ସମ୍ପତି ବିବାଦରୁ ଭାଇକୁ ହତ୍ୟା କଲା ଭାଇ

ବ୍ରହ୍ମପୁର : ସମ୍ପତି ଲୋଭ ହେଲା କାଳ । ଜମି ବିବାଦରୁ ଭାଇକୁ ଶାବଳ ପିଟି ହତ୍ୟା କରିଛି ଭାଇ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ବାସୁଦେବପୁର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ବଡ଼ ବାପା ପୁଅ ମାଡ଼ରେ ଦାଦା ପୁଅ ଭାଇର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ କଂସ ପ୍ରଧାନଙ୍କ ୨୫ବର୍ଷୀୟ ପୁଅ କୁଲୁ ପ୍ରଧାନ । ଗତକାଲି ରାତିରେ ଜମିବାଡ଼ି କାରଣକୁ ନେଇ ବଡ଼ ବାପା ପୁଅ […]

Samaya Live Picture
Published On

ବ୍ରହ୍ମପୁର : ସମ୍ପତି ଲୋଭ ହେଲା କାଳ । ଜମି ବିବାଦରୁ ଭାଇକୁ ଶାବଳ ପିଟି ହତ୍ୟା କରିଛି ଭାଇ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ବାସୁଦେବପୁର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ବଡ଼ ବାପା ପୁଅ ମାଡ଼ରେ ଦାଦା ପୁଅ ଭାଇର ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ କଂସ ପ୍ରଧାନଙ୍କ ୨୫ବର୍ଷୀୟ ପୁଅ କୁଲୁ ପ୍ରଧାନ ।

ଗତକାଲି ରାତିରେ ଜମିବାଡ଼ି କାରଣକୁ ନେଇ ବଡ଼ ବାପା ପୁଅ ଓ ଦାଦା ପୁଅ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବଡ଼ ବାପା ପୁଅ ଭାଇ ଦାଦା ପୁଅ କୁଲୁ ପ୍ରଧାନଙ୍କ ମୁଣ୍ଡକୁ ଶାବଳରେ ପିଟି ଦେଇଥିଲା। ପରିବାର ଲୋକେ ଗୁରୁତର ଅବସ୍ଥାରେ କୁଲୁକୁ ଉଦ୍ଧାର କରି ଆଡ଼ପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର କୁଲୁକୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ପାଟପୁର ପୋଲିସ ପହଞ୍ଚି ସ୍ଵ ବ୍ୟବଚ୍ଛେଦ କରିବା ସହ ତଦନ୍ତ କରୁଛି।

Tags: