ନବମ ଶ୍ରେଣୀ ଛାତ୍ରଙ୍କ ଛୁରାମାଡରେ ସହପାଠୀ ଗୁରୁତର

ବାଲେଶ୍ୱର : ବାର୍ଷିକ କ୍ରୀଡା ପ୍ରତିଯୋଗିତା ଚାଲି ଥିଲାବେଳେ ସ୍କୁଲ ପରିସରରେ ଛାତ୍ରଙ୍କ ଛୁରାମାଡ଼ । ଜଣେ ନବମ ଶ୍ରେଣୀ ଛାତ୍ରର ଛୁରାମାଡ଼ରେ ଆଉ ଜଣେ ନବମ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ୍ କମର୍ଦା ଥାନା ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ନ୍ତି ୨ ଛାତ୍ର ବିନୟ ଚନ୍ଦ […]

Samaya Live Picture
Published On

ବାଲେଶ୍ୱର : ବାର୍ଷିକ କ୍ରୀଡା ପ୍ରତିଯୋଗିତା ଚାଲି ଥିଲାବେଳେ ସ୍କୁଲ ପରିସରରେ ଛାତ୍ରଙ୍କ ଛୁରାମାଡ଼ । ଜଣେ ନବମ ଶ୍ରେଣୀ ଛାତ୍ରର ଛୁରାମାଡ଼ରେ ଆଉ ଜଣେ ନବମ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ୍ କମର୍ଦା ଥାନା ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ନ୍ତି ୨ ଛାତ୍ର ବିନୟ ଚନ୍ଦ ଏବଂ ଅନ୍ତିଆ ଚନ୍ଦ ଇ ସୋମବାର ଏହି ୨ ଜଣଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ହୋଇଥିଲା । ଏପିରିକି ଉଭୟଙ୍କ ବିବାଦ ଝଗଡ଼ାର ରୂପ ନେଇଥିଲା । ସୋମବାର ଦିନ ଝଗଡ଼ା ଲାଗିଥିବା ବେଳେ ମଙ୍ଗଳବାର ଦିନ ଭୋଗରାଇ ବ୍ଲକ ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ପ୍ରତିଯୋଗିତା ଚାଲିଥିଲେ । ଏହି ସମୟରେ ବିନୟ ଚାନ୍ଦ ହଠାତ୍‌ ଆସି ଅନ୍ତିଆ ଚାନ୍ଦଙ୍କୁ ଛୁରାମାଡ଼ କରିଥିଲେ । ଯେଉଁଥିରେ ଅନ୍ତିଆ ଚାନ୍ଦ ଗୁରୁତର ହୋଇଥିଲେ । ଏହାପରେ ଗୁରୁତର ଛାତ୍ରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଘଟଣାସ୍ଥଳରେ କମର୍ଦ୍ଦା ପୁଲିସ୍ ପହଞ୍ଚି ଛୁରାମାଡ କରିଥିବା ବିନୟ ଚନ୍ଦକୁ ଅଟକ ରଖି ଅଧିକ ତଦନ୍ତ କରୁଛି।

Tags: