ଅପ୍ରାକୃତିକ ସମ୍ପକପାଇଁ ନା’ବାଳକଙ୍କୁ କରାଯାଇଥିଲା ହତ୍ୟା
କଟକ : କଟକ ଜଗତପୁର ଥାନା ପୂର୍ବକଚ୍ଛ ନାବାଳକ ହତ୍ୟା ଘଟଣାର ପର୍ଦ୍ଦାଫାଶ । ହତ୍ୟାକାଣ୍ଡର ୯ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଜଗତପୁର ଥାନା ପୋଲିସ ଅଭିଯୁକ୍ତ ବାବୁଲା ଓରଫ ଯୋଗେନ୍ଦ୍ର ପଣ୍ଡାକୁ ଗିରଫ କରିଛି I ଅପ୍ରାକୃତିକ ଯୌନ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଦା ଓ କାଠଫାଳିଆକୁ ଜବତ କରିଛି ପୁଲିସ। ଘଟନାନୁସାରେ,ଗତ ୧୭ ତାରିଖରେ କଟକ ଜଗତପୁର ଥାନା ପୂର୍ବକଚ୍ଛ ଥାନା […]
କଟକ : କଟକ ଜଗତପୁର ଥାନା ପୂର୍ବକଚ୍ଛ ନାବାଳକ ହତ୍ୟା ଘଟଣାର ପର୍ଦ୍ଦାଫାଶ । ହତ୍ୟାକାଣ୍ଡର ୯ଦିନ ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ଜଗତପୁର ଥାନା ପୋଲିସ ଅଭିଯୁକ୍ତ ବାବୁଲା ଓରଫ ଯୋଗେନ୍ଦ୍ର ପଣ୍ଡାକୁ ଗିରଫ କରିଛି I ଅପ୍ରାକୃତିକ ଯୌନ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଦା ଓ କାଠଫାଳିଆକୁ ଜବତ କରିଛି ପୁଲିସ।
ଘଟନାନୁସାରେ,ଗତ ୧୭ ତାରିଖରେ କଟକ ଜଗତପୁର ଥାନା ପୂର୍ବକଚ୍ଛ ଥାନା ଚନ୍ଦନ ପୋଖରୀ ହୁଡ଼ାରୁ ଗଳା କଟା ଅବସ୍ଥାରେ ନା’ବାଳକ ଜ୍ୟୋତିପ୍ରକାଶ ବେହେରା ଓରଫ ଶୁଭମଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା I ଏହାପରେ ଗାଁ ଲୋକ ପୋଲିସକୁ ଖବର ଦେଇଥିଲେ I ପୁଅକୁ କେହି ମାରି ଫିଙ୍ଗିଦେଇଥିବା ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ ।ଏହାପରେ ପୋଲିସ ଆସି ଘଟଣାର ତଦନ୍ତ କରି ୪ ଦିନ ଧରି ଶୁଭମର ବାପାଙ୍କୁ ଥାନାରେ ଅଟକ ରଖିଥିଲା I କାରଣ ଶୁଭମ ଚଳିତ ଥର ଷଷ୍ଠ ଶ୍ରେଣୀ ୬ମାସିକ ପରୀକ୍ଷାରେ ଖରାପ ନମ୍ବର ଆଣିଥିଲା I ଏନେଇ ୧୭ ତାରିଖ ଦିନ ଶୁଭମ ବାପାଙ୍କ ଠାରୁ ଗଲି ଶୁଣି ଘର ଛାଡି କେଉଁଆଡେ ଚାଲିଯାଇଥିବା ନେଇ ତା’ର ମା’ପୋଲିସ ନିକଟରେ ଅଭିଯୋଗ କରିଥିଲା I
ଏହାପରେ ପୋଲିସ ଶୁଭମର ବାପା ଜଗନ୍ନାଥ ବେହେରାଙ୍କ ଠାରୁ କୌଣସି ସଠିକ ତଥ୍ୟ ନପାଇ ତଦନ୍ତ ଦିଗକୁ ଅନ୍ୟ ଆଡକୁ ନେଇଥିଲା I ପୋଖରୀ ହୁଡାରେ ପ୍ରାୟ ସମୟ ନିଶାଡୀ ମାନଙ୍କର ଆଡ୍ଡା ଜମୁଥିବାରୁ ସେହି ଆଡେ ତଦନ୍ତ ଆଗେଇଥିଲା I ଏହପରେ ଘଟଣାର ମୁଖ୍ୟ ଅଭିଯୁକ୍ତ ବାବୁଲା ଓରଫ ଯୋଗେନ୍ଦ୍ର ପଣ୍ଡାକୁ କାବୁ କରାଯାଇଥିଲା I ଘଟଣାଦିନ ରାତିରେ ଘରୁ ବାପାଙ୍କ ଗାଳି ଭୟରେ ନିକଟସ୍ଥ ଏକ ସ୍କୁଲ ଘରେ ଲୁଚିଥିଲା ଶୁଭମ I ଏହି ସମୟରେ ଅଭିଯୁକ୍ତ ଯୋଗେନ୍ଦ୍ର ନିଶାସକ୍ତ ଅବସ୍ଥାରେ ଆସି ତା’ସହିତ ଅପ୍ରାକୃତିକ ଯୌନସମ୍ପର୍କ କରିଥିଲା I ତେବେ ଏହି ଘଟଣାକୁ ନେଇ ଶୁଭମ ଘରେ କହିଦେବ ବୋଲି କହିବାରୁ ପ୍ରଥମେ ତାକୁ କାଠ ଫାଳିଆରେ ପିଟିଥିଲା ଯୋଗେନ୍ଦ୍ର I ଏହାପରେ ଏକ ଦା’ରେ ତା ବେକକୁ କାଟି ଏକ ଅଖାରେ ଭର୍ତି କରି ପୋଖରୀ ହୁଡାରେ ଫୋପାଡ଼ି ଦେଇ ଚାଲିଯାଇଥିଲା I ଅନୁସନ୍ଧାନ ବେଳେ ପୋଲିସକୁ ହତ୍ୟାକାଣ୍ଡ ସ୍ଥଳରୁ ଏକ ଚପଲ ମିଳିଥିଲା I ଏହାକୁ ନେଇ ପୋଲିସ ତଦନ୍ତ ଆଗେଇଥିଲା I ଏହି ସମୟରେ ଅଭିଯୁକ୍ତ ଯୋଗେନ୍ଦ୍ର ହତ୍ୟାକାଣ୍ଡ ସ୍ଥଳରେ ପୋଲିସ ଚଢ଼ାଉ ଦେଖି ସେ ଡରରେ ଗାଁ ଚଡି ଫେରାର ହୋଇଯାଇଥିଲା I ଯୋଗେନ୍ଦ୍ର ଫେରାର ହୋଇଯିବା ଘଟଣାନେଇ ପୋଲିସର ସନ୍ଦେହ ତା’ଉପରେ ଦୃଢ ହୋଇଥିଲା I ଏହାପରେ ଜଗେନ୍ଦ୍ରକୁ ଗିରଫ କରି ପୋଲିସ ତା’ଠାରୁ ସମସ୍ତ ସତ ଓଗାଳିଛି I ଆଜି ଜଗେନ୍ଦ୍ରକୁ ନେଇ ହତ୍ୟାକାଣ୍ଡ ସ୍ଥଳର ସିନ ରିକ୍ରିଏସନ କରିଛି ପୋଲିସ I ଏହାପରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପିନାକୀ ମିଶ୍ର I




