OSSC ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଉ ୮ ଜଣ ଗିରଫ
ବାଲେଶ୍ୱର : OSSC ପ୍ରଶ୍ନପତ୍ର ଲିକ୍ ମାମଲା I ବନ୍ଧା ହେଲେ ଆଉ ୮ I ବାଲେଶ୍ୱର ପୋଲିସ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏହି ୮ ଜଣ ଦଲାଲଙ୍କୁ ଗିରଫ କରିଛି । ଏଥିସହ ଏହି ମାମଲାରେ ଏ ଯାଏଁ ୨୫ ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ପ୍ରଶ୍ନପତ୍ର ଲିକ୍ ଘଟଣାରେ ଆହୁରି ଅଧିକ ତଦନ୍ତ ଚାଲିଥିବା ପୁଲିସ କହିଛି। ପୂର୍ବରୁ ଏହି ମାମଲାରେ ୧୭ ଜଣଙ୍କୁ ଗିରଫ କରାଯାଇଥିଲା । ଏନେଇ ପୋଲିସ ପକ୍ଷରୁ ସୂଚନା […]
ବାଲେଶ୍ୱର : OSSC ପ୍ରଶ୍ନପତ୍ର ଲିକ୍ ମାମଲା I ବନ୍ଧା ହେଲେ ଆଉ ୮ I ବାଲେଶ୍ୱର ପୋଲିସ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏହି ୮ ଜଣ ଦଲାଲଙ୍କୁ ଗିରଫ କରିଛି । ଏଥିସହ ଏହି ମାମଲାରେ ଏ ଯାଏଁ ୨୫ ଜଣଙ୍କୁ ଗିରଫ କରାଯାଇ ସାରିଲାଣି। ପ୍ରଶ୍ନପତ୍ର ଲିକ୍ ଘଟଣାରେ ଆହୁରି ଅଧିକ ତଦନ୍ତ ଚାଲିଥିବା ପୁଲିସ କହିଛି। ପୂର୍ବରୁ ଏହି ମାମଲାରେ ୧୭ ଜଣଙ୍କୁ ଗିରଫ କରାଯାଇଥିଲା । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଘଟଣାକୁ ନେଇ ଆହୁରି ତଦନ୍ତ କରୁଛି ପୋଲିସ ।
ଓଏସସ୍ସି ଜେଇ ମେନ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜୁଲାଇ ୧୬ତାରିଖରେ ବାଲେଶ୍ୱର ଜିଲ୍ଲାର ୧୬ ନଂ ଜାତୀୟ ରାଜପଥରୁ ନାକା କରି ୯ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ସହଦେବଖୁଣ୍ଟା ପୋଲିସ। ପରେ ୨୭ତାରିଖରେ ଏହାର ମାଷ୍ଟରମାଇଣ୍ଡ ବିଶାଲ କୁମାର ଚୌରାସିଆକୁ ବିହାରର ପାଟନାରୁ ଗିରଫ କରିଥିଲା। ତା’ସହିତ ଅନ୍ୟ ୭ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ବିହାରରୁ ଗିରଫ କରାଯାଇଥିଲା । ଏହା ପୂର୍ବରୁ ଦୀଘାରୁ ୯ ଜଣଙ୍କୁ ପୁଲିସ ଗିରଫ କରିଥିଲା ବାଲେଶ୍ୱର ପୋଲିସ । ସୂଚନାନୁସାରେ,ପ୍ରଶ୍ନପତ୍ର ଲିକ୍ ସହ ଜଡ଼ିତ ୫୫ ଜଣ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି OSSC ।




