ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ
ରାଉରକେଲା : ରାଉରକେଲାରେ ଘଟିଛି ପୁଣି ଏକ ଲଜ୍ଜାଜନକ ଘଟଣା । ୪ ଦିନ ମଧ୍ୟରେ ଘଟିଛି ୨ ଟି ଗଣଦୁଷ୍କର୍ମ ଘଟଣା । ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରଘୁନାଥପାଲ୍ଲୀ ଥାନା ନିକଟ ଏକ ରେଷ୍ଟୁରାଣ୍ଟରେ ୫ଜଣ ଗଣଦୁଷ୍କର୍ମ କରିଥିବା ନେଇ ଥାନାରେ ଏତଲା ଦେଇଛନ୍ତି ପୀଡିତାଙ୍କ ପରିବାର । ନାବାଳିକା ଜଣକ ଦୁଇ ପୁରୁଷ ବନ୍ଧୁଙ୍କ ସହ ରେଷ୍ଟୁରାଣ୍ଟକୁ ଯାଇଥିଲେ। ତେବେ ସେଠାରେ ପୂର୍ବରୁ ଥିବା ପୁରୁଷ ବନ୍ଧୁଙ୍କ ଆଉ […]
ରାଉରକେଲା : ରାଉରକେଲାରେ ଘଟିଛି ପୁଣି ଏକ ଲଜ୍ଜାଜନକ ଘଟଣା । ୪ ଦିନ ମଧ୍ୟରେ ଘଟିଛି ୨ ଟି ଗଣଦୁଷ୍କର୍ମ ଘଟଣା । ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ରଘୁନାଥପାଲ୍ଲୀ ଥାନା ନିକଟ ଏକ ରେଷ୍ଟୁରାଣ୍ଟରେ ୫ଜଣ ଗଣଦୁଷ୍କର୍ମ କରିଥିବା ନେଇ ଥାନାରେ ଏତଲା ଦେଇଛନ୍ତି ପୀଡିତାଙ୍କ ପରିବାର । ନାବାଳିକା ଜଣକ ଦୁଇ ପୁରୁଷ ବନ୍ଧୁଙ୍କ ସହ ରେଷ୍ଟୁରାଣ୍ଟକୁ ଯାଇଥିଲେ। ତେବେ ସେଠାରେ ପୂର୍ବରୁ ଥିବା ପୁରୁଷ ବନ୍ଧୁଙ୍କ ଆଉ ୩ ସାଙ୍ଗ ମିଶି ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା । ଘଟଣାରେ ରଘୁନାଥପାଲ୍ଲୀ ଥାନା ପୋଲିସ ତଦନ୍ତ ଜାରି ରଖିଛି ।
ସୂଚନା ଅନୁସାରେ,ଗତ ୨୧ ତାରିଖ ଦିନ ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ବିଶ୍ରା ଛକ ନିକଟ ଜଙ୍ଗଲରେ ଦୁଇ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଏହି ଘଟଣାଟି ଲୋକଙ୍କ ମନରୁ ଲିଭିନଥିବା ବେଳେ ରାଉରକେଲାରୁ ପୁଣି ଆସିଛି ଗଣଦୁଷ୍କର୍ମର ଅଭିଯୋଗ । ରାଉରକେଲାରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏଭଳି ଘଟଣା ବାରମ୍ବାର ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି ।




