ପ୍ରେମ ପାଇଁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଗଜପତି : ତୋଟାଗୁମୁଡା ଗାଁର ଯାତ୍ରୀ ବିଶ୍ରାମାଗାର ନିକଟରୁ ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାଶ I ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଛି ସ୍ତ୍ରୀ I ସ୍କୃ ଡ୍ରାଇଭରରେ ଲିଙ୍ଗରାଜଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲା ଏସପି । ସୂଚନାନୁସାରେ,ଗତ ୨୯ ତାରିଖରେ ଗଜପତି ଗୁରାଣ୍ଡି ଥାନା ତୋଟାଗୁମୁଡ଼ା ଗାଁର ଯାତ୍ରୀ ବିଶ୍ରାମାଗାର ନିକଟରୁ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା I ମୃତ ଯୁବକ ଏମ.ଲିଙ୍ଗରାଜ […]

Samaya Live Picture
Published On

ଗଜପତି : ତୋଟାଗୁମୁଡା ଗାଁର ଯାତ୍ରୀ ବିଶ୍ରାମାଗାର ନିକଟରୁ ମୃତଦେହ ଉଦ୍ଧାର ଘଟଣାର ପର୍ଦାଫାଶ I ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କରିଛି ସ୍ତ୍ରୀ I ସ୍କୃ ଡ୍ରାଇଭରରେ ଲିଙ୍ଗରାଜଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲା ଏସପି ।

ସୂଚନାନୁସାରେ,ଗତ ୨୯ ତାରିଖରେ ଗଜପତି ଗୁରାଣ୍ଡି ଥାନା ତୋଟାଗୁମୁଡ଼ା ଗାଁର ଯାତ୍ରୀ ବିଶ୍ରାମାଗାର ନିକଟରୁ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା I ମୃତ ଯୁବକ ଏମ.ଲିଙ୍ଗରାଜ ବୋଲି ଜଣାପଡ଼ିଥିଲା । ଯୁବକଙ୍କୁ ଅତି ବିଭତ୍ସ ଭାବରେ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା I ତାଙ୍କ ଛାତିରେ ୨୫ ଥର ଏବଂ ପିଠିରେ ୨୭ ଥର ସ୍କୃ ଡ୍ରାଇଭରରେ ଭୁଶାଯାଇଥିଲା । ଏହି ଘଟଣା ସେଠାରେ ଚାଞ୍ଚଲ୍ୟ ଖେଳାଇଥିଲା I ମାମଲାର ଛାନଭିନ୍ କରି ପୋଲିସ ଘଟଣାର ପର୍ଦ୍ଦାଫାସ କରିଛି । ବାହାଘର ପରଠାରୁ ହିଁ ଲିଙ୍ଗାରାଜଙ୍କୁ ରାସ୍ତାରୁ ହଟାଇବା ପାଇଁ ତାଙ୍କ ସ୍ତ୍ରୀ ଏମ.ଜୟଲକ୍ଷ୍ମୀ ଓ ତାଙ୍କ ପ୍ରେମିକ ଉପେନ୍ଦ୍ର ଷଡଯନ୍ତ୍ର କରୁଥିଲେ । ପୁରୁଣା ପ୍ରେମ ପାଇଁ ବିବାହର ୪ ମାସ ପରେ ଯୋଜନାବଦ୍ଧ ଭାବେ ଲିଙ୍ଗରାଜଙ୍କୁ ହତ୍ୟା କରିଥିଲେ ୨ ଅଭିଯୁକ୍ତ । ଘଟଣା ଦିନ ମଦ ପିଇବା ବାହାନାରେ ଲିଙ୍ଗରାଜଙ୍କୁ ବାଇକରେ ବସାଇ ନେଇଥିଲା ଏନ. ଉପେନ୍ଦ୍ର । ଏହାପରେ ରାସ୍ତାରେ ହିଁ ବେକକୁ ସ୍କୃ ଡ୍ରାଇଭରରେ ଆକ୍ରମଣ କରିଥିଲା । ଲିଙ୍ଗରାଜ ଗାଡ଼ିରୁ ପଡ଼ିଯିବା ପରେ ତାଙ୍କ ଛାତିରେ ୨୫ ଥର ଏବଂ ପିଠିରେ ୨୭ ଥର ସ୍କୃ ଡ୍ରାଇଭର ଭୁସିଥିଲା । ଏହାପରେ ଲିଙ୍ଗରାଜଙ୍କ ସୁନା ଚେନ ଓ ମୁଦି ନେଇ ଫେରାର ହୋଇଯାଇଥିଲା ଏନ. ଉପେନ୍ଦ୍ର । ଏହି ଘଟଣାରେ ପୋଲିସ ସିସିଟିଭି ଆଧାରରେ ତଦନ୍ତ ଚଳାଇ ଉପେନ୍ଦ୍ର ନିକଟରେ ପହଞ୍ଚିଥିଲା I ତେବେ ଉପେନ୍ଦ୍ରକୁ ଜେରା କରିବା ବେଳେ ଏହିଘଟଣାରେ ଲିଙ୍ଗରାଜର ସ୍ତ୍ରୀ ଏମ.ଜୟଲକ୍ଷ୍ମୀ ଜଡିତ ଥିବା ଜଣା ପଡିଥିଲା I ମାମଲାରେ ଅଭିଯୁକ୍ତ ସ୍ତ୍ରୀ ଏମ. ଜୟଲକ୍ଷ୍ମୀ ଓ ପ୍ରେମିକ ଏନ.ଉପେନ୍ଦ୍ରଙ୍କୁ ଗିରଫ କରାଯାଇଛି ।

Tags: