୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍ମାଇଣ୍ଡକୁ ୧୫ ବର୍ଷର ଦଣ୍ଡ
ଇସଲାମାବାଦ୍:ଜୁନ୨୫: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍ମାଇଣ୍ଡକୁ ଅର୍ଥ ଯୋଗାଣ ମାମଲାରେ ପାକିସ୍ତାନର ଏକ ଆତଙ୍କବାଦ-ବିରୋଧୀ ଅଦାଲତ ୧୫ ବର୍ଷର କାରାଦଣ୍ଡ ଦେଇଛନ୍ତି । ଏଲଇଟି ଏବଂ ଜମା-ଉଦ୍-ଦାୱାର ନେତାମାନଙ୍କ ଆତଙ୍କବାଦ-ଅର୍ଥଯୋଗାଣ ମାମଲା ସହିତ ସମ୍ପୃକ୍ତ ଥିବା ଜଣେ ବରିଷ୍ଠ ଓକିଲ କହିଛନ୍ତି, ଚଳିତ ମାସ ପ୍ରାରମ୍ଭରେ ଲାହୋରସ୍ଥିତ ଏକ ଆତଙ୍କବାଦ-ବିରୋଧୀ ଅଦାଲତ ଆତଙ୍କବାଦକୁ ଅର୍ଥଯୋଗାଣ ମାମଲାରେ ନିଷିଦ୍ଧ ଲଶPର୍-ଏ-ତେବାର ଅନ୍ୟତମ ସଦସ୍ୟ ସାଜିଦ୍ ମଜୀଦ୍ ମିରଙ୍କୁ ୧୫ ବର୍ଷରୁ ଊର୍ଦ୍ଧ୍ୱ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । […]
ଇସଲାମାବାଦ୍:ଜୁନ୨୫: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର୍ମାଇଣ୍ଡକୁ ଅର୍ଥ ଯୋଗାଣ ମାମଲାରେ ପାକିସ୍ତାନର ଏକ ଆତଙ୍କବାଦ-ବିରୋଧୀ ଅଦାଲତ ୧୫ ବର୍ଷର କାରାଦଣ୍ଡ ଦେଇଛନ୍ତି । ଏଲଇଟି ଏବଂ ଜମା-ଉଦ୍-ଦାୱାର ନେତାମାନଙ୍କ ଆତଙ୍କବାଦ-ଅର୍ଥଯୋଗାଣ ମାମଲା ସହିତ ସମ୍ପୃକ୍ତ ଥିବା ଜଣେ ବରିଷ୍ଠ ଓକିଲ କହିଛନ୍ତି, ଚଳିତ ମାସ ପ୍ରାରମ୍ଭରେ ଲାହୋରସ୍ଥିତ ଏକ ଆତଙ୍କବାଦ-ବିରୋଧୀ ଅଦାଲତ ଆତଙ୍କବାଦକୁ ଅର୍ଥଯୋଗାଣ ମାମଲାରେ ନିଷିଦ୍ଧ ଲଶPର୍-ଏ-ତେବାର ଅନ୍ୟତମ ସଦସ୍ୟ ସାଜିଦ୍ ମଜୀଦ୍ ମିରଙ୍କୁ ୧୫ ବର୍ଷରୁ ଊର୍ଦ୍ଧ୍ୱ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଓକିଲ ଜଣକ ଆହୁରି ମଧ୍ୟ କହିଛନ୍ତି, ଦୋଷୀ ସାବ୍ୟସ୍ଥ ହୋଇଥିବା ୪୫ ବର୍ଷିୟ ମିର ଏ ବର୍ଷ ଏପ୍ରିଲ୍ ମାସରୁ ଗିରଫ ହୋଇ କୋଟ୍ ଲାଖଏ ଜେଲରେ ରହୁଥିଲା । ତାଙ୍କ ଉପରେ ଅଦାଲତ ୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଅର୍ଥରାଶି ମଧ୍ୟ ଜରିମାନା କରିଛି । ଉଲ୍ଲେଖଯୋଗ୍ୟ, ମିର ମୃତ ବୋଲି ପୂର୍ବରୁ ଧରିନିଆଯାଇଥିଲା । ୨୬/୧୧ ମୁମ୍ବାଇ ଆକ୍ରମଣରେ ଗ୍ରହଣ କରିଥିବା ଭୂମିକା ପାଇଁ ସାଜିଦ୍ ମିର ଭାରତର ମୋଷ୍ଟ୍ ୱାଣ୍ଟେଡ ତାଲିକାଭୁକ୍ତ ହୋଇଛନ୍ତି । ମିରଙ୍କୁ ମୁମ୍ବାଇ ଆକ୍ରମଣର ପ୍ରୋଜେକଫ ମ୍ୟାନେଜର୍ କୁହାଯାଉଥିଲା । ଜାଲ୍ ନାଁରେ ଜାଲ୍ ପାସପୋର୍ଟ ବଳରେ ୨୦୦୫ରେ ମିର ଭାରତକୁ ଆସିଥିବା କଥା କୁହାଯାଉଛି । ସେହିପରି, ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ୍ ବୋଲି କୁହାଯାଉଥିବା ଜେୟୁଡିର ମୁଖ୍ୟ ହାଫିଜ୍ ସୟିଦଙ୍କୁ ଆତଙ୍କବାଦକୁ ଅର୍ଥଯୋଗାଣ ମାମଲାରେ ଲାହୋର ଏଟିସି ୬୮ ବର୍ଷ ନିମନ୍ତେ ଜେଲ ଆଦେଶ ଶୁଣାଇ ସାରିଛନ୍ତି । କିୁ, ଆଉ ଏକ ମାମଲା ଚାଲିଥିବାରୁ ସେ ଅଧିକ ଦିନ ଜେଲରେ ରହିବେ ନାହିଁ ବୋଲି କୁହାଯାଉଛି ।




