ନିଜ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ସିଆରପିଏଫ ଯବାନ
ବରଗଡ଼ : ନିଜ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଜଣେ କର୍ତବ୍ୟରତ ସିଆରପିଏଫ୍ ଯବାନ I ମୃତ ସିଆରପିଏଫ୍ ଯବାନଙ୍କ ନାଁ ପ୍ରସନ୍ନଜିତ ପାଲ I ତାଙ୍କ ଘର ପଶ୍ଚିମବଙ୍ଗରେ। ସେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳ ସିଆରପିଏଫ୍ କ୍ୟାମ୍ପରେ କାର୍ଯ୍ୟରତ ଥିଲେ I ପ୍ରସନ୍ନଜିତ ସି/୧୮୯ ବାଟାଲିୟନର ଯବାନ ବୋଲି ଜଣାଯାଇଛି। ଗତକାଲି ଗତକାଲି ରାତି ୧୦ଟାରୁ ତାଙ୍କ ଡ୍ୟୁଟି ସୁରକ୍ଷା ଟାୱାର ଉପରେ ରହିଥିଲା। ରାତି ପ୍ରାୟ ୧୨ଟାରେ […]
ବରଗଡ଼ : ନିଜ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ଜଣେ କର୍ତବ୍ୟରତ ସିଆରପିଏଫ୍ ଯବାନ I ମୃତ ସିଆରପିଏଫ୍ ଯବାନଙ୍କ ନାଁ ପ୍ରସନ୍ନଜିତ ପାଲ I ତାଙ୍କ ଘର ପଶ୍ଚିମବଙ୍ଗରେ। ସେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଞ୍ଚଳ ସିଆରପିଏଫ୍ କ୍ୟାମ୍ପରେ କାର୍ଯ୍ୟରତ ଥିଲେ I
ପ୍ରସନ୍ନଜିତ ସି/୧୮୯ ବାଟାଲିୟନର ଯବାନ ବୋଲି ଜଣାଯାଇଛି। ଗତକାଲି ଗତକାଲି ରାତି ୧୦ଟାରୁ ତାଙ୍କ ଡ୍ୟୁଟି ସୁରକ୍ଷା ଟାୱାର ଉପରେ ରହିଥିଲା। ରାତି ପ୍ରାୟ ୧୨ଟାରେ ସେ ନିଜ ବନ୍ଧୁକରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି I ଏହାପରେ ତାଙ୍କୁ ପଦ୍ମପୁର ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ବୁର୍ଲା ଭିମସାରରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାଯାଇଛି। ତେବେ ସେ ଛୁଟିରେ ଘରକୁ ଯାଇ ଦୁଇ ଦିନ ତଳେ କାର୍ଯ୍ୟରେ ପୁଣି ଯୋଗ ଦେଇଥିଲେ। ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କଲେ, ତାହା ଜଣାପଡ଼ିନାହିଁ। ପୋଲିସ ଘଟଣାର ଅନୁସନ୍ଧାନ ଚଳାଇଛି I




