ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ
ସୁନ୍ଦରଗଡ଼ : ସୁନ୍ଦରଗଡ ଯାଯାବର ଗଣହତ୍ୟା ମାମଲା । ମହାରାଷ୍ଟ୍ରରୁ ଓ କର୍ଣ୍ଣାଟକରୁ ଧରାପଡିଲେ ୭ ଅଭିଯୁକ୍ତ । ଅକ୍ଟୋବର ୨୯ ରାତିରେ ସୁନ୍ଦରଗଡ଼ ସଦର ଥାନା କରମଡିହି ନିକଟସ୍ଥ ଗୀତା ପଡାରେ ଘଟିଥିଲା ଗଣହତ୍ୟା । ରାତିରେ ଶୋଇଥିବାବେଳେ ହତ୍ୟାର ଶିକାର ହୋଇଥିଲେ । ୨ ଯାଯାବର ଗୋଷ୍ଠୀ ଙ୍କ ମଧ୍ୟରେ ଘଟିଥିଲା ରକ୍ତାକ୍ତ ସଂଘର୍ଷ । ଏଥିରେ ୩ ମହିଳା ଓ ୨ ପୁରୁଷଙ୍କ ଜୀବନ ଯାଇଥିଲା । ପରକୀୟା ପ୍ରୀତିରୁ ଏହି ଘଟଣା […]
ସୁନ୍ଦରଗଡ଼ : ସୁନ୍ଦରଗଡ ଯାଯାବର ଗଣହତ୍ୟା ମାମଲା । ମହାରାଷ୍ଟ୍ରରୁ ଓ କର୍ଣ୍ଣାଟକରୁ ଧରାପଡିଲେ ୭ ଅଭିଯୁକ୍ତ । ଅକ୍ଟୋବର ୨୯ ରାତିରେ ସୁନ୍ଦରଗଡ଼ ସଦର ଥାନା କରମଡିହି ନିକଟସ୍ଥ ଗୀତା ପଡାରେ ଘଟିଥିଲା ଗଣହତ୍ୟା । ରାତିରେ ଶୋଇଥିବାବେଳେ ହତ୍ୟାର ଶିକାର ହୋଇଥିଲେ । ୨ ଯାଯାବର ଗୋଷ୍ଠୀ ଙ୍କ ମଧ୍ୟରେ ଘଟିଥିଲା ରକ୍ତାକ୍ତ ସଂଘର୍ଷ । ଏଥିରେ ୩ ମହିଳା ଓ ୨ ପୁରୁଷଙ୍କ ଜୀବନ ଯାଇଥିଲା । ପରକୀୟା ପ୍ରୀତିରୁ ଏହି ଘଟଣା ଘଟିଥିବା ଜଣାପଡିଥିଲା । ଘଟଣା ପରେ ଫେରାର ହୋଇଯାଇଥିଲେ ୭ ଅଭିଯୁକ୍ତ ।
ସୂଚନାନୁସାରେ, ଗତ ୨୯ ତାରିଖରେ ସଦର ଥାନା କରମଡ଼ିହି ଗୀତପଡ଼ା ଏକ ପଡ଼ିଆରେ ୨ ଯାଯାବର ଗୋଷ୍ଠୀ ମଧ୍ୟରେ ହୋଇଥିଲା ରକ୍ତାକ୍ତ ସଂଘର୍ଷ । ଅସ୍ଥାୟୀ ଟେଣ୍ଟରେ ଗୋଟେ ଗୋଷ୍ଠୀ ଶୋଇଥିବା ବେଳେ ଅନ୍ୟ ଏକ ଗୋଷ୍ଠୀର ୪ ଚାରିଜଣ ମୁଖାଧାରୀ ଦୁର୍ବୃତ୍ତ ତମ୍ବୁ ଭିତରେ ପଶି ମାରଣାସ୍ତ୍ରରେ ଆଖିବୁଜା ଆକ୍ରମଣ କରିଥିଲେ । ଏଥିରେ ୩ ମହିଳାଙ୍କ ସମେତ ୫ଜଣଙ୍କ ମୃତ୍ୟୁ ଘଟିଥିଲା । ଘଟଣା ଘଟାଇ ସମ୍ପୃକ୍ତ ୭ ଜଣ ଅପରାଧୀ ଫେରାର ହୋଇଯାଇଥିଲେ । ଅପରାଧୀଙ୍କୁ ଧରିବାକୁ ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରି ଛାନ୍ଭିନ୍ ଚଳାଇଥିଲା । ଦୀର୍ଘ ୨୪ ଦିନ ପରେ ଶୁକ୍ରବାର ସୁନ୍ଦରଗଡ ପୋଲିସକୁ ସଫଳତା ମିଳିଛି । କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ଲୁଚିଥିବା ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।




