ଏକା ରାତିକେ ୫ ଟି ଫ୍ଲାଟରୁ ସିରିଜ ଚୋରି

ଭୁବନେଶ୍ୱର : ରାଜଧାନୀରୁ ଥମୁନାହିଁ ସିରିଜ ଲୁଟ ଘଟଣା I ଗୋଟିଏ ଆପାର୍ଟମେଣ୍ଟରୁ ଏକା ରାତିକେ ୫ଟି ଫ୍ଲାଟରୁ ହୋଇଛି ସିରିଜ ଲୁଟ । ରବିବାର ରାତିରେ ଭୁବନେଶ୍ୱର ଉପକଂଠ ବାଲିଅନ୍ତା ଥାନା ବାଳକାଟୀ ଗଡ଼ଶ୍ରୀରାମପୁରରେ ଥିବା ‘ବର୍ଷା ରିଭେରା’ ଆପାର୍ଟମେଂଟରୁ ସିରିଜ୍ ଲୁଟ୍ ହୋଇଛି । ଲୁଟେରାମାନେ ଆପାର୍ଟମେଣ୍ଟର ୫ଟି ଫ୍ଲାଟରୁ ଅଧକୋଟି ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି । ଏନେଇ ବାଲିଅନ୍ତା ଥାନାରେ ଅଭିଯୋଗ ହୋଇଛି । ପୋଲିସ […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀରୁ ଥମୁନାହିଁ ସିରିଜ ଲୁଟ ଘଟଣା I ଗୋଟିଏ ଆପାର୍ଟମେଣ୍ଟରୁ ଏକା ରାତିକେ ୫ଟି ଫ୍ଲାଟରୁ ହୋଇଛି ସିରିଜ ଲୁଟ । ରବିବାର ରାତିରେ ଭୁବନେଶ୍ୱର ଉପକଂଠ ବାଲିଅନ୍ତା ଥାନା ବାଳକାଟୀ ଗଡ଼ଶ୍ରୀରାମପୁରରେ ଥିବା ‘ବର୍ଷା ରିଭେରା’ ଆପାର୍ଟମେଂଟରୁ ସିରିଜ୍ ଲୁଟ୍ ହୋଇଛି । ଲୁଟେରାମାନେ ଆପାର୍ଟମେଣ୍ଟର ୫ଟି ଫ୍ଲାଟରୁ ଅଧକୋଟି ଟଙ୍କାର ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି । ଏନେଇ ବାଲିଅନ୍ତା ଥାନାରେ ଅଭିଯୋଗ ହୋଇଛି । ପୋଲିସ ସିସି କ୍ୟାମେରା ଆଧାରରେ ତଦନ୍ତ ଆରମ୍ଭ କରିଛି । ଲୁଟେରାମାନେ ମୁହଁରେ ମାସ୍କ ପିନ୍ଧିଥିବାରୁ ଚିହ୍ନିବା ମୁସ୍କିଲ ହୋଇପଡ଼ିଛି ।

Tags: