ସ୍ବର୍ଗତଃ ନବ ଦାସଙ୍କ ଘରେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ
ଝାରସୁଗୁଡା : ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା । ଝାରସୁଗୁଡାରେ ପହଁଚିଲେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ । ସ୍ବର୍ଗତଃ ନବ ଦାସଙ୍କ ଝାରସୁଗୁଡା ସରବାହାଲ ସ୍ଥିତ ବାସଭବନରେ ପହଁଚି ଝିଅ ଦୀପାଲି ଦାସ ଓ ପୁଅ ଵିଶାଲ ଦାସଙ୍କ ବୟାନ ରେକର୍ଡ଼ କରିବା ସୂଚନା ରହିଛି । ପୂର୍ବରୁ ଦୀପାଲି ଓ ଵିଶାଲକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଡ଼କରା ହୋଇଥିଲା । ହେଲେ ଦୀପାଲି ଓ ଵିଶାଲ କ୍ରାଇମବ୍ରାଞ୍ଚରେ ହାଜର ହୋଇନଥିଲେ । […]
ଝାରସୁଗୁଡା : ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା । ଝାରସୁଗୁଡାରେ ପହଁଚିଲେ ୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ । ସ୍ବର୍ଗତଃ ନବ ଦାସଙ୍କ ଝାରସୁଗୁଡା ସରବାହାଲ ସ୍ଥିତ ବାସଭବନରେ ପହଁଚି ଝିଅ ଦୀପାଲି ଦାସ ଓ ପୁଅ ଵିଶାଲ ଦାସଙ୍କ ବୟାନ ରେକର୍ଡ଼ କରିବା ସୂଚନା ରହିଛି । ପୂର୍ବରୁ ଦୀପାଲି ଓ ଵିଶାଲକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଡ଼କରା ହୋଇଥିଲା । ହେଲେ ଦୀପାଲି ଓ ଵିଶାଲ କ୍ରାଇମବ୍ରାଞ୍ଚରେ ହାଜର ହୋଇନଥିଲେ ।
ସୂଚନା ଅନୁସାରେ,ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ କରି ଚାର୍ଜସିଟ୍ ଦାଖଲ କରି ସାରିଛି। ଏହି ମାମଲା ଏବେ ବିଚାରଧୀନ ଥିବାବେଳେ ୩୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହେଲାଣି । ଯଦି ଏହି ମାମଲାରେ କୌଣସି ଅଧିକ ତଥ୍ୟ ମିଳେ ତେବେ ସେନେଇ ତଦନ୍ତ କରି ଆଡିସନାଲ ଚାର୍ଜସିଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ ଦାୟିତ୍ଵ ଦିଆଯାଇଥିଲା। ସେହି ପରିପ୍ରେକ୍ଷୀରେ କ୍ରାଇମବ୍ରାଞ୍ଚ ନବ ଦାସଙ୍କ ଝିଅ ଦୀପାଳି ଦାସ ଏବଂ ପୁଅ ବିଶାଳ ଦାସଙ୍କୁ ନୋଟିସ ଜାରି କରିଥିଲା। ଯଦି ତାଙ୍କ ପାଖରେ କୌଣସି ନୂଆ ଆପତ୍ତି ବା ତଥ୍ୟ ଅଛି ତାହା ଜଣାଇବାକୁ ନୋଟିସ କରିଥିଲା କ୍ରାଇମବ୍ରାଞ୍ଚ। ଏହାପରେ ବିଶାଳ ଏବଂ ଦୀପାଳି ସମୟ ମାଗିବା ସହ ଘରେ ବୟାନ ରେକର୍ଡ କରିବା ପାଇଁ କହିଥିଲେ। ତେଣୁ ଆଜି ଏକ ଟିମ୍ ନବଙ୍କ ସରବାହାଲ ସ୍ଥିତ ବାସଭବନରେ ପହଞ୍ଚିଛି।
ଅନ୍ୟପଟେ ଗତ ୧୧ ତାରିଖରେ ସ୍ବର୍ଗତ ନବ ଦାସଙ୍କ ପତ୍ନୀ ମୀନତି ଦାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି । ମୀନତି ଦାସ ଏହି ଚିଠିରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତକାର ପାଇଁ ସମୟ ମାଗିଥିବା ଜଣାପଡ଼ିଛି । ଇ-ମେଲ ସହ ପୋଷ୍ଟାଲ୍ରେ ଚିଠି କରି ସେ ସମୟ ମାଗିଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିବା ଚିଠିରେ ଉଲ୍ଲେଖ କରିଛନ୍ତି।
ବିଜେଡିର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କୁମାର ଦାସଙ୍କୁ ଗତ ୨୦୨୩ ଜାନୁୟାରୀ ୨୯ରେ ହତ୍ୟା କରାଯାଇଥିଲା । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବାବେଳେ ବ୍ରଜରାଜନଗରର ଗାନ୍ଧୀ ଛକଠାରେ ପୋଲିସ ଏଏସ୍ ଆଇ ଗୋପାଳ ଦାସ ୪ ରାଉଣ୍ଡ ଗୁଳି ଚାଳନାକରି ଏହି ହତ୍ୟାକାଣ୍ଡ ଘଟାଇଥିଲେ । ସେହି ଦିନ ଠାରୁ ଏପର୍ଯ୍ୟନ୍ତ ମାମଲା ବିଚାରାଧୀନ ରହିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ପୋଲିସ ହେପାଜତରେ ରହିଛି ।




