୩ ବର୍ଷର ଶିଶୁ ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍‌

କେନ୍ଦ୍ରାପଡ଼ା : ଶିଶୁ ଦୁଷ୍କର୍ମକାରୀକୁ ୧୦ ବର୍ଷର ଜେଲ ଦଣ୍ଡ ସହ ଜୋରିମାନା I ଜୋରିମାନା ଅନାଦେୟ ଅଧିକ ୧ ବର୍ଷର ଜେଲ ଦଣ୍ଡାଦେଶ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଫାଷ୍ଟ୍ରାକ୍ ପୋକ୍ସୋ କୋର୍ଟର ବିଚାରପତି ତ୍ରିବିକ୍ରମ କେଶରୀ ଚିନ୍ନରା I ଏହା ସହିତ ଅଭିଯୁକ୍ତ ପୀଡ଼ିତାଙ୍କ ପରିବାରକୁ ଅନୁକମ୍ପାମୁଳକ ସହାୟତା ରାଶି ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଆଇନ୍ ସେବା ପ୍ରାଧିକରଣକୁ କୋର୍ଟ ଆଦେଶ ପ୍ରଦାନ କରିଛନ୍ତି । ଅଭିଯୁକ୍ତ ହେଉଛନ୍ତି ରାଜକନିକା ଥାନା […]

Samaya Live Picture
Published On

କେନ୍ଦ୍ରାପଡ଼ା : ଶିଶୁ ଦୁଷ୍କର୍ମକାରୀକୁ ୧୦ ବର୍ଷର ଜେଲ ଦଣ୍ଡ ସହ ଜୋରିମାନା I ଜୋରିମାନା ଅନାଦେୟ ଅଧିକ ୧ ବର୍ଷର ଜେଲ ଦଣ୍ଡାଦେଶ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ଫାଷ୍ଟ୍ରାକ୍ ପୋକ୍ସୋ କୋର୍ଟର ବିଚାରପତି ତ୍ରିବିକ୍ରମ କେଶରୀ ଚିନ୍ନରା I ଏହା ସହିତ ଅଭିଯୁକ୍ତ ପୀଡ଼ିତାଙ୍କ ପରିବାରକୁ ଅନୁକମ୍ପାମୁଳକ ସହାୟତା ରାଶି ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ଆଇନ୍ ସେବା ପ୍ରାଧିକରଣକୁ କୋର୍ଟ ଆଦେଶ ପ୍ରଦାନ କରିଛନ୍ତି । ଅଭିଯୁକ୍ତ ହେଉଛନ୍ତି ରାଜକନିକା ଥାନା ଅନ୍ତର୍ଗତ କୋଠସାହି ଗ୍ରାମର ରମେଶ ମଲ୍ଲିକଙ୍କ ପୁଅ ରାଜୁ ଓରଫ୍ ରାଜେଶ ମଲ୍ଲିକ(୩୦) ସେ ଜଣେ ୩ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରି ଗିରଫ ହୋଇଥିଲେ I

ସୂଚନାନୁସାରେ, ୨୦୧୭ ମସିହା ନଭେମ୍ବର ୧୩ ତାରିଖରେ ରାଜକନିକା ଥାନା କୋଠସାହି ଗ୍ରାମର ରାଜେଶ ମଲ୍ଲିକ ଘର ପାଖରେ ଖେଳୁଥିବା ଜଣେ ୩ ବର୍ଷର ଶିଶୁ କନ୍ୟାକୁ ଚକୋଲେଟ ଦେବା ଲୋଭ ଦେଖାଇ ଘରକୁ ନେଇ ଦୁଷ୍କର୍ମ କରିଥିଲା I ଏହି ସମୟରେ ପିଲାଟି କାନ୍ଦିବାରୁ ଘଟଣା ସ୍ଥଳରେ ଶିଶୁ କନ୍ୟାର ମା ପହଂଚି ଯାଇ ଝିଅକୁ ରାଜେଶ କବଳରୁ ଉଦ୍ଧାର କରିଥିଲେ I ତେବେ ଅଭିଯୁକ୍ତ ରାଜୁ ଏ ବାବଦରେ କାହା ଆଗରେ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ପୀଡିତାଙ୍କ ମା’ ପିଡିତାକୁ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ରାଜକନିକା ଡାକ୍ତରଖାନାକୁ ନେଇଯାଇଥିଲେ। ସେହିଦିନ ରାଜକନିକା ଥାନାରେ ଏତଲା ଦେଇଥିଲେ I

ପୁଲିସ ଅଭିଯୋଗ ଆଧାରରେ ରାଜକନିକା ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ୨୦୧୭ ମସିହା ନଭେମ୍ବର ୩୦ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା ଓ ୨୦୧୮ ମାର୍ଚ୍ଚ ମାସ ୮ ତାରିଖରେ ଚୂଡାନ୍ତ ରିପୋର୍ଟ ଦାଖଲ କରିଥିଲା । କୋର୍ଟରେ ଚୁଡାନ୍ତ ରିପୋର୍ଟ ଦାଖଲ ହେବା ପରେ ଶୁଣାଣି ତ୍ୱରାନ୍ୱିତ ହୋଇଥିଲା । କୋର୍ଟ ୧୭ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ରାଜୁକୁ ଦୋଷୀ ସାବ୍ୟସ୍ତ କରି ଫାଷ୍ଟ୍ରାକ୍ ପୋକ୍ସୋ କୋର୍ଟର ବିଚାରପତ ୧୦ ବର୍ଷ ଜେଲ୍ ଦଣ୍ଡ ଓ ଜୋରିମାନା ଦାଖଲ ନକଲେ ଅତିରିକ୍ତ ବର୍ଷେ ଜେଲ୍ ଭୋଗିବାକୁ ପଡିବ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି । ଏବେ ସେ ଜେଲ୍‌ରେ ବିଚାରଧୀନ ବନ୍ଦୀ ଭାବେ ଅଛି । ଏହି ମାମଲାରେ ସରକାରାଙ୍କ ତରଫରୁ ସ୍ୱତନ୍ତ୍ର ପିପି ମନୋଜ ସାହୁ ମାମଲା ପରିଚାଳନା କରୁଥିଲେ I

Tags: