଲିଲି ଓ ଅର୍ଜୁନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେଇଥିଲା। ପରେ ଅର୍ଜୁନ ଉତ୍‌କ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ର ଆଣି ଲିଲିଙ୍କୁ ହାଣି ହତ୍ୟା କରିଥିଲା। ଲିଲି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ତାଙ୍କ ବଡ଼ ଝିଅ ଦେଖି ପରିବାର ଲୋକଙ୍କୁ ଡାକିଥିଲା। ପରିବାର ଲୋକେ ତୁରନ୍ତ ଲିଲିଙ୍କୁ ନେଇ ଜଳେଶ୍ୱର ଡାକ୍ତରଖାନାକୁ ଯାଇଥିଲେ ,ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛି I ଖବର ପାଇଁ ଜଳେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି I

Tags: