ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ
ପଟାମୁଣ୍ଡାଇ : ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଲେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କନିଷ୍ଠ କିରାଣୀ I ଜଣେ ଶିକ୍ଷକଙ୍କର ବକେୟା(ଏରିଅର୍) ଦରମା ପ୍ରଦାନ ଲାଗି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ,ବରିଷ୍ଠ କିରାଣୀ ମାନସ ରଞ୍ଜନ ଧଳଙ୍କୁ ଧରିଛି ଭିଜିଲାନ୍ସ I ସୂଚନା ଅନୁଯାୟୀ, ପଟାମୁଣ୍ଡାଇ ଅଞ୍ଚଳର ଶିକ୍ଷକ ପ୍ରଫୁଲ କୁମାର ପରିଡାଙ୍କ ବକେୟା ଦରମା ପ୍ରଦାନ କରିବା ପାଇଁ କିରାଣୀ ମାନସ ଧଳ ଏକ ବର୍ଷ ଧରି ଶିକ୍ଷକଙ୍କ କାଗଜ ପତ୍ର […]
ପଟାମୁଣ୍ଡାଇ : ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଲେ ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କନିଷ୍ଠ କିରାଣୀ I ଜଣେ ଶିକ୍ଷକଙ୍କର ବକେୟା(ଏରିଅର୍) ଦରମା ପ୍ରଦାନ ଲାଗି ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ,ବରିଷ୍ଠ କିରାଣୀ ମାନସ ରଞ୍ଜନ ଧଳଙ୍କୁ ଧରିଛି ଭିଜିଲାନ୍ସ I
ସୂଚନା ଅନୁଯାୟୀ, ପଟାମୁଣ୍ଡାଇ ଅଞ୍ଚଳର ଶିକ୍ଷକ ପ୍ରଫୁଲ କୁମାର ପରିଡାଙ୍କ ବକେୟା ଦରମା ପ୍ରଦାନ କରିବା ପାଇଁ କିରାଣୀ ମାନସ ଧଳ ଏକ ବର୍ଷ ଧରି ଶିକ୍ଷକଙ୍କ କାଗଜ ପତ୍ର କରୁନଥିଲା I ଶିକ୍ଷକ ପ୍ରଫୁଲ କୁମାର ବାରମ୍ବାର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ନିବେଦନ କରୁଥିଲେ। ହେଲେ ସେଠାରେ କାର୍ଯ୍ୟରତ କନିଷ୍ଠ କିରାଣୀ ମାନସ ଧଳ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେଲେ ବକେୟା ଦରମା ମିଳିବ ବୋଲି କହିଥିଲେ। ଏନେଇ ପ୍ରଫୁଲ କୁମାର କେନ୍ଦ୍ରାପଡା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଆଜି କନିଷ୍ଠ କିରାଣୀ ମାନସ ଧଳ ଶିକ୍ଷକଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ିବସିଥିଲା। ଘଟଣାସ୍ଥଳରୁ ଲାଞ୍ଚ ଅର୍ଥ ଜବତ ହୋଇଛି। ଏହି ମାମଲାରେ ମାନସ ଙ୍କୁ ଭିଜିଲାନ୍ସ ନିଜ ହେପାଜତକୁ ନେବାସହ ସମସ୍ତ ଘଟଣାର ଯାଞ୍ଚ କରୁଛି I ଏହାବାଦ ମାନସ ଙ୍କ ଅନ୍ୟ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।




