ନାବାଳକଙ୍କ ନାରକୀୟ କାଣ୍ଡ ,୨ ଦିନରେ ନେଲା ୩ ଜୀବନ
ଭଦ୍ରକ : ନରହନ୍ତା ନାବାଳକ I ୨ ଦିନରେ ଭିଆଇଛି ୩ଟି ବିଭତ୍ସ ହତ୍ୟାକାଣ୍ଡ I ଶେଷରେ ନାବାଳକକୁ ଧରି ପୋଲିସରେ ଜିମା ଦେଇଛନ୍ତି ଲୋକେ I ଏଭଳି ନାରକୀୟ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାଇମଣୀ ଛକ ନିକଟରେ I ମୃତକ ମାନେ ହେଲେ ସୁକାନ୍ତି ମୁଣ୍ଡା,ତାଙ୍କର ୬ ବର୍ଷୀୟ ଝିଅ ଏବଂ ନାବାଳକଙ୍କ ଜେଜେମା’ସୁମତି ମୁଣ୍ଡାI ହତ୍ୟା ଅଭିଯୋଗରେ ନାବାଳକକୁ ପୁଲିସ୍ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି I […]
ଭଦ୍ରକ : ନରହନ୍ତା ନାବାଳକ I ୨ ଦିନରେ ଭିଆଇଛି ୩ଟି ବିଭତ୍ସ ହତ୍ୟାକାଣ୍ଡ I ଶେଷରେ ନାବାଳକକୁ ଧରି ପୋଲିସରେ ଜିମା ଦେଇଛନ୍ତି ଲୋକେ I ଏଭଳି ନାରକୀୟ ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାଇମଣୀ ଛକ ନିକଟରେ I ମୃତକ ମାନେ ହେଲେ ସୁକାନ୍ତି ମୁଣ୍ଡା,ତାଙ୍କର ୬ ବର୍ଷୀୟ ଝିଅ ଏବଂ ନାବାଳକଙ୍କ ଜେଜେମା’ସୁମତି ମୁଣ୍ଡାI ହତ୍ୟା ଅଭିଯୋଗରେ ନାବାଳକକୁ ପୁଲିସ୍ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି I
ଘଟନାନୁସାରେ,ଜଳଙ୍ଗ ଅଞ୍ଚଳର ସୁକାନ୍ତି ମୁଣ୍ଡା,ତାଙ୍କ ସ୍ୱାମୀ ରାଜୁ ମୁଣ୍ଡା ଏବଂ ୬ ବର୍ଷର ଝିଅ ସହିତ ଭଦ୍ରକ ଗ୍ରାମାଞ୍ଚଳ ଥାନା ରାଇମଣି ଅଞ୍ଚଳରେ ରହି ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିଲେ I ତେବେ ଗତକାଲି ସକାଳେ ମା’ ଝିଅ ମେଡିକାଲ ଯାଇ ଆଉ ଫେରି ନଥିଲେ I କିଛି ସମୟ ପରେ ସ୍ଥାନୀୟ ଲୋକେ ସୁକାନ୍ତିଙ୍କ ମୃତଦେହ ନିକଟସ୍ଥ ବିଲରେ ପଡିଥିବାର ଦେଖିଥିଲେ I ଏବଂ ସେଠାରେ ନାବାଳକ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବାର ଦେଖି ପୋଲିସକୁ ଖବର ଦେଇଥିଲେ I ସେହିପରି ମା’ର ମୃତଦେହ ପଡିଥିବା ସ୍ଥାନରୁ ୧ କିଲୋମିଟର ଦୂରରେ ଝିଅର ରକ୍ତାକ୍ତ ମୃତ ଦେହ ପଡିଥିବାର ଦେଖା ବଜିଥିଲା I ପୋଲିସ ଆସିବାବେଳକୁ ନାବାଳକ ସେଠାରୁ ଦୌଡ଼ି ପଳାଉଥିବାବେଳେ ତାକୁ ଅଟକ ରଖାଯାଇଥିଲା I ଏହି ଘଟଣାରେ ପୋଲିସ ମୃତଦେହ ୨ ଟିକୁ ବ୍ୟବଚ୍ଛେଦ ପାଇଁ ପଠାଇ ନାବାଳକକୁ ଥାନାକୁ ନେଇ ଅଟକ ରଖିଥିଲା I ସେହିପରି ଆଜି ସକାଳୁ ହତ୍ୟାକାଣ୍ଡ ସ୍ଥଳରୁ କିଛି ଦୂରରେ ଅଭିଯୁକ୍ତ ନାବାଳକର ଜେଜେମା’ ସୁମତି ମୁଣ୍ଡାଙ୍କର ମୃତଦେହ ଉଦ୍ଧାର ହୋଇଥିଲା I ତାଙ୍କ ବେକରେ ଏକ ଶାଢ଼ୀ ଗୁଡା ହୋଇଥିବା ଦେଖିବାକୁ ମିଳିଥିଲା I ମୃତଦେହଟି ପଚିଯାଇ ଦୁର୍ଗନ୍ଧ ହେବାରୁ ଲୋକେ ଜାଣିବାକୁ ପାଇଥିଲେ I ତେବେ ୨ ଦିନ ପୂର୍ବରୁ ଉକ୍ତ ସ୍ଥାନରେ ନାବାଳକକୁ ତାଙ୍କ ଜେଜେମା’ଙ୍କ ସହିତ ଦେଖିଥିଲେ ଲୋକେ I
ବର୍ତ୍ତମାନ ସୁଦ୍ଧା ପୋଲିସ ପକ୍ଷରୁ ଏହି ୩ ଟି ହତ୍ୟାକାଣ୍ଡର ସଠିକ ତଥ୍ୟ ଜଣାପଡି ନଥିଲେ ମଧ୍ୟ ଏହା ଦୁଷ୍କର୍ମ ଜନିତ ହତ୍ୟାକାଣ୍ଡ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି I ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ I




