ଦେଶୀ ମଦଭାଟି ଉପରେ ଚଢ଼ାଉ ,୬ ଗିରଫ
ଭୁବନେଶ୍ୱର : ଥମୁନାହିଁ ଦେଶୀ ମଦ କାରବାର । ସାଲିଆ ସାହିରେ ପୁଣି ଚଢାଉ କରିଛି ଅବକାରୀ ବିଭାଗ । ପାର୍ବଣ ଉପଲକ୍ଷେ ପ୍ରସ୍ତୁତ ହୋଇଥିବା ଶହଶହ ଲିଟର ଦେଶୀ ମଦ ଓ ପୋଚକୁ ନଷ୍ଟ କରିଛି ଅବକାରୀ ବିଭାଗ । ସାଲିଆସାହି ନୀଳଚକ୍ର ନଗରରେ ଦେଶୀ ମଦ ଭାଟି ଠାବ ହୋଇଥିବାବେଳେ ବେଆଇନ ମଦ କାରବାରରେ ଲିପ୍ତ ଥିବା ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ଅନ୍ୟ ଜଣେ ଫେରାର ଥିବା ସୂଚନା ମିଳିଛି । […]
ଭୁବନେଶ୍ୱର : ଥମୁନାହିଁ ଦେଶୀ ମଦ କାରବାର । ସାଲିଆ ସାହିରେ ପୁଣି ଚଢାଉ କରିଛି ଅବକାରୀ ବିଭାଗ । ପାର୍ବଣ ଉପଲକ୍ଷେ ପ୍ରସ୍ତୁତ ହୋଇଥିବା ଶହଶହ ଲିଟର ଦେଶୀ ମଦ ଓ ପୋଚକୁ ନଷ୍ଟ କରିଛି ଅବକାରୀ ବିଭାଗ । ସାଲିଆସାହି ନୀଳଚକ୍ର ନଗରରେ ଦେଶୀ ମଦ ଭାଟି ଠାବ ହୋଇଥିବାବେଳେ ବେଆଇନ ମଦ କାରବାରରେ ଲିପ୍ତ ଥିବା ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ଅନ୍ୟ ଜଣେ ଫେରାର ଥିବା ସୂଚନା ମିଳିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ସଲିଆସାହିରେ ଚଢ଼ାଉ କରାଯାଇଥିଲା । ଏହାସହ ମୟୂରଞ୍ଜରୁ ଦେଶୀ ମଦ ନେଇ ଆସୁଥିବା ଏକ କାର ଜବତ କରିଛି କମିଶନରେଟ ପୁଲିସ। ଦୁର୍ଗାପୂଜା ସମୟରେ ସହରରେ ସ୍ପେଶାଲ ଡ୍ରାଇଭ୍ ଚାଲିଥିବା ପୁଲିସ ଅଧିକାରୀ କହିଛନ୍ତି । ଗିରଫ ହୋଇଥିବା ସମସ୍ତ ୬ ଜଣ ଅଭିଯୁକ୍ତ ମୟୁରଭଞ୍ଜ ଏବଂ କେଉଁଝର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି ।




