ଶିମିଳିପାଳରୁ ସମ୍ବର ମାଂସ ସହିତ ୯ ଶିକାରୀ ଗିରଫ
ମୟୁରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟରୁ ଧରାପଡ଼ିଲେ ୯ ଶିକାରୀ I ସେମାନଙ୍କ ନିକଟରୁ ୯ଟି ବନ୍ଧୁକ ସହିତ ୩୦ କି. ସମ୍ବର ମାସ ଜବତ କରିଛି ବନ ବିଭାଗ I ତେବେ ଆଉ କିଛି ଶିକାରୀ ଖସିଯାଇଥିବା ଜଣା ପଡିଛି Iଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ ସଂରକ୍ଷକ ଡ ପ୍ରକାଶ ଚାନ୍ଦ ଗୋଗିନେନୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନାନୁସାରେ,ଶୁକ୍ରବାର ରାତିରେ ଅଖଣ୍ଡ ଶିକାର ଉଦ୍ଦ୍ୟେଶରେ ୪୦ […]
ମୟୁରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟରୁ ଧରାପଡ଼ିଲେ ୯ ଶିକାରୀ I ସେମାନଙ୍କ ନିକଟରୁ ୯ଟି ବନ୍ଧୁକ ସହିତ ୩୦ କି. ସମ୍ବର ମାସ ଜବତ କରିଛି ବନ ବିଭାଗ I ତେବେ ଆଉ କିଛି ଶିକାରୀ ଖସିଯାଇଥିବା ଜଣା ପଡିଛି Iଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭାରପ୍ରାପ୍ତ କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ ସଂରକ୍ଷକ ଡ ପ୍ରକାଶ ଚାନ୍ଦ ଗୋଗିନେନୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସୂଚନାନୁସାରେ,ଶୁକ୍ରବାର ରାତିରେ ଅଖଣ୍ଡ ଶିକାର ଉଦ୍ଦ୍ୟେଶରେ ୪୦ ଜଣ ଶିକାରୀ ଉଦଳା ଥାନା କୁଣ୍ଡାବାଇ ଗ୍ରାମପଞ୍ଚାୟତ ତାଳଡିହା,ପାଟଶାଣିପୁର ଗ୍ରାମରୁ ଜେନାବିଲ ବନାଞ୍ଚଳରେ ପ୍ରବେଶ କରିଥିବା ସୂଚନା ମିଳିଥିଲା I ଏହାର ଖବର ପାଇ ଡୁକୁରା ଓ ପୋଡାଡିହା ରେଞ୍ଜର ଏସଟିଏଫପି, ଏବଂ ବନାଞ୍ଚଳ କର୍ମଚାରୀଙ୍କ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା I ଏହି ସମୟରେ ୯ ଜଣ ଶିକାରୀ ଧରାପଡିଥିବାବେଳେ ଅନ୍ୟମାନେ ଖସିଯାଇଥିଲେ I ଖସି ଯାଇଥିବା ଶିକାରୀଙ୍କୁ ଧରିବା ପାଇଁ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ତରଫରୁ ତନାଘନା ଚାଲିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।




