SCBରୁ ଶିଶୁ ନିଖୋଜ ଘଟଣାର ନୂଆ ମୋଡ଼,ସନ୍ଦେହ ଘେରରେ ପ୍ରସୂତି ବିଭାଗର ୩ କର୍ମଚାରୀ

କଟକ : ବଡ଼ମେଡିକାଲ ରୁ ନବଜାତକ ନିଖୋଜ ଘଟଣାର ନୂଆ ମୋଡ଼ I ଗତ ଦୁଇ ଦିନ ପୂର୍ବରୁ ମେଡିକାଲ ପ୍ରସୂତି ବିଭାଗରୁ ଏକ ନବଜାତକ ଶିଶୁ କନ୍ୟା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା I ତେବେ ଏହା ଶିଶୁ ଚୋରି ନୁହେଁ,ପିଲା ଅଦଳବଦଳ ହୋଇଥିବା ଜଣା ପଡିଛି I ଏହି ଘଟଣାରେ ପ୍ରତାପନଗରୀ ଅଞ୍ଚଳର ଜଣେ ମହିଳାଙ୍କୁ ଅଟକ ରଖିଛି ପୋଲିସ୍। ମହିଳାଙ୍କ ବୟାନ ଅନୂଯାୟୀ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ,ତେବେ ତାଙ୍କୁ […]

Samaya Live Picture
Published On

କଟକ : ବଡ଼ମେଡିକାଲ ରୁ ନବଜାତକ ନିଖୋଜ ଘଟଣାର ନୂଆ ମୋଡ଼ I ଗତ ଦୁଇ ଦିନ ପୂର୍ବରୁ ମେଡିକାଲ ପ୍ରସୂତି ବିଭାଗରୁ ଏକ ନବଜାତକ ଶିଶୁ କନ୍ୟା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା I ତେବେ ଏହା ଶିଶୁ ଚୋରି ନୁହେଁ,ପିଲା ଅଦଳବଦଳ ହୋଇଥିବା ଜଣା ପଡିଛି I ଏହି ଘଟଣାରେ ପ୍ରତାପନଗରୀ ଅଞ୍ଚଳର ଜଣେ ମହିଳାଙ୍କୁ ଅଟକ ରଖିଛି ପୋଲିସ୍। ମହିଳାଙ୍କ ବୟାନ ଅନୂଯାୟୀ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ,ତେବେ ତାଙ୍କୁ ପ୍ରସୂତି ବିଭାଗର ଜଣେ ମହିଳା କର୍ମଚାରୀ ଏକ କନ୍ୟା ସନ୍ତାନ କୁ ଆଣି ଦେଇଥିଲେ I ତେବେ ସେ ଘରେ ଯାଇ ଦେଖିଲା ପରେ ପିଲାକୁ ଧରି ପୁଣି ମେଡିକାଲ ଆସିଥିଲେ I

ସୂଚନାନୁସାରେ ପୁରୀ ଗଡସାହି ଚନ୍ଦନପୁର ଅଂଚଳରୁ ଜଣେ ମହିଳା କଟକ ବଡ଼ମେଡିକାଲ ରେ ଯାଆଁଳା କନ୍ୟା ସନ୍ତାନ ଜନ୍ମ ଦେଇଥିଲେ I ମାତ୍ର ଜନ୍ମ ପରେ ଜଣେ ଶିଶୁକନ୍ୟାକୁ ଜଣ୍ଡିସ ଲକ୍ଷଣ ଦେଖାଦେବାରୁ ତାକୁ ନେଇ ଏସଏନସିୟୁ ରଖି ଚିକିତ୍ସା କରାଯାଉଥିଲା I କିନ୍ତୁ ଅପରାହ୍ନରେ ଶିଶୁକନ୍ୟା ଟି ଗାୟବ ହୋଇଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା I ଏହି ଘଟଣାକୁ ନେଇ ଖୋଳତାଡ଼ ହେବାପରେ ଜଣା ପଡିଥିଲା ପିଲାଟିକୁ ଭୁଲ ରେ ଆଉ ଏକ ପରିବାରକୁ ହସ୍ତାନ୍ତର ହୋଇଯାଇଛି I ସମ୍ପୃକ୍ତ ପରିବାର ଟି କଟକ ପ୍ରତାପ ନଗରୀ ଅଂଚଳର I ତାଙ୍କୁ ତାଙ୍କ ନବଜାତକ ପୁତ୍ର ସନ୍ତାନ ବଦଳରେ କନ୍ୟା ସନ୍ତାନ ଦିଆଯାଇଥିବା ନେଇ ସେ ଘରେ ପହଂଚି ଜାଣିବାକୁ ପାଇଥିଲେ I ତେଣୁ ଘରେ ପହଞ୍ଚି ପରିବାର ଲୋକେ କନ୍ୟା ସନ୍ତାନ ଜାଣି ତାକୁ ଆଣି ଏସସିବି କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛନ୍ତି। କିନ୍ତୁ ସଂପୃକ୍ତ ପରିବାରର ନବଜାତକ ଶିଶୁ ପୁତ୍ରକୁ ଏସ.ସି.ବି କର୍ତ୍ତୃପକ୍ଷ ତାଙ୍କୁ ହସ୍ତାନ୍ତର କରୁନଥିବା ଅଭିଯୋଗ ହୋଇଛି। ଶିଶୁ ପୁତ୍ରଟି ନିଖୋଜ ଥିବା କଥା ମଧ୍ୟ ପରିବାର ଲୋକେ କହିଛନ୍ତି । ତେଣୁ ପୂରା ଘଟଣାରେ ପ୍ରସୂତି ବିଭାଗର କର୍ମଚାରୀ ଓ ଅଧିକାରୀମାନଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି। ଯାହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ଦେଖିବାକୁ ମିଳିଛି । ଘଟଣାରେ ୩ ଜଣଙ୍କୁ ଘଟକ ରଖି ତଦନ୍ତ କରୁଛି ପୋଲିସ । ବଡ଼ମେଡିକାଲ ପ୍ରସୂତି ବିଭାଗର ର ଏଭଳି ଖାମଖିଆଲି ମନୋବୃତିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି I