ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣରେ ଜଣେ ପୋଲିସ କର୍ମଚାରୀ ନିହତ,୬ ଆହତ
କରାଚୀ : ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣ I ପାକିସ୍ତାନ ର ରାଜଧାନୀ ଇସଲାମାବାଦର ଆତ୍ମଘାତୀ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି I ଏଥିରେ ଜଣେ ପୋଲିସ କର୍ମଚାରୀଙ୍କ ପ୍ରାଣହାନୀ ଘଟିଛି I ଏହା ଛଡ଼ା ବିସ୍ଫୋରଣରେ ଅନ୍ୟ ୪ ପୋଲିସ କର୍ମଚାରୀଙ୍କ ସହିତ ୨ ଜଣ ସାଧାରଣ ଲୋକ ଗୁରୁତର ଆହତ ହୋଇଛନ୍ତି I ‘ଜିଓ ନିଉଜ୍’ ରିପୋର୍ଟ ଅନୁସାରେ ଆତ୍ମଘାତୀ ହମଲା କରିଥିବା ଆତଙ୍କବାଦୀ ଏକ କାର ରେ ଥିଲା I ଗୋଟାଏ ସନ୍ଦିଗ୍ଧ ଟ୍ୟାକ୍ସିକୁ […]
କରାଚୀ : ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣ I ପାକିସ୍ତାନ ର ରାଜଧାନୀ ଇସଲାମାବାଦର ଆତ୍ମଘାତୀ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି I ଏଥିରେ ଜଣେ ପୋଲିସ କର୍ମଚାରୀଙ୍କ ପ୍ରାଣହାନୀ ଘଟିଛି I ଏହା ଛଡ଼ା ବିସ୍ଫୋରଣରେ ଅନ୍ୟ ୪ ପୋଲିସ କର୍ମଚାରୀଙ୍କ ସହିତ ୨ ଜଣ ସାଧାରଣ ଲୋକ ଗୁରୁତର ଆହତ ହୋଇଛନ୍ତି I
‘ଜିଓ ନିଉଜ୍’ ରିପୋର୍ଟ ଅନୁସାରେ ଆତ୍ମଘାତୀ ହମଲା କରିଥିବା ଆତଙ୍କବାଦୀ ଏକ କାର ରେ ଥିଲା I ଗୋଟାଏ ସନ୍ଦିଗ୍ଧ ଟ୍ୟାକ୍ସିକୁ ତଲାସ କରିବା ପାଇଁ ପୁଲିସ ଅଟକାଇଥିବା ବେଳେ ସେଥିରେ ବିସ୍ଫୋରଣ ଘଟିଲା। ବିସ୍ଫୋରଣରେ ବ୍ୟବହୃତ କାର୍ ରାସ୍ତା ଉପରେ ଜଳୁ ଥିବାରୁ ଭିଡିଓ ସାମ୍ନାକୁ ଆସିଛି। ନିହତ ପୁଲିସ ଅଧିକାରୀ ଜଣକ ହେଉଛନ୍ତି ଆଦୀଲ୍। ସେ ସନ୍ଦିଗ୍ଧ କ୍ୟାବ୍ଟିକୁ ଅଟକାଇ ସନ୍ଦିଗ୍ଧଙ୍କୁ ଗିରଫ କରିବା ଲାଗି ଉଦ୍ୟମ କରୁଥିଲେ।ଘଟଣା ପରେ ସୁରକ୍ଷାକର୍ମୀମାନେ ପୂରା ଅଞ୍ଚଳକୁ କର୍ଡନ କରି ତଦନ୍ତ ଆରମ୍ଭ କରିଛନ୍ତି।




