ଘରୋଇ ନର୍ସିଙ୍ଗ ହୋମର ଭୁଲ ଅସ୍ତ୍ରାପଚାର,ତଣ୍ଡ ଗଣିବେ ୮୦ ଲକ୍ଷ
ସମ୍ବଲପୁର : ଡାକ୍ତରଙ୍କୁ ମର୍ତ୍ତ୍ୟର ଭଗବାନ କୁହାଯାଏ I କିନ୍ତୁ କେତେକ ସ୍ଥାନରେ ଏହା ଭୁଲ ପ୍ରମାଣିତ ହୋଇଛି I ସରକାରୀ ଡ଼ାକ୍ତରଙ୍କ ଅତ୍ୟଧିକ ଅର୍ଥ ଲୋଭ କାରଣରୁ ଭୁଲ ଅସ୍ତ୍ରାପଚାର କରିବାରୁ ଜଣେ ଯୁବ ସଫ୍ଟୱେର ଇଂଜିନିୟର ହୋଇଛନ୍ତି ଭିନ୍ନକ୍ଷମ I ଏଥିପାଇଁ ଖାଉଟି ଡାକ୍ଟ ଉକ୍ତ ସରକାରୀ ଡାକ୍ତରଙ୍କ ସହିତ ଅସ୍ତ୍ରାପଚାର କରିଥିବା ନର୍ସିଙ୍ଗ ହୋମ କୁ ଜୋରିମାନା କରାଯାଇଛି I ପୀଡିତଙ୍କୁ ୮୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦେଶ ଦିଆଯାଇଛି I […]
ସମ୍ବଲପୁର : ଡାକ୍ତରଙ୍କୁ ମର୍ତ୍ତ୍ୟର ଭଗବାନ କୁହାଯାଏ I କିନ୍ତୁ କେତେକ ସ୍ଥାନରେ ଏହା ଭୁଲ ପ୍ରମାଣିତ ହୋଇଛି I ସରକାରୀ ଡ଼ାକ୍ତରଙ୍କ ଅତ୍ୟଧିକ ଅର୍ଥ ଲୋଭ କାରଣରୁ ଭୁଲ ଅସ୍ତ୍ରାପଚାର କରିବାରୁ ଜଣେ ଯୁବ ସଫ୍ଟୱେର ଇଂଜିନିୟର ହୋଇଛନ୍ତି ଭିନ୍ନକ୍ଷମ I ଏଥିପାଇଁ ଖାଉଟି ଡାକ୍ଟ ଉକ୍ତ ସରକାରୀ ଡାକ୍ତରଙ୍କ ସହିତ ଅସ୍ତ୍ରାପଚାର କରିଥିବା ନର୍ସିଙ୍ଗ ହୋମ କୁ ଜୋରିମାନା କରାଯାଇଛି I ପୀଡିତଙ୍କୁ ୮୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦେଶ ଦିଆଯାଇଛି I ଘଟଣାରେ ୨ ଜଣ ଡାକ୍ତର ଓ ଘରୋଇ ନର୍ସିଂହୋମ ସମେତ ୪ ଜଣ ପ୍ରତିପକ୍ଷ ରହିଛନ୍ତି ।
ଘଟନାନୁସାରେ,ସମ୍ବଲପୁର ମୁଦିପଡ଼ାର ସୁମିତ ଦାଶ ଗତ ୮ ନଭେମ୍ବର ୨୦୧୭ ରାତି ୧୦ଟାରେ ଏକ ଜରୁରି କାମରେ ସମ୍ବଲପୁରରୁ ବୁର୍ଲା ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ତାଙ୍କ ହାତ,ଓ ଗୋଡ଼ରେ ଆଘାତ କାଗିଥିଲା I ପରିବାର ଲୋକେ ସୁମିତଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବୁର୍ଲା ଭୀମସାର ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ । ତେବେ ଅର୍ଥ ଲୋଭରେ ଭିମ୍ସାରର ଜଣେ ଅସ୍ଥିଶଲ୍ୟ ଡାକ୍ତର ସୁରଜ ଜୈନ ସେଦିନ ରାତି ୨ଟା ୩୦ରେ ସୁମିତଙ୍କ ଚିକିତ୍ସା ପାଇଁ ଆସିଥିଲେ। ସେ ରୋଗୀଙ୍କ ପରିଜନଙ୍କୁ ପ୍ରବର୍ତ୍ତାଇ ରୋଗୀଙ୍କୁ ବୁର୍ଲାରୁ ସମ୍ବଲପୁରର ଘରୋଇ ଡାକ୍ତରଖାନା ସ୍ଥାନ୍ତାନ୍ତର କରିବା ପାଇଁ କହିଥିଲେ । ଡାକ୍ତର ଜୈନଙ୍କ ପରାମର୍ଶକ୍ରମେ ଅମିତ ତାଙ୍କ ଭାଇ ସୁମିତଙ୍କୁ ୯ ନଭେମ୍ବର ୨୦୧୭ରେ ସମ୍ବଲପୁର ସ୍ପର୍ଶ ସିଟି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜୈନ ସୁମିତ ଙ୍କର ଭୁଲ ଅସ୍ତ୍ରୋପଚାର କରିବରୁ ତାଙ୍କର ସଂକ୍ରମଣ ବଢିଥିଲା । କିନ୍ତୁ ଏହାପରେ ଡ଼ାକ୍ତର ଜୈନ ଆଉ ଧାରା ଛୁଆଁ ନଦେବାରୁ ତାଙ୍କୁ ଏ ହସ୍ପିଟାଲରୁ ସେ ହସ୍ପିଟାଲ ଦୌଡ଼ି ଦୌଡ଼ି ସୁଅ ମୁହଁରେ ଅର୍ଥ ଶ୍ରାଦ୍ଧ କରି ଚାଲିଥିଲେ I ଆର୍ଥିକ କ୍ଷତି ସାଙ୍ଗକୁ ଶାରୀରିକ ଅକ୍ଷମ ତାଙ୍କ ପରିବାରକୁ ମାନସିକ ସ୍ତରରେ ଆଘାତ ପହଞ୍ଚିଥିଲା I ଚିକିତ୍ସାରେ ଅବହେଳା ଯୋଗୁ ତାଙ୍କ ଗୋଡ଼, ହାତ କାର୍ଯ୍ୟକ୍ଷମ ଅବସ୍ଥାରେ ନଥିବାରୁ ସେ ଆଉ ଚାକିରିରେ ମଧ୍ୟ କରି ପାରିଲେ ନାହିଁ । ଏନେଇ ଖାଉଟି ଅଦାଲତରେ ଅଭିଯୋଗ କରିଥିଲେ ପୀଡିତଙ୍କ ପରିବା I
ଚିକିତ୍ସାରେ ଅବହେଳା ଯୋଗୁ ଜଣେ ସୁନ୍ଦର ଓ ପ୍ରତିଭାବାନ ଯୁବ ସପ୍ଟୱେୟାର ଯନ୍ତ୍ରୀ ଭିନ୍ନକ୍ଷମ ହୋଇଗଲେ। ଏବେ ବି ତାଙ୍କୁ ଔଷଧ ସେବନ କରିବାକୁ ପଡ଼ୁଛି। ଏସବୁ ବିଚାରକୁ ନେଇ ଜିଲ୍ଲା ଖାଉଟି ବିବାଦ ନିରାକରଣ ଆୟୋଗର ସଭାପତି ରମାକାନ୍ତ ଶତପଥୀ ଏବଂ ସଦସ୍ୟ ସଦାନନ୍ଦ ତ୍ରିପାଠୀ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ଏହି ୩ ପକ୍ଷଙ୍କୁ କ୍ଷତିପୂରଣ, ଚିକିତ୍ସା ଖର୍ଚ୍ଚ ଏବଂ ଆୟ ବାବଦ କ୍ଷତି ନିମନ୍ତେ ସର୍ବମୋଟ ୭୮ ଲକ୍ଷ ୬୬ ହଜାର ୧୪୧ ଟଙ୍କା ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି। କ୍ଷତିପୂରଣ ଅର୍ଥରାଶି ଏକ ମାସ ମଧ୍ୟରେ ପ୍ରଦାନ କରାନଗଲେ ବାର୍ଷିକ ୧୨ ପ୍ରତିଶତ ହାରରେ ସୁଧ ଦେବାକୁ ଆଦେଶ ହୋଇଛି। ସେପଟେ ଏହି ରାୟକୁ ଚ୍ୟାଲେଞ୍ଜ କରି ରାଜ୍ୟ ଖାଉଟି ଅଦାଲତର ଦ୍ୱାରସ୍ଥ ହେବେ ବୋଲି ତତ୍କାଳୀନ ନର୍ସିଂହୋମ ମାଲିକଙ୍କ ପକ୍ଷରୁ ତାଙ୍କ ଓକିଲ କହିଛନ୍ତି ।




