କାରରୁ ବିପୁଳ ପରିମାଣର ରୂପା ଇଟା ସହ ଲକ୍ଷାଧିକ ଟଙ୍କା ଜବତ

ଖଲ୍ଲିକୋଟ : ଚୋରା ଚାଲାଣ ବେଳେ କାରରୁ ୮୮ କେଜି ରୂପା ଇଟା ସହିତ ନଗଦ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ । ଜିଏସଟି ଫାଙ୍କିବା ପାଇଁ ବ୍ରହ୍ମପୁରରୁ କୋଲକତା ଏହି ଇଟା ଚାଲାଣ କରାଯାଉଥିବା ସୂଚନା ମିଳିଛି । ଖଲ୍ଲିକୋଟ ଥାନା ଗୁରାପଲ୍ଲୀ ଟୋଲପ୍ଲାଜା ନିକଟରେ ଏକ କାର ଭିତରୁ ଏହାକୁ ଜବତ କରିଛି ଖଲ୍ଲିକୋଟ ପୋଲିସ । ଏହି ଘଟଣାରେ ୨ ବ୍ୟବସାୟୀ ଅଟକ ରହିଛନ୍ତି । ସୂଚନାନୁସାରେ,ଜିଏସ୍‌ଟି ଫାଙ୍କିବା ନେଇ ପୂର୍ବରୁ […]

Samaya Live Picture
Published On

ଖଲ୍ଲିକୋଟ : ଚୋରା ଚାଲାଣ ବେଳେ କାରରୁ ୮୮ କେଜି ରୂପା ଇଟା ସହିତ ନଗଦ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ । ଜିଏସଟି ଫାଙ୍କିବା ପାଇଁ ବ୍ରହ୍ମପୁରରୁ କୋଲକତା ଏହି ଇଟା ଚାଲାଣ କରାଯାଉଥିବା ସୂଚନା ମିଳିଛି । ଖଲ୍ଲିକୋଟ ଥାନା ଗୁରାପଲ୍ଲୀ ଟୋଲପ୍ଲାଜା ନିକଟରେ ଏକ କାର ଭିତରୁ ଏହାକୁ ଜବତ କରିଛି ଖଲ୍ଲିକୋଟ ପୋଲିସ । ଏହି ଘଟଣାରେ ୨ ବ୍ୟବସାୟୀ ଅଟକ ରହିଛନ୍ତି ।

ସୂଚନାନୁସାରେ,ଜିଏସ୍‌ଟି ଫାଙ୍କିବା ନେଇ ପୂର୍ବରୁ ଖଲ୍ଲିକୋଟ ପୋଲିସ ନିକଟରେ ଖବର ପହଞ୍ଚିଥିଲା । ଏନେଇ ଆଜି ଖଲ୍ଲିକୋଟ ଥାନା ଗୁରାପଲ୍ଲୀ ଟୋଲପ୍ଲାଜାରେ ଖଲ୍ଲିକୋଟ ପୁଲିସ ପକ୍ଷରୁ ଗୁରାପଲ୍ଲୀ ଟୋଲପ୍ଲାଜା ନିକଟରେ ଚେକିଂ କରାଯାଉଥିବା ସମୟରେ ଏକ କାର୍‌ ପହଞ୍ଚିଥିଲା। ତାହାକୁ ଯାଞ୍ଚ କରିବା ତା’ଭିତରୁ ବିପୁଳ ପରିମାଣରେ ରୂପା ଇଟା ସହ ଲକ୍ଷାଧିକ ଟଙ୍କା ଜବତ କରାଯାଇଥିଲା । ମାପଚୁପ ପରେ ଜବତ ଇଟାର ଓଜନ ୮୮ କେଜି ଏବଂ ଏହାର ଆନୁମାନିକ ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସେହିପରି କାରରୁ ୫ଲକ୍ଷ ୪୨ ହଜାର ୬୦୦ ଟଙ୍କା ମିଳିଥିବା ଜଣାଯାଇଛି। ଖଲ୍ଲିକୋଟ ପୋଲିସ୍ କାରକୁ ଜବତ କରିବା ସହିତ କାର ଭିତରେ ଥିବା ରୂପା ଚାଲାଣକାରୀଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ କଲିକତା ହୁଗୁଳି ଅଞ୍ଚଳର ଅରୂପ ଭୂୟାଁ ଓ ପଶ୍ଚିମବଙ୍ଗ ଭୁଦେବ ଚୌକ ଅଞ୍ଚଳର ଉଦିପ ସାଙ୍କି । ଏତେ ପରିମାଣରର ରୂପା ଏବଂ ଟଙ୍କାନେଇ କୁଆଡେ ଯାଉଥିଲେ ତାହା ଜଣାପଡି ନାହିଁ ।

Tags: