ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ରାଉରକେଲା : ଏନକାଉଣ୍ଟର ଆନ୍ତଃ ରାଜ୍ୟ ଅପରାଧୀ ଆହତ । ଝାଡ଼ଖଣ୍ଡର କୁଖ୍ୟାତ ଅପରାଧୀ ବ୍ୟାସ ଲାଖୁଆ କୁ ଏନକାଉଣ୍ଟର କରିଛି ରାଉରକେଲା ପୁଲିସ । ବିଶ୍ରା ଥାନା ଅକ୍ଷୟଶିଲା ଜଳପ୍ରପାତ ନିକଟରେ ଘଟିଛି ଘଟଣା । ଗୁଳିଟି ଦୁର୍ଦ୍ଦାନ୍ତ ଅପରାଧୀର ଡାହାଣ ଗୋଡ଼ରେ ବାଜିବାରୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାର ସ୍ୱତନ୍ତ୍ର ୱାର୍ଡରେ ତାକୁ ଭର୍ତ୍ତି କରାଯାଇଛି । ବ୍ୟାସ ନାଁରେ ସୁନ୍ଦରଗଡ଼ ସମେତ ଝାଡ଼ଖଣ୍ଡ ଓ ଛତିଶଗଡ଼ ଭଳି ରାଜ୍ୟରେ ଅନେକ ମାମଲା […]

Samaya Live Picture
Published On

ରାଉରକେଲା : ଏନକାଉଣ୍ଟର ଆନ୍ତଃ ରାଜ୍ୟ ଅପରାଧୀ ଆହତ । ଝାଡ଼ଖଣ୍ଡର କୁଖ୍ୟାତ ଅପରାଧୀ ବ୍ୟାସ ଲାଖୁଆ କୁ ଏନକାଉଣ୍ଟର କରିଛି ରାଉରକେଲା ପୁଲିସ । ବିଶ୍ରା ଥାନା ଅକ୍ଷୟଶିଲା ଜଳପ୍ରପାତ ନିକଟରେ ଘଟିଛି ଘଟଣା । ଗୁଳିଟି ଦୁର୍ଦ୍ଦାନ୍ତ ଅପରାଧୀର ଡାହାଣ ଗୋଡ଼ରେ ବାଜିବାରୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାର ସ୍ୱତନ୍ତ୍ର ୱାର୍ଡରେ ତାକୁ ଭର୍ତ୍ତି କରାଯାଇଛି । ବ୍ୟାସ ନାଁରେ ସୁନ୍ଦରଗଡ଼ ସମେତ ଝାଡ଼ଖଣ୍ଡ ଓ ଛତିଶଗଡ଼ ଭଳି ରାଜ୍ୟରେ ଅନେକ ମାମଲା ରହିଛି । ଦାଦାବଟି ହତ୍ୟା, ହତ୍ୟା ଧମକ ସହ ଵହୁ ଅପରାଧରେ ସମ୍ପୃକ୍ତ ଥିଲା ବ୍ୟାସ ଲାଖୁଆ ।

ସୂଚନାନୁସାରେ, ଆଜି ଭୋର ୪ ଟା ସମୟରେ ଅକ୍ଷୟଶିଳା ନିକଟରେ ବ୍ୟାସ ଲାଖୁଆ ଲୁଚିଥିବାର ସୂଚନା ପାଇ ପୋଲିସ ତାକୁ ଧରିବାକୁ ଉଦ୍ୟମ କରିଥିଲା। ତେବେ ଏହି ସମୟରେ ପୁଲିସ ଉପରକୁ ଗୁଳିମାଡ କରି ଫେରାର ହେବାକୁ ଉଦ୍ୟମ କରୁଥିଲା ବ୍ୟାସ । ଜବାବରେ ପୁଲିସର ପାଲଟା ଗୁଳିମାଡ଼ରେ ଆହତ ହୋଇଛି। ରାଉରକେଲା ସରକାରୀ ଡାକ୍ତରଖାନାରେ ତାକୁ ଭର୍ତ୍ତି କରାଯାଇଛି। ତେବେ ଏହି ସମୟରେ ବ୍ୟାସର ଅନ୍ୟ ସହଯୋଗୀମାନେ ଖସି ଯାଇଥିବା ଅନୁମାନ କରାଯାଉଛି । ବ୍ୟାସ ନାଁରେ ଓଡିଶା ସମେତ ଝାରଖଣ୍ଡ ନାଁରେ ଅନେକ ଅପରାଧିକ ମାମଲା ରହିଥିବା ସୂଚନା ମିଳିଛି ।

Tags: