ନାଗ-ଚାନ୍ଦ ଦମ୍ପନ୍ତିଙ୍କ ବିରୋଧରେ ଆଜି ଦାଖଲ ହେବ ୨୪୦୦ ପୃଷ୍ଠାର ଚାର୍ଜସିଟ୍

ଭୁବନେଶ୍ୱର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ମାମଲାରେ ଜେଏମଏଫସି-୫ କୋର୍ଟରେ ଦାଖଲ ହେବ ଚାର୍ଜସିଟ୍ । ୨୪୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିବ ଖଣ୍ଡଗିରି ପୁଲିସ । ଚାର୍ଜସିଟରେ ଅର୍ଚ୍ଚନାଙ୍କ ବ୍ଲାକମେଲ ଘଟଣାର ପୁରା ତଥ୍ୟ ରହିଛି । କିପରି ଓ କାହା କାହାକୁ ନିଜ ଜାଲରେ ଫସାଇ ଟଙ୍କା ଲୁଟୁଥିଲେ । ସେଥିରେ ତାଙ୍କୁ କିଏ କିଏ ସହଯୋଗ କରୁଥିଲେ ତାହା ଉପରେ ଚାର୍ଜସିଟରେ ଉଲ୍ଲେଖ ଥିବା ସୂଚନା ମିଳିଛି […]

Samaya Live Picture
Published On

ଭୁବନେଶ୍ୱର : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କ ମାମଲାରେ ଜେଏମଏଫସି-୫ କୋର୍ଟରେ ଦାଖଲ ହେବ ଚାର୍ଜସିଟ୍ । ୨୪୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିବ ଖଣ୍ଡଗିରି ପୁଲିସ । ଚାର୍ଜସିଟରେ ଅର୍ଚ୍ଚନାଙ୍କ ବ୍ଲାକମେଲ ଘଟଣାର ପୁରା ତଥ୍ୟ ରହିଛି । କିପରି ଓ କାହା କାହାକୁ ନିଜ ଜାଲରେ ଫସାଇ ଟଙ୍କା ଲୁଟୁଥିଲେ । ସେଥିରେ ତାଙ୍କୁ କିଏ କିଏ ସହଯୋଗ କରୁଥିଲେ ତାହା ଉପରେ ଚାର୍ଜସିଟରେ ଉଲ୍ଲେଖ ଥିବା ସୂଚନା ମିଳିଛି ।

ଚାର୍ଜସିଟରେ ଉଲ୍ଲିଖିତ ତଥ୍ୟ ଅନୁଯାୟୀ, ପୁଲିସ ୩୪୧, ୩୨୮, ୩୨୪, ୩୫୪ସି, ୩୭୦, ୩୮୬, ୩୮୭, ୪୨୦, ୩୮୯,୬୬ ଇ ଓ ୬୭ ଦଫା ଲଗାଇଛି। ଏଥିରେ ଘଟଣା ସ୍ଥଳର ତଥ୍ୟ, ଫରେନସିକ ରିପୋର୍ଟ, ସିଡିଆର ଆନାଲିସିସ, ବ୍ୟାଙ୍କ ଟ୍ରାଞ୍ଜାକ୍ସନ, ହ୍ଵାଟ୍ସଆପ ଚାଟ ତଥ୍ୟ ରହିଛି। ବିଭନ୍ନ ଲୋକଙ୍କ ସହ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ଟ୍ରାଞ୍ଜାକ୍ସନ ନେଇ ଚାର୍ଜସିଟରେ ଦର୍ଶାଇଛି ପୁଲିସ।

Tags: