ଦିଲ୍ଲୀରୁ ଗିରଫ ହେଲା ନାବାଳିକା ଦୁଷ୍କର୍ମକାରୀ
ମୁନିଗୁଡା : ଦିଲ୍ଲୀରୁ ଗିରଫ ହେଲା ମୁନିଗୁଡା ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ I ମୁନିଗୁଡାରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫେରାର ଥିବା ବିହାରୀ ଯୁବକ ହରିଶ ରାମଙ୍କୁ ମୁନିଗୁଡା ପୋଲିସ ଗିରଫ କରି ଓଡିଶା ଆଣିଛି I ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବାଇନିବସା ନର୍ସରି ନିକଟରୁ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଥିଲାI ନାବାଳିକାଙ୍କୁ ହତ୍ୟା କରି ଫେରାର ଥିଲା ଅଭିଯୁକ୍ତ I ମୁନିଗୁଡା ପୋଲିସର ସ୍ବତନ୍ତ୍ର ଟିମ […]
ମୁନିଗୁଡା : ଦିଲ୍ଲୀରୁ ଗିରଫ ହେଲା ମୁନିଗୁଡା ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ I ମୁନିଗୁଡାରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଫେରାର ଥିବା ବିହାରୀ ଯୁବକ ହରିଶ ରାମଙ୍କୁ ମୁନିଗୁଡା ପୋଲିସ ଗିରଫ କରି ଓଡିଶା ଆଣିଛି I ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବାଇନିବସା ନର୍ସରି ନିକଟରୁ ନାବାଳିକାର ମୃତଦେହ ଉଦ୍ଧାର କରାଯାଇଥିଲାI ନାବାଳିକାଙ୍କୁ ହତ୍ୟା କରି ଫେରାର ଥିଲା ଅଭିଯୁକ୍ତ I ମୁନିଗୁଡା ପୋଲିସର ସ୍ବତନ୍ତ୍ର ଟିମ ତାର ସନ୍ଧାନ କରି ଅଭିଯୁକ୍ତ ବିହାରୀ ଯୁବକକୁ ଦିଲ୍ଲୀରୁ ଗିରଫ କରିବାରେ ସଫଳ ହୋଇଛି ।
ସୂଚନା ଅନୁଯାୟୀ,ମୁନିଗୁଡ଼ା ବାଇନିବସା ଗ୍ରାମର ଜଣେ ୪ର୍ଥଶ୍ରେଣୀ ଛାତ୍ରୀ ମାର୍ଚ୍ଚ ୬ ତାରିଖ ରାତିରେ ଖାଇ ଶୋଇଥିଲେ। ପରଦିନ ସକାଳୁ ଘରେ ନଥିବା ଦେଖି ପରିବାର ଲୋକେ ଆଖପାଖ ଗ୍ରାମରେ ଖୋଜାଖୋଜି କରିଥିଲେ। ବହୁ ଖୋଜା ଖୋଜି ପରେ ମଧ୍ୟ ନାବାଳିକାଙ୍କ ସନ୍ଧାନ ପାଇନଥିଲେ । ଶେଷରେ ପରିବାର ଲୋକେ ମାର୍ଚ୍ଚ ୮ ତାରିଖ ଦିନ ମୁନିଗୁଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ । ଦୀର୍ଘ ଦିନ ପରେ ଅର୍ଥାତ ୧୭ ତାରିଖ ଦିନ ଗାଁ ନିକଟ ଜଙ୍ଗଲରେ ଏକ ମୃତଦେହ ପଡିଥିବା ଛେଳି ଚରାଇବା ପିଲାଙ୍କ ଠାରୁ ଖବରପାଇ ପରିବାର ଲୋକେ ମୃତଦେହକୁ ଚି଼ହ୍ନଟ କରିଥିଲେ।
ଖବରପାଇ ମୁନିଗୁଡା ପୋଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତରୁ ପୋଲିସ ଜାଣିବାକୁ ପାଇଲେ ଗାଁ ନିକଟ ପାଣିଟାଙ୍କି କାମରେ ନିୟୋଜିତ ୨୪ ବର୍ଷୀୟ ବିହାରୀ ଯୁବକ ହରିଶରାମ ଘଟଣା ଦିନଠାରୁ ଅନୁପସ୍ଥିତ ଥିଲା। ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଅଭିଯୁକ୍ତକୁ ଦିଲ୍ଲୀରୁ ଧରିଥିବା ପରେ ଅଭିଯୁକ୍ତ ସମସ୍ତ ଦୋଷ ସ୍ୱୀକାର କରିଥିବା ଜଣାପଡିଛି। ଅଭିଯୁକ୍ତକୁ ଗିରଫ କରି ବାଇନିବସା ଆଣି କ୍ରାଇମ ସିନ ରି-କ୍ରିଏସନ କରିଛି ପୋଲିସ I ଏନେଇ ମୁନିଗୁଡା ଏସ୍ଡ଼ିପିଓ ସନ୍ତୋଷ ଓରାମ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି I




