ସ୍କୁଲ ନଯିବାରୁ ନାବାଳକ ପୁଅକୁ ଚେଙ୍କ ଦେଲା ନୃଶଂସ ବାପା

ଅନୁଗୁଳ : ସ୍କୁଲ ନଯିବାରୁ ନାବାଳକ ପୁଅକୁ ଲୁହାରଡ଼ ରେ ନୃଶଂସ ଭାବରେ ଚେଙ୍କ ଦେଲା ବାପା I ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ହଟିଆନାଳି ଗାଁର ଏହି ଘଟଣା ଘଟିଛି I ମା’ଛେଉଣ୍ଡ ପୁଅକୁ ସାବତ ମା’ର ପ୍ରରୋଚନାରେ ପଡି ବାପା ଅଧିକାଂଶ ସମୟରେ ବଡିଆପିଟା କରୁଥିବା ଜଣା ପଡିଛି I ଘଟଣା ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅନୁଗୁଳ ଚାଇଲଡ ଲାଇନ ପକ୍ଷରୁ ଛେଣ୍ଡିପଦା ପୁଲିସ ସହାୟତାରେ ହଟିଆନାଳି ଗ୍ରାମରୁ ଶିଶୁକୁ ଉଦ୍ଧାର କରାଯାଇଛି। […]

Samaya Live Picture
Published On

ଅନୁଗୁଳ : ସ୍କୁଲ ନଯିବାରୁ ନାବାଳକ ପୁଅକୁ ଲୁହାରଡ଼ ରେ ନୃଶଂସ ଭାବରେ ଚେଙ୍କ ଦେଲା ବାପା I ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ହଟିଆନାଳି ଗାଁର ଏହି ଘଟଣା ଘଟିଛି I ମା’ଛେଉଣ୍ଡ ପୁଅକୁ ସାବତ ମା’ର ପ୍ରରୋଚନାରେ ପଡି ବାପା ଅଧିକାଂଶ ସମୟରେ ବଡିଆପିଟା କରୁଥିବା ଜଣା ପଡିଛି I ଘଟଣା ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅନୁଗୁଳ ଚାଇଲଡ ଲାଇନ ପକ୍ଷରୁ ଛେଣ୍ଡିପଦା ପୁଲିସ ସହାୟତାରେ ହଟିଆନାଳି ଗ୍ରାମରୁ ଶିଶୁକୁ ଉଦ୍ଧାର କରାଯାଇଛି। ପୁଲିସ୍ ଏହି ଘଟଣାରେ ନାବାଳକଙ୍କ ବାପା ଓ ସାବତ ମା’ଙ୍କୁ ଅଟକ ରଖିଛି ।

ଘଟନାନୁସାରେ, ମାଆ ଛେଉଣ୍ଡ ୧୨ ବର୍ଷର ନାବାଳକକୁ ସ୍କୁଲ ଯିବାକୁ ନିଜେ ମନା କରି ସାବତ ମାଆ ବାପା ହାତରୁ ମାଡ ଖୁଆଇଥିଲା । ଏହାସିତ ହାତରେ ଗୋଡରେ ଅତି ନିର୍ଦ୍ଦୟ ଭାବେ ଲୁହା ରଡରେ ଚେଙ୍କ ଦେଇଥିଲା ନୃଶଂସ ବାପା ଇ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଓ ଚାଇଲ୍ଡଲାଇନ ସଦସ୍ୟ ନାବାଳକକୁ ଉଦ୍ଧାର କରିଛନ୍ତି । ବାପା ସୁବାସ ପ୍ରଧାନ ଓ ସାବତ ମାଆଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

Tags: