ପରିବାରର ୪ ଜଣଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା କଲେ ନାବାଳକ

ବଲାଙ୍ଗୀର : ନାବାଳକଙ୍କ ଆତ୍ମହତ୍ୟା I ପରିବାରର ୪ ଜଣଙ୍କୁ ହରାଇ ସାରିବା ପରେ ଦୁଃଖରେ ଭାଙ୍ଗିପଡି ନାବାଳକ ନେଲେ ଚରମ ନିଷ୍ପତି I ଦୁଃଖରେ ମ୍ରିୟମାଣ ହୋଇ ନିଜ ମା’ଙ୍କ ଶାଢୀରେ ଝୁଲିପଡିଲେ ୧୭ ବର୍ଷର ନାବାଳକ ଦ୍ରୋଣ ମହାକୁଡ଼ I ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ କାନୁଟ୍ ଗାଁରେ I ଏହି ଘଟଣା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି I ଘଟଣାନୁସାରେ,ଗତ ୧୦ […]

Samaya Live Picture
Published On

ବଲାଙ୍ଗୀର : ନାବାଳକଙ୍କ ଆତ୍ମହତ୍ୟା I ପରିବାରର ୪ ଜଣଙ୍କୁ ହରାଇ ସାରିବା ପରେ ଦୁଃଖରେ ଭାଙ୍ଗିପଡି ନାବାଳକ ନେଲେ ଚରମ ନିଷ୍ପତି I ଦୁଃଖରେ ମ୍ରିୟମାଣ ହୋଇ ନିଜ ମା’ଙ୍କ ଶାଢୀରେ ଝୁଲିପଡିଲେ ୧୭ ବର୍ଷର ନାବାଳକ ଦ୍ରୋଣ ମହାକୁଡ଼ I ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ କାନୁଟ୍ ଗାଁରେ I ଏହି ଘଟଣା ପରେ ସମଗ୍ର ଅଂଚଳରେ ଶୋକର ଛାୟା ଖେଳିଯାଇଛି I

ଘଟଣାନୁସାରେ,ଗତ ୧୦ ତାରିଖ ସନ୍ଧ୍ୟାରେ କାନୁଟ ଗାଁ ଉପରପଡ଼ାରେ ଅଦା ବରିହାଙ୍କ ଘରେ ଘଟିଥିଲା ଗ୍ୟାସ ଜନିତ ଅଗ୍ନିକାଣ୍ଡ I ପରିବାରର ୬ ଜଣ ବସି ଟିଭି ଦେଖୁଥିବା ସମୟରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଫାଟି ଘରେ ନିଆଁ ଲାଗି ଯାଇଥିଲା। ଏଥିରେ ୬ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ୫ ଜଣ ମହିଳା ଓ ଜଣେ ପୁରୁଷ ଥିଲେ। ତୁରନ୍ତ ସେମାନଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ରାଉରକେଲାକୁ ସ୍ଥାନାନ୍ତର କରାଯାଇଥିଲା। ଗତ ୧୨ ତାରିଖରେ ଜଣଙ୍କ ଜିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ଗୁରୁବାର୨ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଗତକାଲି ରାଉରକେଲାରେ ଏକ ଘରୋଇ ହସ୍ପିଟାଲରେ ଦ୍ରୋଣଙ୍କ ମା’ମାଳତୀଙ୍କର ମୃତ୍ୟୁ ଘଟିଥିଲା I ମା’ଙ୍କ ମୃତ୍ୟୁ ପରେ ଗଭୀର ମାନସିକ ଆଘାତ ପାଇଥିଲେ ଦ୍ରୋଣ I ଅନ୍ୟପଟେ ହସପିଟାଲରୁ ପରିଜନଙ୍କର ମୃତ ଦେହ ଆଣିବାକୁ ମଧ୍ୟ ଦ୍ରୋଣଙ୍କ ପାଖରେ ଆର୍ଥିକ ସମ୍ବଳ ନଥିଲା I ଏହି ସବୁ ଘଟଣା ପରେ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ଥାଇ ଦ୍ରୋଣ ଆଜି ସକାଳେ ମା’ଙ୍କ ଶାଢୀରେ ଆତ୍ମହତ୍ୟା କରିଥିଲେ I ଖବର ପାଇ ଘଟଣାସ୍ଥଳରେ ବେଲପଡ଼ା ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବେଲପଡ଼ା ହସ୍ପିଟାଲକୁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି I

Tags: