ପାକିସ୍ତାନରେ ହିନ୍ଦୁ ଡାକ୍ତରଙ୍କୁ ଗଳାକାଟି ହତ୍ୟା

ଇସ୍ଲାମାବାଦ : ପାକିସ୍ତାନରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ସାମାନ୍ୟ କଥାକୁ ନେଇ ବିବାଦ ପରେ ମାଲିକଙ୍କ ଗଲା କାଟି ହତ୍ୟା କରିଛି ଡ୍ରାଇଭର I ମାଲିକ ଜଣକ ହିନ୍ଦୁ ଡାକ୍ତର ହୋଇଥିବା ବେଳେ ହତ୍ୟାକାରୀ ହେଉଛନ୍ତି ତାଙ୍କ ଗାଡି ଡ୍ରାଇଭର I ମାର୍ଚ୍ଚ ୭ ତାରିଖ ମଙ୍ଗଳବାର ଦିନ ଏହି ଘଟଣା ଘଟିଛି I ଡାକ୍ତରଙ୍କ ନାଁ ହେଉଛି ଧରମ ଦେବ ରଥ I ସେ ଜଣେ ଚର୍ମ ରୋଗ ବିଶେଷଜ୍ଞ I […]

Samaya Live Picture
Published On

ଇସ୍ଲାମାବାଦ : ପାକିସ୍ତାନରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ସାମାନ୍ୟ କଥାକୁ ନେଇ ବିବାଦ ପରେ ମାଲିକଙ୍କ ଗଲା କାଟି ହତ୍ୟା କରିଛି ଡ୍ରାଇଭର I ମାଲିକ ଜଣକ ହିନ୍ଦୁ ଡାକ୍ତର ହୋଇଥିବା ବେଳେ ହତ୍ୟାକାରୀ ହେଉଛନ୍ତି ତାଙ୍କ ଗାଡି ଡ୍ରାଇଭର I ମାର୍ଚ୍ଚ ୭ ତାରିଖ ମଙ୍ଗଳବାର ଦିନ ଏହି ଘଟଣା ଘଟିଛି I ଡାକ୍ତରଙ୍କ ନାଁ ହେଉଛି ଧରମ ଦେବ ରଥ I ସେ ଜଣେ ଚର୍ମ ରୋଗ ବିଶେଷଜ୍ଞ I ସେ ପାକିସ୍ତାନର ହାଇଦ୍ରାବାଦରେ କାର୍ଯ୍ୟରତ ଥିଲେ I

ଛୁରିଦ୍ବାରା ତଣ୍ଟିକାଟି ଡାକ୍ତର ରଥିଙ୍କୁ ତାଙ୍କ ଡ୍ରାଇଭର୍‌ ହନିଫ୍‌ ଲେଘାରି ହତ୍ୟା କରିଥିଲା। ପୋଲିସ ଅଭିଯୁକ୍ତ ଡ୍ରାଇଭରକୁ ଖଇରପୁରସ୍ଥିତ ତାଙ୍କ ଘରୁ ବୁଧବାର ଗିରଫ କରିଛି। ଅଭିଯୁକ୍ତ ହନିଫ ଲେଗରୀ ବୋଲି ଜଣାପଡିଛି।

ରିପୋର୍ଟ ଅନୁଯାୟୀ, ଡାକ୍ତରଙ୍କ ହତ୍ୟା ବିଷୟରେ ସୂଚନା ତାଙ୍କ ନିଜ ରୋଷେୟା ପୋଲିସକୁ ଦେଇଥିଲେ । ସେ ପୋଲିସ କୁ ଦେଇଥିବା ବୟାନ ଅନୁଯାୟୀ, ଘରକୁ ଫେରିବା ବାଟରେ ତୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଘରେ ପହଞ୍ଚିବା ପରେ ଡ୍ରାଇଭର୍‌ ରୋଷେଇ ଘରୁ ଛୁରିଟିଏ ଆଣି ଡାକ୍ତରଙ୍କୁ ଘର ଭି‌ତରେ ହିଁ ଭୁସି ହତ୍ୟା କରିଥିଲା । ଏହାପରେ ଡ୍ରାଇଭର୍‌ ଡାକ୍ତରଙ୍କ କାର୍‌ ଚଳାଇ ଘଟଣାସ୍ଥଳରୁ ଖସି ପଳାଇଲା। ଦି ନେସନରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ଡକ୍ଟର ଧରାମ ଦେବ ରଥ ହାଇଦ୍ରାବାଦ ଅଞ୍ଚଳର ଜଣେ ଚର୍ମରୋଗ ବିଶେଷଜ୍ଞ ଥିଲେ।

ମାଲିକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସନ୍ଦିଗ୍ଧକୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିଥିବାରୁ ପୁଲିସକୁ ପାକିସ୍ତାନ ସଂଖ୍ୟାଲଘୁ ବ୍ୟାପାରର ପ୍ରାଦେଶିକ ମନ୍ତ୍ରୀ ଜ୍ଞାନଚାନ୍ଦ ଏସ୍ସାରାନି ପ୍ରଶଂସା କରିଛନ୍ତି। ଘଟଣାର ସୁବିଚାର ହେବ ବୋଲି ମଧ୍ୟ ସେ ନିହତ ଡାକ୍ତରଙ୍କ ପରିବାରବର୍ଗଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ର ମହିଳା ୱିଙ୍ଗର ମୁଖ୍ୟ ଫରିୟାଲ ତାଲପୁର ଏହି ହତ୍ୟାକାଣ୍ଡକୁ ନିନ୍ଦା କରିବା ସହ ଏହି ଘଟଣାକୁ ହୃଦୟ ବିଦାରକ ବୋଲି ବର୍ଣ୍ଣନା କରିଛନ୍ତି। ଡାକ୍ତରଙ୍କ ପରିବାରକୁ ନ୍ୟାୟ ମିଳିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି। ସେ କହିଛନ୍ତି ଯେ ପବିତ୍ର ହୋଲି ଅବସରରେ ଏହା ଏକ ଅତ୍ୟନ୍ତ ଦୁଖଦଃ ଘଟଣା I

Tags: