ରାଜଧାନୀରେ ଚାଞ୍ଚଲ୍ୟ , ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା
ଭୁବନେଶ୍ୱର : ମରିଗଲାଣି ମାନବିକତା । ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଛନ୍ତି ସମ୍ପର୍କୀୟ I ଏଭଳି ଏକ ଚାଂଚଲ୍ୟକର ଘଟଣା ଘଟିଛି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଧିନ କେଳା ବସ୍ତିରେ I ଗତକାଲି ସନ୍ଧ୍ୟାରେ ଏହି ବସ୍ତିର ଘନିଆ ନାମକ ଜଣେ ଯୁବକ ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ଅଭିଯୋଗ କରିଛନ୍ତି ମୃତ ଶିଶୁର ମା। ଅଭିଯୁକ୍ତ ଘନିଆ ମୃତ ଶିଶୁଟିର ସମ୍ପର୍କୀୟ ଦାଦା ହେବ I ଘଟଣା ସ୍ଥଳରୁ ଅଭିଯୁକ୍ତ […]
ଭୁବନେଶ୍ୱର : ମରିଗଲାଣି ମାନବିକତା । ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଛନ୍ତି ସମ୍ପର୍କୀୟ I ଏଭଳି ଏକ ଚାଂଚଲ୍ୟକର ଘଟଣା ଘଟିଛି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଅଧିନ କେଳା ବସ୍ତିରେ I ଗତକାଲି ସନ୍ଧ୍ୟାରେ ଏହି ବସ୍ତିର ଘନିଆ ନାମକ ଜଣେ ଯୁବକ ଏଭଳି ଜଘନ୍ୟ କାଣ୍ଡ ଭିଆଇଥିବା ଅଭିଯୋଗ କରିଛନ୍ତି ମୃତ ଶିଶୁର ମା। ଅଭିଯୁକ୍ତ ଘନିଆ ମୃତ ଶିଶୁଟିର ସମ୍ପର୍କୀୟ ଦାଦା ହେବ I ଘଟଣା ସ୍ଥଳରୁ ଅଭିଯୁକ୍ତ ଘନିଆ ଫେରାର ହୋଇଯାଇଛି । ଏନେଇ ଏୟାରଫିଲ୍ଡ ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାଡ ର ଛାନଭିନ ଆରମ୍ଭ କରିଛି ।




