ମଦଭାଟି ଉପରେ ପୁଣି ବୁଲିଲା ବୁଲଡୋଜର
ଭୁବନେଶ୍ୱର : ସାଲିଆ ସାହି ମଦଭାଟି ଉପରେ ପୁଣି ବୁଲିଲା ବୁଲଡୋଜର । ଅବକାରୀ ବିଭାଗ ପକ୍ଷରୁ ୮ ହଜାର ଲିଟର ଚୋରା ଦେଶୀ ମଦ ଏବଂ ୨ ହଜାର ଲିଟର ପୋଚକୁ ନଷ୍ଟ କରାଯାଇଛି । ନୀଳଚକ୍ରନଗର ମୁଣ୍ଡାସାହି ବସ୍ତିରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଅବକାରୀ ବିଭାଗ। ଏହା ସହିତ ଚୋରାମଦ ଆଡ୍ଡାସ୍ଥଳୀକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି । ଅବକାରୀ ବିଭାଗ ଓ ଇଡକୋର ମିଳିତ ଟିମ୍ କାର୍ଯ୍ୟାନୁଷ୍ଠାନ ନେଇଛି । ରେଡ୍ ବେଳେ […]
ଭୁବନେଶ୍ୱର : ସାଲିଆ ସାହି ମଦଭାଟି ଉପରେ ପୁଣି ବୁଲିଲା ବୁଲଡୋଜର । ଅବକାରୀ ବିଭାଗ ପକ୍ଷରୁ ୮ ହଜାର ଲିଟର ଚୋରା ଦେଶୀ ମଦ ଏବଂ ୨ ହଜାର ଲିଟର ପୋଚକୁ ନଷ୍ଟ କରାଯାଇଛି । ନୀଳଚକ୍ରନଗର ମୁଣ୍ଡାସାହି ବସ୍ତିରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ଅବକାରୀ ବିଭାଗ। ଏହା ସହିତ ଚୋରାମଦ ଆଡ୍ଡାସ୍ଥଳୀକୁ ଜେସିବି ଲଗାଇ ଭାଙ୍ଗି ଦିଆଯାଇଛି । ଅବକାରୀ ବିଭାଗ ଓ ଇଡକୋର ମିଳିତ ଟିମ୍ କାର୍ଯ୍ୟାନୁଷ୍ଠାନ ନେଇଛି । ରେଡ୍ ବେଳେ ୮ ଗିରଫ ହୋଇଥିବାବେଳେ , ୪ ଫେରାର ଅଛନ୍ତି ।
କିଛି ଦିନ ତଳେ ଏଠାରୁ ହଜାର ହଜାର ଦେଶୀ ମଦ , ପୋଚ ଜବତ କରିଥିଲା ଅବକାରୀ ବିଭାଗ। ଏହା ପରେ ଆଜି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଚୋରା ଦେଶୀ ମଦ ବେପାର କଲେ ଛଡ଼ାଯିବ ନାହିଁ ବୋଲି ଏକ ପ୍ରକାର ସଂକେତ ଦିଆଯାଇଛି।




