୩ ମାସ ମଧ୍ୟରେ ୫୦ ମାଓବାଦୀଙ୍କ ମୃତ୍ୟୁ
ଭୁବନେଶ୍ୱର : ୩ ମାସରେ ହୋଇଛି ୫୦ ମାଓବାଦୀଙ୍କ ମୃତ୍ୟୁ । ଏହା ନିଜେ ସ୍ୱୀକାର କରିଛି ଲାଲବାହିନୀ । ପ୍ରେସ ବିଜ୍ଞପ୍ତିରେ ମାଓ କେନ୍ଦ୍ରୀୟ କମିଟିର ମୁଖପାତ୍ର ପ୍ରତାପ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଗତ ଦୁଇ ଦଶନ୍ଧି ମଧ୍ୟରେ ମାଓ ସଂଗଠନର ୫ ହଜାରରୁ ଉର୍ଦ୍ଧ୍ୱ କମ୍ରେଡଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଗତ ୧୫ ଦିନ ମଧ୍ୟରେ ହିଁ ଯବାନଙ୍କ ସହ ଏନକାଉଣ୍ଟରବେଳେ ୨୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି […]
ଭୁବନେଶ୍ୱର : ୩ ମାସରେ ହୋଇଛି ୫୦ ମାଓବାଦୀଙ୍କ ମୃତ୍ୟୁ । ଏହା ନିଜେ ସ୍ୱୀକାର କରିଛି ଲାଲବାହିନୀ । ପ୍ରେସ ବିଜ୍ଞପ୍ତିରେ ମାଓ କେନ୍ଦ୍ରୀୟ କମିଟିର ମୁଖପାତ୍ର ପ୍ରତାପ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଗତ ଦୁଇ ଦଶନ୍ଧି ମଧ୍ୟରେ ମାଓ ସଂଗଠନର ୫ ହଜାରରୁ ଉର୍ଦ୍ଧ୍ୱ କମ୍ରେଡଙ୍କର ମୃତ୍ୟୁ ହୋଇଛି। ଏହା ସହିତ ଗତ ୧୫ ଦିନ ମଧ୍ୟରେ ହିଁ ଯବାନଙ୍କ ସହ ଏନକାଉଣ୍ଟରବେଳେ ୨୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ତେଣୁ ୧୫ ତାରିଖରେ ଓଡ଼ିଶା ସମେତ ୪ ରାଜ୍ୟରେ ବନ୍ଦ ଡାକରା ଦିଆଯାଇଛି । ଲୋକଙ୍କ ପାଇଁ ଏବଂ ଦେଶକୁ ବଞ୍ଚାଇବା ପାଇଁ ଏହି କମ୍ରେଡମାନେ ନିଜର ଜୀବନ ଦେଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ତେଣୁ ଆସନ୍ତା ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ମାଓ ସଂଗଠନ ପକ୍ଷରୁ ଗାଁ ଗାଁରେ ସଚେତନତା କରାଯିବ । ଏଥିସହ ୧୫ ତାରିଖ ଦିନ ଓଡିଶା ସମେତ ୪ ରାଜ୍ୟରେ ବନ୍ଦ ଡାକରା ବୋଲି କହିଛନ୍ତି ମାଓ କେନ୍ଦ୍ରୀୟ କମିଟିର ପ୍ରବକ୍ତା ପ୍ରତାପ । ପ୍ରେସ ବିଜ୍ଞପ୍ତି ଜରିଆରେ ସେ ଏହି ସୂଚନା ଦେଇଛନ୍ତି । ସେପଟେ ମାଓବାଦୀଙ୍କ ବନ୍ଦ ଡାକରା ପରେ ସଜାଗ ହୋଇଛନ୍ତି ଯବାନ ଓ ପୋଲିସ । କମ୍ବିଂ ଅପରେସନ ସହ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।




