ଅର୍ଦ୍ଧେନ୍ଦୁ ଦାସଙ୍କ ଘରେ ରେଡ୍
ଭୁବନେଶ୍ୱର: ଜୁନ ୨୯: ଅର୍ଦ୍ଧେନ୍ଦୁଙ୍କ ନାଁରେ କୋଟିଏ ଟଙ୍କା ଠକେଇ ଅଭିଯୋଗ । ଭୁବନେଶ୍ୱର ଜାଗମରା ଘରେ ଚଢ଼ଉ କରିଛନ୍ତି ଇଓଡବ୍ଲì ତଦନ୍ତକାରୀ ଅଧିକାରୀ । ଅଭିଯୋଗ ଅନୁସାରେ ଅର୍ଦ୍ଧେନ୍ଦୁଙ୍କୁ ଦୁଇ ଥର ନୋଟିସ୍ ପରେ ବି ସେ ହାଜର ହୋଇନଥିଲେ । ଏହାପରେ ଆଜି ତାଙ୍କ ଘରେ ସର୍ଚ୍ଚ କରିଛି ତଦନ୍ତକାରୀ ଟିମ୍ । ଦିଲ୍ଲୀର ଜଣେ ବ୍ୟବସାୟୀ ଗଗନଦୀପ ସିଂହ ଚାୱଲା ଅର୍ଦ୍ଧେନ୍ଦୁଙ୍କ ନାଁରେ ଇଓଡବ୍ଲìରେ ଅଭିଯୋଗ କରିଛନ୍ତି । ଅକେଫାବର ୨୦୨୦ରେ ଚ୍ୟାନେଲ […]
ଭୁବନେଶ୍ୱର: ଜୁନ ୨୯: ଅର୍ଦ୍ଧେନ୍ଦୁଙ୍କ ନାଁରେ କୋଟିଏ ଟଙ୍କା ଠକେଇ ଅଭିଯୋଗ । ଭୁବନେଶ୍ୱର ଜାଗମରା ଘରେ ଚଢ଼ଉ କରିଛନ୍ତି ଇଓଡବ୍ଲì ତଦନ୍ତକାରୀ ଅଧିକାରୀ । ଅଭିଯୋଗ ଅନୁସାରେ ଅର୍ଦ୍ଧେନ୍ଦୁଙ୍କୁ ଦୁଇ ଥର ନୋଟିସ୍ ପରେ ବି ସେ ହାଜର ହୋଇନଥିଲେ । ଏହାପରେ ଆଜି ତାଙ୍କ ଘରେ ସର୍ଚ୍ଚ କରିଛି ତଦନ୍ତକାରୀ ଟିମ୍ । ଦିଲ୍ଲୀର ଜଣେ ବ୍ୟବସାୟୀ ଗଗନଦୀପ ସିଂହ ଚାୱଲା ଅର୍ଦ୍ଧେନ୍ଦୁଙ୍କ ନାଁରେ ଇଓଡବ୍ଲìରେ ଅଭିଯୋଗ କରିଛନ୍ତି । ଅକେଫାବର ୨୦୨୦ରେ ଚ୍ୟାନେଲ ପାଇଁ ୯୦ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଗଗନଦୀପଙ୍କଠୁ କିଣା ଯାଇଥିଲା । ଏ ବାବଦକୁ ମାତ୍ର ୧୦ ଲକ୍ଷ ଟଙ୍କା ଅଗ୍ରିମ ଦିଆଯାଇ ୬ ମାସରେ ପଇସା ଦେବାକୁ କହିଥିଲେ ଅର୍ଦ୍ଧେନ୍ଦୁ । ହେଲେ ଏବେ ଯାଏଁ ବଳକା ଟଙ୍କା ନମିଳିବାରୁ ତାଙ୍କ ନାଁରେ ଇଓଡବ୍ଲìରେ ଏତଲା କରିଛନ୍ତି ଗଗନଦୀପ । ସେପଟେ ଅଭିଯୋଗ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ରଖିଛନ୍ତି ଅର୍ଦ୍ଧେନ୍ଦୁ ।ଚ୍ୟାନେଲ କାମରେ ସେ ବାହାରେ ଅଛନ୍ତି, ଇଓଡବ୍ଲì ସମନ୍ ପାଇ ତୁରନ୍ତ ଚିଠି ଲେଖି ଜଣାଇଥିଲେ । ରଥଯାତ୍ରା ପରେ ଦେଖା କରିବେ ବୋଲି ସେ କହିଥିଲେ । ହେଲେ ଇଓଡବ୍ଲì ପୁଣି ତାଙ୍କୁ ସମନ୍ କରିଥିଲା । ଏନେଇ ତାଙ୍କ ଓକିଲ ଇଓଡବ୍ଲìକୁ ଜଣାଇଥିଲେ । ଏହାସେ‰ଇଓଡବ୍ଲì ଆଜି ଭୋର୍ ୪ଟାରେ ରେଡ୍ କରିବା ଆଶ୍ଚର୍ଯ୍ୟ ଜନକ । ଏହାସହ କେବେ କାହାକୁ ଠକିବା ତାଙ୍କ ଉର୍ଦ୍ଦେଶ୍ୟ ନୁହେଁ ବୋଲି ଅର୍ଦ୍ଧେନ୍ଦୁ ଦୋହରାଇଛନ୍ତି । ସେହିପରି ଅର୍ଦ୍ଧେନ୍ଦୁଙ୍କ ନାଁରେ କଟକ ପୁରୀଘାଟ ଥାନାରେ ଏତଲା ଦାଏର ହୋଇଛି । କଟକର ବ୍ୟବସାୟୀ ନିସିତ ଅଗ୍ରୱାଲଙ୍କଠାରୁ ୧୧ ଲକ୍ଷ ଟଙ୍କାର ଆସବାବପତ୍ର କିଣି ୬ ଲକ୍ଷ ୬୦ ହଜାର ବଳକା ଟଙ୍କା ଦେଉନଥିବା ଅଭିଯୋଗ ହୋଇଛି । ଏବାବଦରେ ନିସିତ ବହୁବାର ଅର୍ଦ୍ଧେନ୍ଦୁଙ୍କୁ ଟଙ୍କା ମାଗିବା ପରେ ଗାଳିଗୁଳଜ ଓ ଧମକ ଦିଆଯାଇଥିବା ଅଭିଯୋଗ କରି ପୁରୀ ଘାଟ ଥାନାରେ ଏତଲା ଦିଆଯାଇଛି । ପୋଲିସ୍ ମାମଲାରେ ତଦନ୍ତ କରୁଛି । ସେପଟେ ଏହି ଅଭିଯୋଗରେ ଅର୍ଦ୍ଧେନ୍ଦୁଙ୍କ ପ୍ରତିକ୍ରିୟା ମିଳିପାରିନି ।




