ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ
ମାଲକାନଗିରି : ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ମାଲକାନଗିରିରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଇଛି I ମାଲକାନଗିରି କାର୍ଯ୍ୟାଳୟ ଏବଂ ଭଡାଘର ଚଢ଼ାଉ ବେଳେ ଭଡ଼ା ଘରୁ ୧ଲକ୍ଷ ୧୫ହଜାର ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ । ଏହାସହ ଗୋଟିଏ କାର ଓ ବାଇକ ବି ଜବତ ହୋଇଛି […]
ମାଲକାନଗିରି : ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ମାଲକାନଗିରିରେ ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତିଙ୍କ ଘର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଇଛି I ମାଲକାନଗିରି କାର୍ଯ୍ୟାଳୟ ଏବଂ ଭଡାଘର ଚଢ଼ାଉ ବେଳେ ଭଡ଼ା ଘରୁ ୧ଲକ୍ଷ ୧୫ହଜାର ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ । ଏହାସହ ଗୋଟିଏ କାର ଓ ବାଇକ ବି ଜବତ ହୋଇଛି ।
ଏହାସହିତ ବାଲେଶ୍ୱର, ଜଳେଶ୍ୱର ଓ ଭୁବନେଶ୍ୱରରେ ଚଢ଼ାଉ ଚାଲିଛି । ଏହି ଚଢ଼ାଉରେ ଜଣେ ଅତିରିକ୍ତ ଏସପିଙ୍କ ସହ ୩ ଜଣ ଡ଼ିଏସପି, ୮ ଜଣ ଇନ୍ସପେକ୍ଟର, ୮ ଜଣ ଏସଆଇ ସାମିଲ ଅଛନ୍ତି | ବର୍ତ୍ତମାନ ବାଲେଶ୍ୱର ଜଳେଶ୍ୱରରେ ଥିବା ୩ ମହଲା କୋଠା, ଭୁବନେଶ୍ୱର ରଘୁନାଥପୁରରେ ଥିବା ଫ୍ଲାଟ, ପୋଖରୀପୁଟରେ ଥିବା ସମ୍ପର୍କୀୟଙ୍କ ଘର ପ୍ରମୁଖ ସ୍ଥାନରେ ଚଢ଼ାଉ ଜାରି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ସର୍ବମୋଟ ସମ୍ପତ୍ତିର ଆକଳନ କରାଯାଇପାରିନାହିଁ I




