ଆତ୍ମହତ୍ୟା ଉଦ୍ୟମ କରି ମହିଳା SI ଗୁରୁତର
ବଲାଙ୍ଗୀର : ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା ଏସଆଇ I ବଲାଙ୍ଗୀର ସଇଁତଳା ଥାନା ଏଏସଆଇ କାଜଲ ବାଗ ବୁଧୁବାର ବିଳମ୍ବିତ ରାତିରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି I ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସଇଁତଳା ଓ ପରେ ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରେ ଭର୍ତି କରାଯାଇଛି I କାଜଲ ବାଗ ସଇଁତଲା ଗୋପବନ୍ଧୁ ପଡ଼ାରେ ଏକ ଭଡାଘରେ ରହୁଥିଲେ । ପୂର୍ବରୁ ସେ ବଲାଙ୍ଗୀର ଟାଉନ ଥାନାରେ କାମ […]
ବଲାଙ୍ଗୀର : ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା ଏସଆଇ I ବଲାଙ୍ଗୀର ସଇଁତଳା ଥାନା ଏଏସଆଇ କାଜଲ ବାଗ ବୁଧୁବାର ବିଳମ୍ବିତ ରାତିରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି I ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସଇଁତଳା ଓ ପରେ ବଲାଙ୍ଗୀର ଭୀମଭୋଇ ହସ୍ପିଟାଲରେ ଭର୍ତି କରାଯାଇଛି I
କାଜଲ ବାଗ ସଇଁତଲା ଗୋପବନ୍ଧୁ ପଡ଼ାରେ ଏକ ଭଡାଘରେ ରହୁଥିଲେ । ପୂର୍ବରୁ ସେ ବଲାଙ୍ଗୀର ଟାଉନ ଥାନାରେ କାମ କରୁଥିବା ବେଳେ ଗତ କିଛି ଦିନ ହେବ ସେ ସଇଁତଳା ଥାନାକୁ ଆସିଥିଲେ I ଗତକାଲି ବିଳମ୍ବିତ ରାତିରେ ସେ ଫୋନରେ କାହା ସହିତ କଥା ହେଉଥିଲେ I ଏହାପରେ ସେ ଘରେ ଥିବା ମଶା ମରା ତେଲ ପିଇ ଦେଇ ଗୁରୁତର ହୋଇ ପଡ଼ିଥିଲେ I ଏହି ଘଟଣାପରେ କୋୖଣସି ସୂତ୍ରରୁ ଖବର ପାଇ ନିକଟରେ ରହୁଥିବା ASI ଥବୀର ମହାରଣା ଆସି ଉଦ୍ଧାର କରି ପ୍ରଥମେ ସଇଁତଳା ଡାକ୍ତରଖାନା ଓ ପରେ ଭୀମଭୋଇ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି I ତେବେ ତାଙ୍କ ବିଷ ପିଇବା ଘଟଣାରେ ଏପର୍ଯ୍ୟନ୍ତ କାରଣ ଜଣାପଡିନାହିଁ I




