ଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟଯନ୍ତ୍ରୀ
ଭୁବନେଶ୍ୱର :ଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟଯନ୍ତ୍ରୀ। ରାସ୍ତା ଓ ଗୃହ ନିର୍ମାଣ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍। ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଆଜି ଭୋର ୪ଟା ବେଳୁ ଭିଜିଲାନ୍ସ ପକ୍ଷରୁ ଚଢଉ ଆରମ୍ଭ ହୋଇଛି । ତାରାପ୍ରସାଦଙ୍କ ଭୁବନେଶ୍ଵର, କଟକ ଓ ଝାରସୁଗୁଡ଼ା ସମେତ ୯ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ ଜାରି ରହିଛି । ଭୁବନେଶ୍ଵର ନୟାପଲ୍ଲୀ ଅର୍ପଣ ଆପାର୍ଟମେଣ୍ଟ,କସମୋପଲିସରେ ଥିବା ଦୁଇଟି ଫ୍ଲାଟ, […]
ଭୁବନେଶ୍ୱର :ଭିଜିଲାନ୍ସ ଜାଲରେ ପୂର୍ବତନ ମୁଖ୍ୟଯନ୍ତ୍ରୀ। ରାସ୍ତା ଓ ଗୃହ ନିର୍ମାଣ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ ଟିମ୍। ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଆଜି ଭୋର ୪ଟା ବେଳୁ ଭିଜିଲାନ୍ସ ପକ୍ଷରୁ ଚଢଉ ଆରମ୍ଭ ହୋଇଛି । ତାରାପ୍ରସାଦଙ୍କ ଭୁବନେଶ୍ଵର, କଟକ ଓ ଝାରସୁଗୁଡ଼ା ସମେତ ୯ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ାଉ ଜାରି ରହିଛି ।
ଭୁବନେଶ୍ଵର ନୟାପଲ୍ଲୀ ଅର୍ପଣ ଆପାର୍ଟମେଣ୍ଟ,କସମୋପଲିସରେ ଥିବା ଦୁଇଟି ଫ୍ଲାଟ, ଝାରସୁଗୁଡ଼ାରେ ଥିବା ଆଶିଆନା ଆପାର୍ଟମେଣ୍ଟରେ ଥିବା ୩ଟି ଫ୍ଲାଟ ଏବଂ କଟକ ଆଠଗଡରେ ଥିବା ପୈତୃକ ଘର ଏବଂ ଜଣେ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ। ଏହାସହ ଭୁବନେଶ୍ଵର ନୟାପଲ୍ଲୀ ନୀଳକଣ୍ଠନଗରରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଚାଲିଛି । ତେବିବେ ବର୍ତ୍ତମାନ ସୁଦ୍ଧା ତାରା ପ୍ରସାଦଙ୍କ କେତେ ସମ୍ପତ୍ତି ଠାବ ହୋଇଛି ଏହାର ସବିଶେଷ ରିପୋର୍ଟ ହସ୍ତଗତ ହୋଇନାହିଁ। ପୂର୍ବତନ ମୁଖ୍ୟଯନ୍ତ୍ରୀଙ୍କ ଘରେ ରେଡ୍ କରିବାକୁ ଭିଜିଲାନ୍ସ ସ୍ଵତନ୍ତ୍ର ଅଦାଲତ ୱାରେଣ୍ଟ ଜାରି କରିଥିଲେ। ଏହି ଚଢ଼ାଉରେ ଚଢାଉରେ ୪୦ରୁ ଅଧିକ ଅଧିକାରୀ ସାମିଲ ହୋଇଛନ୍ତି। ୧୨ ଡିଏସପି, ୧୨ ଇନ୍ସପେକ୍ଟର ଓ ୧୬ ଜଣ ଏଏସଆଇଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଚଢ଼ାଉରେ ସାମିଲ ଅଛନ୍ତି ।
ଏଯାବତ୍ ହୋଇଥିବା ଚଢ଼ାଉରେ ମିଶ୍ରଙ୍କ ଘରୁ ପୁଳା ପୁଳା ସୁନା, ସୁନାର ଠାକୁର ମୂର୍ତ୍ତି, ରୂପା, ହୀରା ହାର ଓ ରୂପା ବାସନ ଜବତ ହୋଇଛି। ଭୁବନେଶ୍ୱର ଘରୁ କେଜି କେଜି ସୁନା, ରୁପା, ହୀରା ଏବଂ ନଗଦ ଟଙ୍କା ଜବତ ହୋଇଛି। ଏଥିସହ ମର୍ସିଡିଜ କାର। ଅନ୍ୟପକ୍ଷେ ଗଣତି ଜାରି ରହିଛି ।




