୮୦୦ କୋଟି ବିଦେଶୀ ଧନ ଗଚ୍ଛିତ କରି ଫସିଲେ ଅନୀଲ ଅମ୍ବାନୀ
ନୂଆଦିଲ୍ଲୀ: ଜୁନ ୦୬: ଅନୀଲ ଅମ୍ବାନୀଙ୍କ ପାଇଁ ବଢିଲା ଅଡୁଆ । ବିଦେଶରେ କୋଟି କୋଟି ଟଙ୍କାର ସମ୍ପତି ପାଇଁ ଫସିଲେ ଅନୀଲ । ଆୟକର ବିଭାଗର ମୁମ୍ବାଇ ଶାଖା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନୀଲଙ୍କ ବିରୋଧରେ ୨୦୧୬ କଳାଧନ ଅଧିନିୟମ ଆଧାରରେ ଏକ ନିର୍ଦ୍ଦେଶନାମା ପାରିତ କରିଛି । ପୂର୍ବରୁ ମଧ୍ୟ ଏ ମାମଲାରେ ତଦନ୍ତକାରୀ ଟିମ୍ ଅନୀଲଙ୍କୁ ନୋଟିସ ଜାରି କରିଥିଲେ । ହେଲେ ସେ ଏହାର କୌଣସି ଜବାବ ଦେଇନଥିଲେ । ଫଳରେ […]
ନୂଆଦିଲ୍ଲୀ: ଜୁନ ୦୬: ଅନୀଲ ଅମ୍ବାନୀଙ୍କ ପାଇଁ ବଢିଲା ଅଡୁଆ । ବିଦେଶରେ କୋଟି କୋଟି ଟଙ୍କାର ସମ୍ପତି ପାଇଁ ଫସିଲେ ଅନୀଲ । ଆୟକର ବିଭାଗର ମୁମ୍ବାଇ ଶାଖା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନୀଲଙ୍କ ବିରୋଧରେ ୨୦୧୬ କଳାଧନ ଅଧିନିୟମ ଆଧାରରେ ଏକ ନିର୍ଦ୍ଦେଶନାମା ପାରିତ କରିଛି । ପୂର୍ବରୁ ମଧ୍ୟ ଏ ମାମଲାରେ ତଦନ୍ତକାରୀ ଟିମ୍ ଅନୀଲଙ୍କୁ ନୋଟିସ ଜାରି କରିଥିଲେ । ହେଲେ ସେ ଏହାର କୌଣସି ଜବାବ ଦେଇନଥିଲେ । ଫଳରେ ଆୟକର ବିଭାଗ ପକ୍ଷରୁ ଆହୁରି କଡା ପଦକ୍ଷେପ ନିଆଯାଇଛି । ଅନୀଲଙ୍କ ବିରୋଧରେ ୮୦୦ କୋଟି ଟଙ୍କାର ଅଘୋଷିତ ବିଦେଶୀ ସମ୍ପତି ଓ ନିବେଶ ଥିବା ଅଭିଯୋଗ ହୋଇଛି । ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁସାରେ, ପୂର୍ବରୁ ତଦନ୍ତକାରୀ ଟିମ୍ ୮୦୦ କୋଟିର ଅଘୋଷିତ ସମ୍ପତ୍ତି ନେଇ ଅନୀଲଙ୍କୁ ଜବାବ ତଲବ କରିଥିଲେ । ହେଲେ ସେ ଏହାର କୌଣସି ଉତ୍ତର ରଖିନଥିଲେ । ତାଙ୍କୁ ୨୦୧୯ରେ ଏନେଇ ପ୍ରଥମେ ନୋଟିସ ପଠାଯାଇଥିଲା । ଯେଉଁଥିରେ ୮୦୦ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ବାବଦରେ ସବିଶେଷ ତଥ୍ୟ ଥିଲା । କୁହାଯାଉଛି ଯେ, ତଦନ୍ତକାରୀ ଟିମ୍ ଯେଉଁ ସବୁ ସମ୍ପତ୍ତି ବାବଦରେ ଦର୍ଶାଇଛି ତାହା ବାହମାସ ଓ ବ୍ରିଟେନର ଭର୍ଜିନ ଆଇଲାଣ୍ଡରେ ରହିଛି । ଏହା ଅନୀଲଙ୍କ ମାଲିକାନାରେ ଥିବା ଦୁଇଟି କମ୍ପାନୀ ନାଁରେ ରହିଛି । ଏହି ଦୁଇ କମ୍ପାନୀ ହେଲା ଡ୍ରିମୱାର୍କ ହୋଲ ଆଇଏନସି ଓ ନର୍ଥ ଆଟାଲାଣ୍ଟିକ୍ ଟ୍ରେଡିଂ ଅନଲିମିଟେଡ୍ । ୨୦୧୫ରେ ସ୍ୱିସ୍ ଲିଙ୍କରେ ଏ କମ୍ପାନୀ ବାବଦରେ ପ୍ରଥମେ ତଥ୍ୟ ସାମ୍ନାକୁ ଆସିଥିଲା । ଅନୀଲ ସେହି ୧୦୦୦ ଭାରତୀୟଙ୍କ ମଧ୍ୟରେ ଥିଲେ ଯେଉଁମାନଙ୍କରଏସବିସିର ଜେନେଭା ବ୍ରାଞ୍ଚରେ ଆକାଉଣ୍ଟ ଥିଲା । ୨୦୦୬-୦୭ରେ ଏହି ଖାତାରେ ୨ ଅରବରୁ ଅଧିକ ଟଙ୍କା ଥିଲା । ଏସବୁକୁ ଭିତ୍ତି କରି ଅନୀଲଙ୍କ ବିରୋଧରେ ସେକ୍ସନ ୧୦(୩) କଳାଧନ ଆକଫ ଅନୁସାରେ ନିର୍ଦ୍ଦେଶନାମା ପାରିତ ହୋଇଛି । ସମସ୍ତ ଆକାଉଣ୍ଟ, କାଗଜପତ୍ର ଓ ପ୍ରମାଣ ଅଧାରରେ ଆୟକର ବିଭାଗର ତଦନ୍ତକାରୀ ଟିମର ମୁମ୍ବାଇ ଶାଖା ଏହି ପଦକ୍ଷେପ ଗ୍ରହଣ କରିଛି । ୮୦୦ କୋଟି ଟଙ୍କାର ବିଦେଶୀ ସମ୍ପତ୍ତି ମାମଲାରେ କି;ୁ ଅନୀଲଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।




