କାଲିଫର୍ଣ୍ଣିଆରେ ଗୁଳିମାଡ ,ଶିଶୁଙ୍କ ସମେତ ୬ ମୃତ

ନୂଆଦିଲ୍ଲୀ: ଜାନୁଆରୀ ୧୬ ସୋମବାର ଦିନ କାଲିଫର୍ଣ୍ଣିଆର ମୁଖ୍ୟ କୃଷି ଉପତ୍ୟକାସ୍ଥିତ ଏକ ଘରେ ଗୁଳିମାଡ଼ ହୋଇଛି I ଏହି ଗୁଳିମାଡରେ ଜଣେ ଶିଶୁଙ୍କ ସମେତ ୬ଜଣଙ୍କ ପ୍ରାଣ ଯାଇଛି। ଏଥିରେ ୩୦ଜଣ ଆହତ ହୋଇଥିବା ଜଣାପଡିଛି । ଏହି ଗୁଳିମାଡ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ବନ୍ଧୁକଧାରୀମାନେ ଘରେ ପଶି ଗୁଳିମାଡ କରିଥିବାରୁ ଆମେରିକାର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତର ପ୍ରଶ୍ନ ଉଠିଛି। ଘଟଣା ପରେ ସ୍ଥାନୀୟ ପୁଲିସ ପକ୍ଷରୁ ତଦନ୍ତ […]

Samaya Live Picture
Published On

ନୂଆଦିଲ୍ଲୀ: ଜାନୁଆରୀ ୧୬ ସୋମବାର ଦିନ କାଲିଫର୍ଣ୍ଣିଆର ମୁଖ୍ୟ କୃଷି ଉପତ୍ୟକାସ୍ଥିତ ଏକ ଘରେ ଗୁଳିମାଡ଼ ହୋଇଛି I ଏହି ଗୁଳିମାଡରେ ଜଣେ ଶିଶୁଙ୍କ ସମେତ ୬ଜଣଙ୍କ ପ୍ରାଣ ଯାଇଛି। ଏଥିରେ ୩୦ଜଣ ଆହତ ହୋଇଥିବା ଜଣାପଡିଛି । ଏହି ଗୁଳିମାଡ ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ବନ୍ଧୁକଧାରୀମାନେ ଘରେ ପଶି ଗୁଳିମାଡ କରିଥିବାରୁ ଆମେରିକାର ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତର ପ୍ରଶ୍ନ ଉଠିଛି। ଘଟଣା ପରେ ସ୍ଥାନୀୟ ପୁଲିସ ପକ୍ଷରୁ ତଦନ୍ତ କରାଯାଇଛି। ଅତିକମରେ ଦୁଇଜଣଙ୍କ ଦ୍ୱାରା ଏହି ଗୁଳିକାଣ୍ଡ ହୋଇଥିବା ସେରିଫ କାର୍ୟ୍ୟାଳୟ ସୂତ୍ରରୁ ଜଣାପଡିଛି।

ସୂଚନା ମୁତାବକ, ସୋମବାର ରାତି ୩.୩୦ ମିନିଟ୍‌ରେ ଏହି ଗୁଳିକାଣ୍ଡ ଘଟିଛି। ଭିସାଲିଆର ପୂର୍ବରେ ଥିବା ଗୋସେନ ଅଞ୍ଚଳରେ ଅତି କମ୍ରେ ଦୁଇ ଜଣ ବନ୍ଧୁକଧାରୀ ଏହି ଗୁଳିକାଣ୍ଡ ଘଟାଇଥିବା ସୂଚନା ମିଳିଛି। କାଲିଫର୍ଣ୍ଣିଆରେ ହୋଇଥିବା ଗୁଳିକାଣ୍ଡରେ ଜଣେ ୧୭ ବର୍ଷୀୟ ମା ସହିତ ତାଙ୍କର ୬ ମାସର ଶିଶୁକୁ ମଧ୍ୟ ଗୁଳିକରି ହତ୍ୟା କରାଯାଇଛି । ଦୁର୍ବୃତ୍ତମାନେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରିଛନ୍ତି। ଘର ସାମ୍ନାରୁ ଦୁଇଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଘର ଭିତରୁ ପ୍ରାୟ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଅତି ସଂକଟାପନ୍ନ ଅବସ୍ଥାରେ ଆଉ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସେହିପରି ଆମେରିକାର ଫ୍ଲୋରିଡାରେ ମାର୍ଟିନ ଲୁଥର କିଙ୍ଗ ଦିବସ ସେଲିବ୍ରେସନ କରୁଥିବା ସମୟରେ ଗୁଳିକାଣ୍ଡ ହୋଇଛି। ଏହି ଘଟଣାରେ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ପୂର୍ବରୁ ଆମେରିକାର ଭର୍ଜିନିଆର ନ୍ୟୁପୋର୍ଟ ନ୍ୟୁଜ ସହରର ଏଲିମେଣ୍ଟାରୀ ସ୍କୁଲରେ ଜଣେ ପ୍ରଥମ ଶ୍ରେଣୀର ଛାତ୍ର ସ୍କୁଲ ଶିକ୍ଷୟିତ୍ରୀଙ୍କୁ ଗୁଳି ମାରିଥିଲା। ସ୍କୁଲରେ ଶିକ୍ଷୟିତ୍ରୀ ଗାଳି ଦେବାରୁ ୬ ବର୍ଷର ପିଲା ଏଭଳି କାଣ୍ଡ ଘଟାଇଥିଲା । ଗୁଳି କରିଥିବା ପିଲାକୁ ଗିରଫ କରିଥିଲା ପୋଲିସ ।

Tags: