ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁର୍ଦ୍ଦାନ୍ତ ନକ୍ସଲ ନିହତ
ବଣାଇ: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ମାଓ ନେତା ନିହତ । ଓଡିଶା ସୀମାନ୍ତ ଝାଡଖଣ୍ଡରେ ପୁଲିସ- ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ ଟପ୍ ମାଓନେତା ମୁଖଦେବ ଯାଦବ ନିହତ ହୋଇଥିବା ସୂଚନା ମିଳିଛି । ମୁଖଦେବ ଯାଦବ ମୁଣ୍ଡରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା । ପାଲାମୁ ଜିଲ୍ଲାର ମାନାଟୁ ଥାନା ଅଞ୍ଚଳ ବାନ୍ସି ଗାଁ ଜଙ୍ଗଲରେ ପୋଲିସ ଓ ଟିଏସ୍ ପିସି ମଧ୍ୟରେ ଗୁଳିବିନିୟମ ହୋଇଛି । ଏଥିରେ […]
ବଣାଇ: ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ମାଓ ନେତା ନିହତ । ଓଡିଶା ସୀମାନ୍ତ ଝାଡଖଣ୍ଡରେ ପୁଲିସ- ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ ଟପ୍ ମାଓନେତା ମୁଖଦେବ ଯାଦବ ନିହତ ହୋଇଥିବା ସୂଚନା ମିଳିଛି । ମୁଖଦେବ ଯାଦବ ମୁଣ୍ଡରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା ।
ପାଲାମୁ ଜିଲ୍ଲାର ମାନାଟୁ ଥାନା ଅଞ୍ଚଳ ବାନ୍ସି ଗାଁ ଜଙ୍ଗଲରେ ପୋଲିସ ଓ ଟିଏସ୍ ପିସି ମଧ୍ୟରେ ଗୁଳିବିନିୟମ ହୋଇଛି । ଏଥିରେ ମୁଖଦେବ ଯାଦବ ନିହତ ହେବା ସହିତ ଘଟଣାସ୍ଥଳରୁ ରାଇଫଲ ଏବଂ ବିପୁଳ ପରିମାଣରେ ଗୁଳିଗୋଳା ଜବତ କରିଛି ପୋଲିସ ।
ବାନ୍ସି ଗାଁର ଜଙ୍ଗଲରେ ଦୁର୍ଦ୍ଦାନ୍ତ ନକ୍ସଲ ଲୁଚିଥିବାର ଖବର ପାଇ ଚଢ଼ାଉ କରିଥିଲେ ସୁରକ୍ଷାକର୍ମୀ । ଏସପି ରେଶମା ରାମେଶନ, ଅତିରିକ୍ତ ଏସପି ରାକେଶ କୁମାର ସିଂହଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା । ସୁରକ୍ଷାବାହିନୀ ତାରହାସି ଓ ମାନାଟୁ ଥାନା ଅଞ୍ଚଳର ସୀମାନ୍ତ ଜଙ୍ଗଲରେ ନକ୍ସଲଙ୍କୁ ଘେରିଥିଲେ । ପରେ ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା । ସଂଘର୍ଷରେ ଟିଏସ୍ ପିସିର ନେତା ମୁଖଦେବ ଯାଦବର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସାଥିମାନେ ଛତ୍ରଭଙ୍ଗ ଦେଇଥିଲେ । ସ୍ଥାନୀୟ ଅଞ୍ଚଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।
ରକ୍ଷାବାହିନୀ ଗୋଟିଏ ନକ୍ସଲ କ୍ୟାମ୍ପ ଧ୍ବଂସ କରିଥିବାବେଳେ ସେଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଛି । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଜାରି ରହିଛି । କିଛିଦିନ ପୂର୍ବେ ଚାଇଁବସା ଜିଲ୍ଲାର ଗୋଇଲକେରା ଥାନା ଅଞ୍ଚଳରେ ଏକ ଏନକାଉଣ୍ଟରରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ଥିବା ସିପିଆଇ ମାଓବାଦୀ ଜୋନାଲ କମାଣ୍ଡର ଅମିତ ହାଁସଦା ଓରଫ ଉପ୍ତାନ ନିହତ ହୋଇଥିଲା ।




