ପାରିବାରିକ କଳହର କରୁଣ ପରିଣତି,୩ ପିଲାଙ୍କୁ କୂଅକୁ ଫିଙ୍ଗି ମା’ର ଆତ୍ମହତ୍ୟା ଉଦ୍ୟମ
ଗଞ୍ଜାମ : ପାରିବାରିକ କଳହରୁ ୩ ଛୁଆଙ୍କୁ କୂଅକୁ ଫିଙ୍ଗି ନିଜେ ମଧ୍ୟ କୂଅକୁ ଡେଇଁଲା ମା’ I ଏ ଭଳି ଏକ ଅଭବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ କରଡାକଣା ପଞ୍ଚାୟତ ଲାଉଗୁଡା ଗ୍ରାମରେ I ଗତକାଲି ବିଳମ୍ବିତ ରାତିରେ ପାରିବାରିକ କଳହକୁ ନେଇ ମହିଳା ନିଜର ଦୁଇ ଝିଅ ଓ ପୁଅକୁ କୁଅରେ ଫିଙ୍ଗି ଦେବା ସହ ନିଜେ ଡେଇଁ ପଡିଥିଲେ। ଭାଗ୍ୟ ବଶତଃ ବଡ ଝିଅ ଓ ମହିଳାଙ୍କୁ ଗ୍ରାମବାସୀ […]
ଗଞ୍ଜାମ : ପାରିବାରିକ କଳହରୁ ୩ ଛୁଆଙ୍କୁ କୂଅକୁ ଫିଙ୍ଗି ନିଜେ ମଧ୍ୟ କୂଅକୁ ଡେଇଁଲା ମା’ I ଏ ଭଳି ଏକ ଅଭବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ କରଡାକଣା ପଞ୍ଚାୟତ ଲାଉଗୁଡା ଗ୍ରାମରେ I ଗତକାଲି ବିଳମ୍ବିତ ରାତିରେ ପାରିବାରିକ କଳହକୁ ନେଇ ମହିଳା ନିଜର ଦୁଇ ଝିଅ ଓ ପୁଅକୁ କୁଅରେ ଫିଙ୍ଗି ଦେବା ସହ ନିଜେ ଡେଇଁ ପଡିଥିଲେ। ଭାଗ୍ୟ ବଶତଃ ବଡ ଝିଅ ଓ ମହିଳାଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ। ମା- ଝିଅ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ମୃତ ଅବସ୍ଥାରେ ସାନ ଝିଅ ଓ ପୁଅକୁ ଅଗ୍ନିଶମ ବାହିନୀ କୂଅ ଭିତରୁ ଉଦ୍ଧାର କରିଛନ୍ତି।




