ଜଙ୍ଗଲରୁ ଉଦ୍ଧାର ହେଲା ନରକଙ୍କାଳ

କଣ୍ଟାବାଞ୍ଜି : ଜଙ୍ଗଲରୁ ଉଦ୍ଧାର ହେଲା ନରକଙ୍କାଳ I ପୋଲିସ ନରକଙ୍କାଳ ଉଦ୍ଧାର କରି ଘଟଣାର ତଦନ୍ତ ଚାଲୁ ରଖିଥିବାବେଳେ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ଜଣା ପଡି ନାହିଁ I ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବେଳବାଞ୍ଜି ଜଙ୍ଗଲରେ । ତେବେ ନର କଙ୍କାଳ କାହାର ତାହା ଜଣା ପଡ଼ିନାହିଁ । ଘଟନାନୁସାରେ ତୁରକେଲା ପଂଚାୟତ ମହାନୀଲହ ଗାଁରେ ଜଣେ ବ୍ୟକ୍ତି ଛେଳି ଚରାଇବାକୁ ଜଙ୍ଗଲକୁ ଯାଉଥିବାବେଳେ ଏହି ନର କଙ୍କାଳ […]

Samaya Live Picture
Published On

କଣ୍ଟାବାଞ୍ଜି : ଜଙ୍ଗଲରୁ ଉଦ୍ଧାର ହେଲା ନରକଙ୍କାଳ I ପୋଲିସ ନରକଙ୍କାଳ ଉଦ୍ଧାର କରି ଘଟଣାର ତଦନ୍ତ ଚାଲୁ ରଖିଥିବାବେଳେ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ଜଣା ପଡି ନାହିଁ I ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ବେଳବାଞ୍ଜି ଜଙ୍ଗଲରେ । ତେବେ ନର କଙ୍କାଳ କାହାର ତାହା ଜଣା ପଡ଼ିନାହିଁ ।

ଘଟନାନୁସାରେ ତୁରକେଲା ପଂଚାୟତ ମହାନୀଲହ ଗାଁରେ ଜଣେ ବ୍ୟକ୍ତି ଛେଳି ଚରାଇବାକୁ ଜଙ୍ଗଲକୁ ଯାଉଥିବାବେଳେ ଏହି ନର କଙ୍କାଳ ଦେଖି ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ କଣ୍ଟାବାଞ୍ଜି ପୋଲିସ ଏସଡିପିଓ ଲକ୍ଷ୍ମୀନାରାୟନ ମାରାଣ୍ଡି ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।ଏହା ସହ ବଲାଙ୍ଗୀରରୁ ସାଇଣ୍ଟିଫିକ ଦଳ ପହଂଚି ଅଧିକ ତଦନ୍ତ କରିବେ ବୋଲି ଏସଡିପିଓ ସୂଚନା ଦେଇଛନ୍ତି । ଗତ କିଛି ଦିନ ପୂର୍ବରୁ ରାମୁଡ଼ ଗାଁରେ ବୁଲାବୁଲି କରୁଥିବା ଜଣେ ମାନସିକ ବିକୃତିର ମହିଳା ନିଖୋଜ ଥିବା ଜଣାପଡିଛି । ତେବେ ସେହି ମହିଳାଙ୍କ ନର କଙ୍କାଳ ହୋଇଥିବା ସନ୍ଦେହ କରାଯାଉଛି । ସାଇଣ୍ଟିଫିକ ତଦନ୍ତ ରିପୋର୍ଟ ଆସିବା ପରେ ଏହି ଘଟଣା ସ୍ପଷ୍ଟ ହୋଇ ପାରିବ ବୋଲି କଣ୍ଟାବାଞ୍ଜି ପୋଲିସ ଏସଡିପିଓ ସୂଚନା ଦେଇଛନ୍ତି I

Tags: