ମରଣାନ୍ତକ ଆକ୍ରମଣର ଶିକାର ହେଲେ ଅଟୋ ଚାଳକ

ପୁରୀ : ପୁରୀ ରେଳ ଷ୍ଟେସନରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି l ଲିକୁ ସୁବୁଦ୍ଧି ନାମକ ଜଣେ ଅଟୋ ରିକ୍ସା ଚାଳକଙ୍କ ଉପରେ l ସୂଚନାନୁସାରେ,ଗତକାଲି ଲିକୁ ସୁବୁଦ୍ଧି ଅତ୍ୟଧିକ ମଦ୍ୟପାନ କରି ଷ୍ଟେସନ ନିକଟରେ ଅନ୍ୟମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରୁଥିଲେ l ଏତିକି ବେଳେ କେହି ତାଙ୍କ ପଛପଟୁ ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା l ଫଳରେ ଲିକୁ ଉକ୍ତ ସ୍ଥାନରେ ଅଚେତ୍ ଅବସ୍ଥାରେ ପଡ଼ି ଯାଇଥିଲେ l କିଛି ସମୟ […]

Samaya Live Picture
Published On

ପୁରୀ : ପୁରୀ ରେଳ ଷ୍ଟେସନରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି l ଲିକୁ ସୁବୁଦ୍ଧି ନାମକ ଜଣେ ଅଟୋ ରିକ୍ସା ଚାଳକଙ୍କ ଉପରେ l
ସୂଚନାନୁସାରେ,ଗତକାଲି ଲିକୁ ସୁବୁଦ୍ଧି ଅତ୍ୟଧିକ ମଦ୍ୟପାନ କରି ଷ୍ଟେସନ ନିକଟରେ ଅନ୍ୟମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରୁଥିଲେ l ଏତିକି ବେଳେ କେହି ତାଙ୍କ ପଛପଟୁ ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା l ଫଳରେ ଲିକୁ ଉକ୍ତ ସ୍ଥାନରେ ଅଚେତ୍ ଅବସ୍ଥାରେ ପଡ଼ି ଯାଇଥିଲେ l କିଛି ସମୟ ସେଠାରେ ପଡ଼ିବା ପରେ କେହି ଆମ୍ବୁଲାନ୍ସକୁ ଫୋନ କରି ତାଙ୍କୁ ମେଡିକାଲକୁ ଚିକିତ୍ସା ପାଇଁ ନେଇଯାଇଥିଲେ l ତେବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଚିକିତ୍ସାଧୀନ ରଖାଯାଇଛି l ଖବର ପାଇ କୁମ୍ଭାରପଡ଼ା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l

Tags: