ଚେକିଂ ବେଳେ ହୋମଗାର୍ଡ଼ଙ୍କୁ ଗାଡି ଚଢାଇ ହତ୍ୟା
କେନ୍ଦ୍ରାପଡା : ଚେକିଂ ବେଳେ କାର୍ଯ୍ୟରତ ହୋମଗାର୍ଡ଼ ଙ୍କ ଉପରେ ଚଢ଼ିଗଲା ଭ୍ୟାନ୍ I ଘଟଣାସ୍ଥଳରେ ଚାଲିଗଲା ଜୀବନ I ଆଜି ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ବଳଭଦ୍ରପୁର ଠାରେ I ମୃତକ ହେଲେ ପ୍ରବୀର କୁମାର ମହାପାତ୍ର I ସେ ଆରଟିଓ ଏନଫୋର୍ସମେଣ୍ଟ ସ୍କ୍ୱାଡରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ସୂଚନା ଅନୁଯାୟୀ ଆଜି ସକାଳେ ଜାତୀୟ ରାଜପଥ ବଳଭଦ୍ରପୁରଠାରେ ଆରଟିଓ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଗାଡ଼ି ଚେକିଂ କରୁଥିଲେ। ହୋମଗାର୍ଡ ପ୍ରବୀର […]
କେନ୍ଦ୍ରାପଡା : ଚେକିଂ ବେଳେ କାର୍ଯ୍ୟରତ ହୋମଗାର୍ଡ଼ ଙ୍କ ଉପରେ ଚଢ଼ିଗଲା ଭ୍ୟାନ୍ I ଘଟଣାସ୍ଥଳରେ ଚାଲିଗଲା ଜୀବନ I ଆଜି ସକାଳେ ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ବଳଭଦ୍ରପୁର ଠାରେ I ମୃତକ ହେଲେ ପ୍ରବୀର କୁମାର ମହାପାତ୍ର I ସେ ଆରଟିଓ ଏନଫୋର୍ସମେଣ୍ଟ ସ୍କ୍ୱାଡରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ।
ସୂଚନା ଅନୁଯାୟୀ ଆଜି ସକାଳେ ଜାତୀୟ ରାଜପଥ ବଳଭଦ୍ରପୁରଠାରେ ଆରଟିଓ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଗାଡ଼ି ଚେକିଂ କରୁଥିଲେ। ହୋମଗାର୍ଡ ପ୍ରବୀର କୁମାର ଏକ କବାଡି ବୋଝେଇ ପିକଅପ ଭ୍ୟାନକୁ ଚେକିଂ ପାଇଁ ଅଟକାଇଥିଲେ। ହେଲେ ଗାଡ଼ି ଚାଳକ ଭ୍ୟାନକୁ ନ ଅଟକାଇ ତାଙ୍କ ଉପରକୁ ମଡ଼ାଇ ପଳାଇଥିଲେ। ଏହାଫଳରେ ପ୍ରବୀର କୁମାର ମହାପ୍ରାତ୍ରଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ମୃତଦେହକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ଲାଗି ଅଣାଯାଇଛି।
ଏହି ଦୁର୍ଘଟଣା ପରେ ଏନଫୋର୍ସମେଣ୍ଟ ସ୍କ୍ୱାଡର କର୍ମଚାରୀମାନେ ତୁରନ୍ତ ଗାଡ଼ିଟିକୁ ପିଛା କରି ଏକ ଗାଁ ନିକଟରୁ ଜବତ କରିଛନ୍ତି ମାତ୍ର ଗାଡି ଚାଳକ ଫେରାର ହୋଇଯାଇଛନ୍ତି I ଗାଡ଼ିଟିକୁ ଜବତ କରି ଡେରାବିସ ଥାନାକୁ ଅଣାଯାଇଛି ଓ ପୁଲିସ ଘଟଣାର ତଦନ୍ତ କରୁଛି I




