ଶିକାରୀ ଗୁଳିରେ ପାଟ୍ରୋଲିଂ ଫରେଷ୍ଟଗାର୍ଡ଼ଙ୍କ ମୃତ୍ୟୁ

ଯଶିପୁର : ଶିକାରୀ ଗୁଳିରେ ପାଟ୍ରୋଲିଂ ବନ କର୍ମଚାରୀଙ୍କ ମୃତ୍ୟୁ I ଘଟଣା ଘଟିଛି ବାଙ୍ଗିରିପୋଷି ରେଞ୍ଜ ଚାକିଡି ବିଟ୍‌ ଅଞ୍ଚଳରେ । ମୃତ ଫରେଷ୍ଟ ଗାର୍ଡ ହେଲେ ବିମଲ କୁମାର ଜେନା । ସନ୍ଧ୍ୟା ସମୟରେ କିଛି ଶିକାରୀ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିଥିବା ଖବର ପାଇ କିଛି କର୍ମଚାରୀ ପାଟ୍ରୋଲିଂ କରୁଥିବା ସମୟରେ ଶିକାରୀମାନେ ଗୁଳିମାଡ଼ କରିଥିଲେ । ଗତକାଲି ବିମଳ ସମେତ ୪ଜଣ ବନ କର୍ମଚାରୀ ନଅଣା ସାଉଥ୍ ରେଞ୍ଜରେ ପାଟ୍ରୋଲିଂ କରୁଥିଲେ। […]

Samaya Live Picture
Published On

ଯଶିପୁର : ଶିକାରୀ ଗୁଳିରେ ପାଟ୍ରୋଲିଂ ବନ କର୍ମଚାରୀଙ୍କ ମୃତ୍ୟୁ I ଘଟଣା ଘଟିଛି ବାଙ୍ଗିରିପୋଷି ରେଞ୍ଜ ଚାକିଡି ବିଟ୍‌ ଅଞ୍ଚଳରେ । ମୃତ ଫରେଷ୍ଟ ଗାର୍ଡ ହେଲେ ବିମଲ କୁମାର ଜେନା । ସନ୍ଧ୍ୟା ସମୟରେ କିଛି ଶିକାରୀ ଶିମିଳିପାଳ ଅଭୟାରଣ୍ୟକୁ ପ୍ରବେଶ କରିଥିବା ଖବର ପାଇ କିଛି କର୍ମଚାରୀ ପାଟ୍ରୋଲିଂ କରୁଥିବା ସମୟରେ ଶିକାରୀମାନେ ଗୁଳିମାଡ଼ କରିଥିଲେ ।

ଗତକାଲି ବିମଳ ସମେତ ୪ଜଣ ବନ କର୍ମଚାରୀ ନଅଣା ସାଉଥ୍ ରେଞ୍ଜରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଶିକାରୀଙ୍କ ସହ ସେମାନଙ୍କର ସାମ୍ନାସାମ୍ନି ହୋଇଥିଲା। ଶିକାରୀମାନେ ବନ କର୍ମଚାରୀଙ୍କୁ ଦେଖି ଘଟଣାସ୍ଥଳରୁ ଖସି ପଳାଇଥିଲେ। ଏହାପରେ ଅନ୍ୟ ସମସ୍ତ ବନ କର୍ମଚାରୀମାନେ ବିଟ ହାଉସକୁ ଫେରିଆସିଥିଲେ I ତେବେ ରାତି ସମୟରେ ବିଟ ହାଉସରୁ କିଛି ଦୁରକୁ ଯାଇ ବିମଲ ଫୋନ ରେ କଥା ହେଉଥିବା ସମୟରେ ଶିକାରୀମାନେ ଜାଣିପାରି ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଅନ୍ୟ କର୍ମଚାରୀ ମାନେ ଚିତ୍କାର ଶୁଣି ଆସିବା ବେଳକୁ ତଳେ ଟଳି ପଡ଼ିଥିଲେ ବିମଲ । ଏନେଇ ଖବର ପାଇବାପରେ ଉତ୍ତର ଶିମିଳିପାଳର ବନକର୍ମଚାରୀ ଏବଂ ଦକ୍ଷିଣ ଶିମିଳିପାଳର ବନ କର୍ମଚାରୀ ମୃତ୍ୟୁଦେହକୁ ଉଦ୍ଧାର କରି ବାରିପଦା PRM ମେଡିକାଲ ରେ ଭର୍ତି କରିଥିଲେ I ସେଠାରେ ବିମଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହି ଘଟଣାପରେ ଶିମିଳିପାଳ ଅଭୟାରଣ୍ୟର ସମସ୍ତ ରାସ୍ତାକୁ ସିଲ୍ କରାଯାଇଛି । ପ୍ରତିଶୋଧ ପରାୟଣ ହୋଇ ବିମଳଙ୍କୁ ଶିକାରୀମାନେ ଗୁଳି କରିଥିବା ସନ୍ଦେହ କରାଯାଉଛି। ମୟୂରଭଞ୍ଜ ପୁଲିସର ପାଞ୍ଚ ଜଣିଆ ଟିମ୍ ଶିମିଳିପାଳ ଅଭୟାରଣ୍ୟକୁ ଯାଇ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ।

Tags: