ବସ ରେ ଗଞ୍ଜେଇ ଚାଲାଣ ସନ୍ଦେହରେ ଚଢଉ ବେଳେ ମିଳିଲା ଟଙ୍କା ପେଟି
କଟକ : ବସ ରେ ଗଞ୍ଜେଇ ବଦଳରେ ମିଳିଲା ଟଙ୍କା ପେଟି ଇ କଟକ ଜିଲ୍ଲା ଟାଙ୍ଗୀ ଟୋଲଗେଟ୍ ନିକଟରୁ ପ୍ରାୟ ୪ ଟି ଟଙ୍କା ପେଟି ଜବତ କରିଛି ଅବକାରୀ ବିଭାଗ I ଏହି ପେଟି ଗୁଡିକରେ ୮୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ରହିଥିବା ଅନୁମାନ କରାଯାଉଛି I ସୂଚନାନୁସାରେ ‘ଇନ୍ଦ୍ରାଣୀ’ନାମକ ଏକ ଘରୋଇ ଯାତ୍ରୀବାହୀ ବସ କଟକରୁ କୋଲକାତା ଯାଉଥିବା ସମୟରେ କଟକ ଟାଙ୍ଗି ପୋଲିସ ଚଢ଼ାଉ କରି ଏହି ଟଙ୍କା ଜବତ କରିଛି […]
କଟକ : ବସ ରେ ଗଞ୍ଜେଇ ବଦଳରେ ମିଳିଲା ଟଙ୍କା ପେଟି ଇ କଟକ ଜିଲ୍ଲା ଟାଙ୍ଗୀ ଟୋଲଗେଟ୍ ନିକଟରୁ ପ୍ରାୟ ୪ ଟି ଟଙ୍କା ପେଟି ଜବତ କରିଛି ଅବକାରୀ ବିଭାଗ I ଏହି ପେଟି ଗୁଡିକରେ ୮୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ରହିଥିବା ଅନୁମାନ କରାଯାଉଛି I ସୂଚନାନୁସାରେ ‘ଇନ୍ଦ୍ରାଣୀ’ନାମକ ଏକ ଘରୋଇ ଯାତ୍ରୀବାହୀ ବସ କଟକରୁ କୋଲକାତା ଯାଉଥିବା ସମୟରେ କଟକ ଟାଙ୍ଗି ପୋଲିସ ଚଢ଼ାଉ କରି ଏହି ଟଙ୍କା ଜବତ କରିଛି I ଏହି ଘଟଣାରେ ପୁଲିସ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଅଟକ ବ୍ୟକ୍ତିଙ୍କ ନାଁ ସୁକୁମାର ସାହୁ। ଜବତ ହୋଇଥିବା ଟଙ୍କା କଳାଧନ ବୋଲି ଅଟକ ବ୍ୟକ୍ତି ଜଣକ ସ୍ବୀକାର କରିଛି। ଅଟକ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କର କଟକ ବାଲୁ ବଜାରରେ ଏକ ଗହଣା ଦୋକାନ ଅଛି। ଏହି ଟଙ୍କା ସେହି ଗହଣା ଦୋକାନର ବୋଲି ସନ୍ଦେହ କରାଯାଉଛି।




