ନିଜ ବନ୍ଧୁକରୁ ଗୁଳି ଚଳାଇ ଯବାନଙ୍କ ଆତ୍ମହତ୍ୟା

ନୟାଗଡ଼ : ଯବାନଙ୍କ ଆତ୍ମହତ୍ୟା I କାର୍ଯ୍ୟସ୍ଥଳୀରେ ନିଜ ବନ୍ଧୁକରୁ ନିଜକୁ ଗୁଳି କରିଛନ୍ତି ଯବାନ I ତେବେ ଯବାନଂକ ଅଚାନକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ I ଏଭଳି ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଇଟମାଟି ଥାନା ପାଣ୍ଡେରିପାଟଣା ଗ୍ରାମରୁ Iମୃତ ଯବାନଙ୍କ ନାଁ କାହ୍ନୁଚରଣ ସାହୁ । କାହ୍ନୁଚରଣ ଛତିଶଗଡ଼ର ନାନ୍ଦିରେ ସି.ଆର.ପି.ଏଫଯବାନ ଭାବେ କାର୍ଯ୍ୟ କରୁଥିଲେ । ସୂଚନାନୁସାରେ,କାହ୍ନୁଚରଣ ପାଣ୍ଡେରିପାଟଣା ଗାଁର ବଂଶୀଧର ସାହୁଙ୍କ ପୁଅ […]

Samaya Live Picture
Published On

ନୟାଗଡ଼ : ଯବାନଙ୍କ ଆତ୍ମହତ୍ୟା I କାର୍ଯ୍ୟସ୍ଥଳୀରେ ନିଜ ବନ୍ଧୁକରୁ ନିଜକୁ ଗୁଳି କରିଛନ୍ତି ଯବାନ I ତେବେ ଯବାନଂକ ଅଚାନକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକେ I ଏଭଳି ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଇଟମାଟି ଥାନା ପାଣ୍ଡେରିପାଟଣା ଗ୍ରାମରୁ Iମୃତ ଯବାନଙ୍କ ନାଁ କାହ୍ନୁଚରଣ ସାହୁ । କାହ୍ନୁଚରଣ ଛତିଶଗଡ଼ର ନାନ୍ଦିରେ ସି.ଆର.ପି.ଏଫଯବାନ ଭାବେ କାର୍ଯ୍ୟ କରୁଥିଲେ ।

ସୂଚନାନୁସାରେ,କାହ୍ନୁଚରଣ ପାଣ୍ଡେରିପାଟଣା ଗାଁର ବଂଶୀଧର ସାହୁଙ୍କ ପୁଅ I ସେ ଦୁଇ ବର୍ଷ ଆଠ ମାସ ତଳେ ସିଆରପିଏଫ ରେ ଚାକିରୀ ଆରମ୍ଭ କରି ଯବାନ ଭାବରେ ଛତିଶଗଡ଼ରେ କାର୍ଯ୍ୟରତ ଥିଲେ । ଗତ କାଲିକାର୍ଯ୍ୟ ସାରି କାହ୍ନୁ ନିଜ ରୁମରେ ରହିଥିବା ବେଳେ ନିଜକୁ ନିଜେ ଗୁଳି କରିଦେଇଥିଲେ। ଦିନ ଦୁଇଟା ବେଳେ ତାଙ୍କ ପରିବାରକୁ ଏନେଇ ସିଆରପିଏଫ କ୍ୟାମ୍ପରୁ ସୂଚନା ଦିଆଯାଇଥିଲା ।

ଆଜି ଛତିଶଗଡ଼ରୁ ପାଣ୍ଡେରି ପାଟଣା ଗ୍ରାମ ଅଭିମୁଖେ ତାଙ୍କ ମରଶରୀର ଆସି ପହଞ୍ଚିବା ପରେ ବହୁ ସଂଖ୍ୟାରେ ଲୋକ ରୁଣ୍ଡ ହୋଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା I କାହ୍ଣୁଚରଣଙ୍କ ମୃତଶରୀର ଗ୍ରାମ ପରିକ୍ରମା ସହିତ ଗାଁ ଶ୍ମସାନରେ ତାଙ୍କର ଦାହ ସଂସ୍କାର ହୋଇଛି I

Tags: