ପୋଲିସ ଗୁଳିରେ ଜଣେ ନକ୍ସଲ ମୃତ
ରାଇଘର: ନକ୍ସଲ ପୋଲିସ ମୁହାଁମୁହିଁ I ପୋଲିସ ଗୁଳିରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଛି I ନବରଙ୍ଗପୁର ପୋଲିସ ଏବଂ ଓଡ଼ିଶା ଏସଓଜି ଯବାନଙ୍କ ମିଳିତ ଅପରେସନ୍ ସମୟରେ ଏହି ଘଟଣା ଘଟିଛି । ରାଇଘର ବ୍ଲକ ସୀମାନ୍ତଠାରୁ ମାତ୍ର ୨୫ କିଲୋମିଟର ଦୂରରେ ରହିଥିବା ଛତିଶଗଡ଼ର ଗରେବା ଜଙ୍ଗଲ ଭିତରେ ଉବୟର ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା I ମିଳିତ ବାହିନୀର ଏନ୍କାଉଣ୍ଟରରେ ଜଣେ ନକ୍ସଲଙ୍କର ମୃତ୍ୟୁ ଘଟିଥିବାବେଳେ ବହୁ ଆପତ୍ତିଜନକ ନକ୍ସଲ ସାମଗ୍ରୀ […]
ରାଇଘର: ନକ୍ସଲ ପୋଲିସ ମୁହାଁମୁହିଁ I ପୋଲିସ ଗୁଳିରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଛି I ନବରଙ୍ଗପୁର ପୋଲିସ ଏବଂ ଓଡ଼ିଶା ଏସଓଜି ଯବାନଙ୍କ ମିଳିତ ଅପରେସନ୍ ସମୟରେ ଏହି ଘଟଣା ଘଟିଛି । ରାଇଘର ବ୍ଲକ ସୀମାନ୍ତଠାରୁ ମାତ୍ର ୨୫ କିଲୋମିଟର ଦୂରରେ ରହିଥିବା ଛତିଶଗଡ଼ର ଗରେବା ଜଙ୍ଗଲ ଭିତରେ ଉବୟର ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା I
ମିଳିତ ବାହିନୀର ଏନ୍କାଉଣ୍ଟରରେ ଜଣେ ନକ୍ସଲଙ୍କର ମୃତ୍ୟୁ ଘଟିଥିବାବେଳେ ବହୁ ଆପତ୍ତିଜନକ ନକ୍ସଲ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି। ଏହି ଏନ୍କାଉଣ୍ଟର ଗରିଆବନ୍ଧ ଜିଲ୍ଲା ମୈନପୁରର ସୋଭା ଥାନା ଅନ୍ତର୍ଗତ ଗରେବା ଜଙ୍ଗଲରେ ଘଟିଥିବା କୁହାଯାଉଛି। ଜଙ୍ଗଲ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ସର୍ଚ୍ଚ ପରେସନ ଜାରି ରହିଛି I




