ଲୁଟିନେଲେ ଟଙ୍କାଭର୍ତି ଟ୍ରଙ୍କ

କଟକ : ବନ୍ଧୁକ ଦେଖାଇ ଲୁଟିନେଲେ ତାଙ୍କ ଭର୍ତି ଟ୍ରଙ୍କ I ଦିନ ଦ୍ବିପହରେ ଏ ଟି ଏମ ରେ ଟଙ୍କା ଭର୍ତି କରିବାପାଇଁ ଯାଉଥିବା ଭ୍ୟାନ୍ରୁ ଲୁଟ ହୋଇଛି ଦେଢ଼ କୋଟି ଟଙ୍କା I କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ ନୂଆ ସଡକ ରାସ୍ତା ରାଇସ୍ ମିଲ୍ ନିକଟରୁ ଏହି ଲୁଟ୍ ହୋଇଛି । ଆଜି ଦ୍ବିପହରେ ସିକ୍ୟୋର ଭାଲ୍ୟୁ ନାମକ ସଂସ୍ଥାର ୪ ଜଣ କର୍ମଚାରୀ ଆଠଗଡ଼ ଏସ୍‌ବିଆଇରୁ ଟଙ୍କା ଉଠାଇ […]

Samaya Live Picture
Published On

କଟକ : ବନ୍ଧୁକ ଦେଖାଇ ଲୁଟିନେଲେ ତାଙ୍କ ଭର୍ତି ଟ୍ରଙ୍କ I ଦିନ ଦ୍ବିପହରେ ଏ ଟି ଏମ ରେ ଟଙ୍କା ଭର୍ତି କରିବାପାଇଁ ଯାଉଥିବା ଭ୍ୟାନ୍ରୁ ଲୁଟ ହୋଇଛି ଦେଢ଼ କୋଟି ଟଙ୍କା I କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ ନୂଆ ସଡକ ରାସ୍ତା ରାଇସ୍ ମିଲ୍ ନିକଟରୁ ଏହି ଲୁଟ୍ ହୋଇଛି ।

ଆଜି ଦ୍ବିପହରେ ସିକ୍ୟୋର ଭାଲ୍ୟୁ ନାମକ ସଂସ୍ଥାର ୪ ଜଣ କର୍ମଚାରୀ ଆଠଗଡ଼ ଏସ୍‌ବିଆଇରୁ ଟଙ୍କା ଉଠାଇ ବିଭିନ୍ନ ଏଟିଏମ୍‌ରେ ଭରିବାକୁ ଯାଇଥିଲେ। ସେମାନେ ୨ କୋଟିରୁ ଅଧିକ ଟଙ୍କା ଉଠାଇଥିଲେ। ମୋଟ ୧୩ଟି ଏଟିଏମ୍‌ରେ ଏହି ଟଙ୍କା ଭରି ଥାଆନ୍ତେ। ତେବେ ମାତ୍ର ଚାରୋଟି ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା ପରେ ସେମାନେ ଲୁଟ୍‌ର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଭ୍ୟାନଟି ଗୋଡିଝରିଆ ଆଠଗଡ଼ ମଝି ରାସ୍ତାରେ ରାସ୍ତାରେ ଯାଉଥିବାବେଳେ ଏକ ନିର୍ଜନ ପ୍ରଥମେ ଗାଡିକୁ ପଥର ମାଡ଼ କରିଥିଲେ I ଏହାପରେ ଏକ ସ୍କୋର୍ପିଓ,ବାଇକ ଏବଂ ସ୍କୁଟିରେ ପ୍ରାୟ ୭ରୁ ୮ ଜଣ ଲୁଟେରା ଆସି ଗାଡ଼ିଟିକୁ ଅଟକାଇଥିଲେ I ଏହି ସମୟରେ ସିକ୍ୟୋର ଭାଲ୍ୟୁ ସଂସ୍ଥାର କର୍ମଚାରୀ ମାନଙ୍କୁ ବନ୍ଧୁକ ମୁନରେ ରଖି ସମସ୍ତ ଟଙ୍କା ଲୁଟକରି ଫେରାର ହୋଇଯାଇଥିଲେ I ସମସ୍ତ ଲୁଟେରା ଓଡ଼ିଆରେ କଥା ହେଉଥିଲେ I ଘଟଣାର ଖବର ପାଇବାପରେ ପୋଲିସ ତିଗିରିଆ ଓ ଆଠଗଡ଼ ପୁଲିସ୍ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ତଦନ୍ତକୁ ଜୋରଦାର କରିଛି ।

Tags: