ମନ୍ଦିର ପୂଜକଙ୍କୁ ହତ୍ୟା ଘଟଣାରେ ୭ ଗିରଫ
କୋରାପୁଟ : ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକଙ୍କୁ ନିର୍ମମ ଭାବେ ହତ୍ୟା ଘଟଣା I ୨ ଯୁବତୀଙ୍କ ସମେତ ୭ ଜଣଙ୍କୁ ରବିବାର ଦିନ ଗିରଫ କରିଛି କୋରାପୁଟ ଟାଉନ୍ ଥାନା ପୁଲିସ । ଲୁଟପାଟ୍ ଉଦ୍ଦେଶ୍ୟରେ ପୂଜକଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଛି। ଗିରଫ ହୋଇଥିବା ୨ ଯୁବତୀ ପୂଜକଙ୍କ ଘରେ ସହାୟିକା କାମ କରୁଥିଲେ I ଯୁବତୀ ୨ ଜଣଙ୍କ ନାଁ ସରସ୍ବତୀ ଯାନୀ ଓ ରମା ଗୌଡ଼ ଏହା ସହ ୫ ଜଣ ପୁରୁଷ […]
କୋରାପୁଟ : ବୁଢ଼ୀ ଠାକୁରାଣୀ ମନ୍ଦିର ପୂଜକଙ୍କୁ ନିର୍ମମ ଭାବେ ହତ୍ୟା ଘଟଣା I ୨ ଯୁବତୀଙ୍କ ସମେତ ୭ ଜଣଙ୍କୁ ରବିବାର ଦିନ ଗିରଫ କରିଛି କୋରାପୁଟ ଟାଉନ୍ ଥାନା ପୁଲିସ । ଲୁଟପାଟ୍ ଉଦ୍ଦେଶ୍ୟରେ ପୂଜକଙ୍କୁ ହତ୍ୟା କରାଯାଇଥିବା ଜଣାଯାଇଛି। ଗିରଫ ହୋଇଥିବା ୨ ଯୁବତୀ ପୂଜକଙ୍କ ଘରେ ସହାୟିକା କାମ କରୁଥିଲେ I ଯୁବତୀ ୨ ଜଣଙ୍କ ନାଁ ସରସ୍ବତୀ ଯାନୀ ଓ ରମା ଗୌଡ଼ ଏହା ସହ ୫ ଜଣ ପୁରୁଷ I
ଗିରଫ ହୋଇଥିବା ସରସ୍ବତୀଙ୍କ ଘର ସହରର ହାଟପଦା ଅଞ୍ଚଳରେ ହୋଇଥିବାବେଳେ,ରମା ଗୌଡ଼ଙ୍କ ଘର ରଥଶର୍ମା କଲୋନୀରେ I ସେମାନେ ମନ୍ଦିର ପୂଜକ ରମେଶ ଚନ୍ଦ୍ର ତ୍ରିପାଠୀଙ୍କ ଘରେ ଘରୋଇ କାମ ପାଇଁ ନିଯୁକ୍ତ ହୋଇଥିଲେ I ରମେଶ ଚନ୍ଦ୍ର ତ୍ରିପାଠୀ ସରକାରୀ ଚାକିରିରୁ ଅବସର ନେବାପରେ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପୂଜକ ଭାବରେ ରହିଥିଲେ I ତାଙ୍କର ସ୍ତ୍ରୀ ଓ ଦୁଇ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋଟେ ମାତ୍ର ଝିଅ ଭବାନୀପାଟଣାରେ ବିବାହ କରି ସେଠାରେ ରହୁଛନ୍ତି। ରମେଶ ଏକାକୀ ଘରେ ରହୁଥିବାବେଳେ ତାଙ୍କ ଟଙ୍କା ଓ ସୁନା ଉପରେ ସରସ୍ବତୀ ଓ ରମାଙ୍କର ନଜର ପଡିଥିଲା I ଏହାପରେ ଗତ ୮ ତାରିଖ ଦିନ ସୁଯୋଗ ଦେଖି ସରସ୍ବତୀ ଓ ରମା ତାଙ୍କର ଅନ୍ୟ ୫ ଜଣ ପୁରୁଷ ବନ୍ଧୁଙ୍କ ସହ ମିଶି ଲୁଟପାଟ ଉଦ୍ୟେଶରେ ପ୍ରଥମେ ରମେଶଙ୍କର ହାତଗୋଡ଼ ଓ ମୁହଁକୁ ବାନ୍ଧି ଦେଇଥିଲେ I ଏହାପରେ ଘରୁ ଟଙ୍କା ସୁନା ଲୁଟ କରି ରମେଶଙ୍କ ମୋବାଇଲକୁ ପୋଡି ଦେଇଥିଲେ I ତେବେ ରମେଶଙ୍କୁ ମୁହଁ ହାତ ବାନ୍ଧିଦେବା ଫଳରେ ଅଣନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା I
ଏସମ୍ପର୍କରେ ପୋଲିସ ଖବର ପାଇବା କ୍ଷଣି ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରିଥିଲା। ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିପାରିଥିଲା । ଏହି ସମୟରେ ଅନୁସନ୍ଧାନ କରି ରମେଶଙ୍କ ଘରେ କାମ କରୁଥିବା ସରସ୍ବତୀ ଓ ରମାଙ୍କୁ ଜେରା କରିଥିଲା I ଉଭୟଙ୍କ ବୟାନରୁ ତାଙ୍କ ସହିତ ସ୍ଥାନୀୟ ଅଞ୍ଚଳର ୫ ଜଣ ଯୁବକ ସାମିଲଥିବା ଜଣାପଡିଥିଲା । ସେମାନେ ହେଲେ ନାଳଚୁଆଁ ଗାଁର ପ୍ରତାପ ଟାକରି, ଇନ୍ଦିରା କଲୋନୀର କିଶାନ ବାଗ, ପିଏଚଡି କଲୋନୀର ନୀରଜ ବେନିଆ, ହାଟପଦା ଅଞ୍ଚଳର ମହେନ୍ଦ୍ର ପାଣିଗ୍ରାହୀ ଓ ମିଶନ କମ୍ପାଉଣ୍ଡ ଅଞ୍ଚଳର ଅଶୋକ ରାୟ ବୋଲି ଜଣାପଡ଼ିଛି। ଗିରଫ ଅଭିଯୁକ୍ତଙ୍କଠାରୁ ମନ୍ଦିରର ଠାକୁରାଣୀଙ୍କ ସୁନା, ରୁପା, ୬ଟି ମୋବାଇଲ ସମେତ ନଗଦ ୧୫ହଜାର ଟଙ୍କା ଜବତ କରାଯାଇଛି। ଗିରଫ ବ୍ୟକ୍ତିଙ୍କୁ ରବିବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଏସ୍ଡିପିଓ ଶ୍ରାବଣୀ ନାୟକ।




