ପବଜି ଖେଳିବା ପାଇଁ ମାକୁ ମାରିଦେଲା ପୁଅ

ଲକ୍ଷ୍ନୌ: ଜୁନ ୮: ପବଜି ପାଇଁ ଷଡ଼ଯନ୍ତ୍ର ରଚିଲା ପୁଅ । ଖେଳିବା ପାଇଁ ମନା କରିବାରୁ ମାଙ୍କୁ ଗୁଳି କରି ହତ୍ୟା କଲା ନାବାଳକ ପୁଅ । ତେବେ ମଙ୍ଗଳବାର ରାତିରେ ଲକ୍ଷ୍ନୌର ଯମୁନାପୁରମ୍‌ କଲୋନୀରୁ ପୋଲିସ୍‌ କଣ୍ଟ୍ରୋଲ୍‌ ରୁମକୁ ଏକ କଲ୍‌ କରାଯାଇଥିଲା । ପଡୋଶୀ ଘରୁ ପ୍ରବଳ ଗନ୍ଧ ଆସୁଥିବା ଖବର ଦେଇଥିଲେ ପଡ଼ୋଶୀ । ଖବର ପାଇ ଅଭିଯୁକ୍ତ ଘରେ ପହଞ୍ଚିଥିଲା ପୋଲିସ । ୧୬ ବର୍ଷ ପିଲାଟି ତା ବାପାଙ୍କ […]

Samaya Live Picture
Published On

ଲକ୍ଷ୍ନୌ: ଜୁନ ୮: ପବଜି ପାଇଁ ଷଡ଼ଯନ୍ତ୍ର ରଚିଲା ପୁଅ । ଖେଳିବା ପାଇଁ ମନା କରିବାରୁ ମାଙ୍କୁ ଗୁଳି କରି ହତ୍ୟା କଲା ନାବାଳକ ପୁଅ । ତେବେ ମଙ୍ଗଳବାର ରାତିରେ ଲକ୍ଷ୍ନୌର ଯମୁନାପୁରମ୍‌ କଲୋନୀରୁ ପୋଲିସ୍‌ କଣ୍ଟ୍ରୋଲ୍‌ ରୁମକୁ ଏକ କଲ୍‌ କରାଯାଇଥିଲା । ପଡୋଶୀ ଘରୁ ପ୍ରବଳ ଗନ୍ଧ ଆସୁଥିବା ଖବର ଦେଇଥିଲେ ପଡ଼ୋଶୀ । ଖବର ପାଇ ଅଭିଯୁକ୍ତ ଘରେ ପହଞ୍ଚିଥିଲା ପୋଲିସ । ୧୬ ବର୍ଷ ପିଲାଟି ତା ବାପାଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇ ମାକୁ ମାରି ଦେଇଥିବା ଦେଖିବାକୁ ପାଇଥିଲା ପୋଲିସ । ତେବେ ସେତିକି ନୁହେଁ, ମାକୁ ମାରିବା ପରେ ସେ ମୃତଦେହ ସହ ପ୍ରାୟ ୩ ଦିନ ପର୍ଯ୍ୟନ୍ତ କଟାଇଥିଲା । ସାଙ୍ଗରେ ଥିବା ଭଉଣୀକୁ ଧମକାଇ କାହାକୁ କିଛି ନକହିବା ପାଇଁ କରିଥିଲା ତାଗିଦ । ମୋବାଇଲ୍‌ ଖେଳର ନିଶା ପୁଅକୁ ଏକପ୍ରକାର ପାଗଳ କରି ଦେଇଥିଲା । ଏଥିପାଇଁ ନାବାଳକର ମା ସବୁବେଳେ ତାଙ୍କୁ ବାରଣ କରୁଥିଲେ । ଆଉ ଏଥିରେ ଉତକ୍ଷିପ୍ତ ହୋଇ ଏପରି ଚରମ ପଦକ୍ଷେପ ଉଠାଉଥିଲେ ପୁଅ । ତେବେ ଏହି ଘଟଣା ସମ୍ପର୍କରେ ପଚରାଉଚରା କରିବା ପରେ ଅଭିଯୁକ୍ତ ନାବାଳକ ନିଜ ଦୋଷ ସ୍ୱୀକାର କରିଛି ।