୬ ଦୁର୍ଦ୍ଦାନ୍ତ ନକ୍ସଲ ଗିରଫ,ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି :କମ୍ବିଂ ଅପରେସନ ବେଳେ ୬ ମାଓବାଦୀ ଗିରଫ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁକମା ଜିଲ୍ଲାରୁ ପୁଲିସ ଏବଂ CRPF କୋବ୍ରା ବାହିନୀର ମିଳିତ ଅପରେସନରେ ୬ଜଣ ଦୁର୍ଦ୍ଦାନ୍ତ ନକ୍ସଲ ଗିରଫ ହୋଇଛନ୍ତି । ସେମାନେ ବହୁ ହିଂସାକାଣ୍ଡରେ ଜଡ଼ିତ ଥିବା ଜଣାଯାଇଛି। ଏହାସହ ଓ ସେମାନଙ୍କ ନାଁରେ ଅନେକ ମାମଲା ଥିବା ଜଣାପଡ଼ିଛି। ନକ୍ସଲମାନଙ୍କଠାରୁ ୧୯ ଟି BGM ବୋମା ସହ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି। […]

Samaya Live Picture
Published On

ମାଲକାନଗିରି :କମ୍ବିଂ ଅପରେସନ ବେଳେ ୬ ମାଓବାଦୀ ଗିରଫ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ସୁକମା ଜିଲ୍ଲାରୁ ପୁଲିସ ଏବଂ CRPF କୋବ୍ରା ବାହିନୀର ମିଳିତ ଅପରେସନରେ ୬ଜଣ ଦୁର୍ଦ୍ଦାନ୍ତ ନକ୍ସଲ ଗିରଫ ହୋଇଛନ୍ତି । ସେମାନେ ବହୁ ହିଂସାକାଣ୍ଡରେ ଜଡ଼ିତ ଥିବା ଜଣାଯାଇଛି। ଏହାସହ ଓ ସେମାନଙ୍କ ନାଁରେ ଅନେକ ମାମଲା ଥିବା ଜଣାପଡ଼ିଛି।

ନକ୍ସଲମାନଙ୍କଠାରୁ ୧୯ ଟି BGM ବୋମା ସହ ବିପୁଳ ପରିମାଣର ବିସ୍ଫୋରକ ଜବତ କରାଯାଇଛି। କିଷ୍ଟରାମ ଥାନା ଡର୍ଚ୍ଚାମର୍କା ଅଂଚଳରୁ ଏସବୁ ମାଓ ସାମଗ୍ରୀ ଜବତ ହୋଇଥିବା ସୁକମା ଏସପି ସୂଚନା ଦେଇଛନ୍ତି।

Tags: