୬ ବାଘଛାଲ ବେପାରୀ ଗିରଫ

ଧର୍ମଗଡ଼ : କଲରାପତରିଆ ବାଘଛାଲ ଡିଲ୍‌ବେଳେ ୬ ବେପାରୀ ଗିରଫ । ଓଡ଼ିଶା ଓ ଛତିଶଗଡ଼ ବନ ବିଭାଗର ମିଳିତ ଅପରେସନ୍ରେ ଅଭିଯୁକ୍ତ ମାନେ ଧରାପଡ଼ିଛନ୍ତି I ଛତିଶଗଡ଼ ଉଦନ୍ତି ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟ ଏବଂ କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିଠାରେ ଡିଲ୍‌ ବେଳେ ଅତର୍କିତ ଚଢ଼ାଉ କରିଥିଲେ ଉଭୟ ଛତିଶଗଡ଼ ଓ କଳାହାଣ୍ଡି ବନ ବିଭାଗ। ଚଢଉ ବେଳେ ବାଘ ଛାଲ ସହ ୬ ଜଣଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କ ସୂଚନା ଆଧାରରେ […]

Samaya Live Picture
Published On

ଧର୍ମଗଡ଼ : କଲରାପତରିଆ ବାଘଛାଲ ଡିଲ୍‌ବେଳେ ୬ ବେପାରୀ ଗିରଫ । ଓଡ଼ିଶା ଓ ଛତିଶଗଡ଼ ବନ ବିଭାଗର ମିଳିତ ଅପରେସନ୍ରେ ଅଭିଯୁକ୍ତ ମାନେ ଧରାପଡ଼ିଛନ୍ତି I ଛତିଶଗଡ଼ ଉଦନ୍ତି ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟ ଏବଂ କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିଠାରେ ଡିଲ୍‌ ବେଳେ ଅତର୍କିତ ଚଢ଼ାଉ କରିଥିଲେ ଉଭୟ ଛତିଶଗଡ଼ ଓ କଳାହାଣ୍ଡି ବନ ବିଭାଗ। ଚଢଉ ବେଳେ ବାଘ ଛାଲ ସହ ୬ ଜଣଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କ ସୂଚନା ଆଧାରରେ ବାଘ ଶିକାରୀ ଘରେ ରେଡ୍ ହୋଇଥିଲା । ସେଠାରୁ ଏକ ଦେଶୀ ବନ୍ଧୁକ,ଅଜଗର ସାପ ଛାଲ,ଶିକାରରେ ବ୍ୟବହୃତ ଅନେକ ମାରଣାସ୍ତ୍ର ଜବତ ହୋଇଥିଲା । ଏହା ସହ ଶିକାରୀକୁ ମଧ୍ୟ ଗିରଫ କରାଯାଇଛି । ତେବେ ଅଟକ ବ୍ୟକ୍ତିମାନଙ୍କ ସୂଚନା ଆଧାରରେ ଜୟପାଟଣା ଫରେଷ୍ଟ ରେଞ୍ଜର ଚଞ୍ଚରାଗୁଡା ଗ୍ରାମର ବାଘ ଶିକାରୀ ରିଷି ମାଝିଙ୍କ ଘରେ ପୁଣି ଚଢ଼ାଉ କରିଥିଲେ। ଏଠାରେ ଶିକାରରେ ବ୍ୟବହାର ହୋଇଥିବା ଏକ ଦେଶୀ ବନ୍ଧୁକ,ଲୁହା ପଞ୍ଜା,ଭାଲୁ ହାଡ଼ ସମେତ,ଅଜଗର ସାପର ଛାଲ, ଶିକାରରେ ବ୍ୟବହୃତ ହେଉଥିବା ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଥିଲା। ପରେ ଅଭିଯୁକ୍ତ ରିଷିଙ୍କୁ ଧରି ବନ ବିଭାଗ ଶିକାର ସ୍ଥଳକୁ ଯାଇ ସବୁ ପ୍ରମାଣ ସଂଗ୍ରହ କରିଥିଲା। ବୁଧବାର ନବରଙ୍ଗପୁର ଜିଲାର ଗଣେଶ ଗଉଡ଼,ଲକ୍ଷ୍ମଣ ଗଉଡ଼,ନବ ନାୟକ ଓ କଳାହାଣ୍ଡି ଜିଲାର ନବ ମାଝି,ଧୋବା ମାଝି ଓ ଶିକାରୀ ରିଷି ମାଝିଙ୍କ ସମେତ ୬ ଜଣ ଅଭିଯୁକ୍ତଙ୍କୁ କୋକସରା କୋର୍ଟକୁ ନିଆଯାଇଥିଲା। ଏନେଇ ଉତ୍ତର ବନଖଣ୍ଡ ଏସିଏଫ୍‌ ବିମଲ ପ୍ରକାଶଙ୍କୁ ପଚାରିବାରୁ ମୁଖ୍ୟ ଅଭିଯୁକ୍ତ ଜୟପାଟଣା ଥାନା ଚଞ୍ଚରାଗୁଡ଼ା ଗ୍ରାମର ଋଷି ମାଝି ହୋଇଥିବା ବେଳେ ତାଙ୍କ ଘରୁ ଅଜଗର ସାପର ଛାଲ, ବାଘମାରିବା ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ମଧ୍ୟ ଜବତ କରିଥିବା ସୂଚନା ଦେଇଛନ୍ତି।

Tags: